ବାଜଓ୍ବାଙ୍କୁ ଝଟ୍‌କା: କାର୍ଯ୍ୟକାଳ ବୃଦ୍ଧିରେ ବାଧା ଦେଲେ ପାକିସ୍ତାନ ସୁପ୍ରିମ୍‌କୋର୍ଟ

ଇସଲାମାବାଦ୍‌,୨୬।୧୧: ପାକିସ୍ତାନ ସୈନ୍ୟ ବିଭାଗ ମୁଖ୍ୟ ଜେନେରାଲ କମର ଜାବେଦ୍‌ ବାଜଓ୍ବାଙ୍କୁ ମଙ୍ଗଳବାର ପାକିସ୍ତାନ ସୁପ୍ରିମ୍‌କୋର୍ଟ ରାୟ ନେଇ ବଡ଼ ଝଟ୍‌କା ଲାଗିଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ତେବେ କୋର୍ଟ ଏହାର ବିଚାର କରି ଏଥିରେ ବାଧା ଦେଇଛନ୍ତି। କାର୍ଯ୍ୟକାଳ ବୃଦ୍ଧି ଅଧିସୂଚନାକୁ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ବାଜଓ୍ବା ୨୦୧୯ ନଭେମ୍ବର ୨୯ରେ ଅବସରରେ ନେବାକଥା। ମାତ୍ର ଇମ୍ରାନ୍‌ ସରକାର ଅଧିସୂଚନା ଜାରି କରି ତାଙ୍କ କାର୍ଯ୍ୟକାଳକୁ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ। ଏହା ବିରୋଧରେ କୋର୍ଟରେ ଏକ ଆବେଦନ କରାଯାଇଥିଲା। କୋର୍ଟ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ପାଖରେ ଅଧିସୂଚନା ଜାରି କରିବାର କ୍ଷମତା ରହିଛି। ପ୍ରଧାନମନ୍ତ୍ରୀଙ୍କର ଏହି କ୍ଷମତା ନାହିଁ। ତେବେ ଏହାକୁ ଇମ୍ରାନ ରାଷ୍ଟ୍ରପତି ଆରଫି ଅଲଓ୍ବିଙ୍କ ପାଖକୁ ପଠାଇଥିଲେ। ସେ ଏହାକୁ ଅନୁମୋଦନ କରିଥିଲେ। କୋର୍ଟ ପକ୍ଷରୁ କୁହାଯାଇଛି ଯେ, ନିୟମ ଅନୁସାରେ ୨୮ ନଭେମ୍ବର ପରେ ଏହି ଅଧିସୂଚନା ଜାରି ହେବା କଥା। କିନ୍ତୁ ଏହା ପୂର୍ବରୁ ନୁହେଁ। ଦେଶର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଆଟର୍ନି ଜେନେରାଲ କୋର୍ଟରେ କହିଛନ୍ତି।


All Right Reserved By Dharitri.Com

ଗୁଗୁଲ ମ୍ୟାପ ଦେଖି କାଦୁଅରେ ଫସିଗଲେ ଶହେ ଗାଡି

ଓ୍ବାଶିଂଟନ,୩୦।୬: ଗୁଗୁଲ ସବୁବେଳେ ସଠିକ୍‌ ତଥ୍ୟ ଦେଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ହେଲେ ଆମେରିକାର କିଛି ଲୋକ ଏହା ଉପରେ ବିଶ୍ୱାସ କରି ଏବେ...

କଶ୍ମୀର ଉପରେ ଏକପାଖିଆ ରିପୋର୍ଟିଂ କରୁଛି ଆମେରିକା ଗଣମାଧ୍ୟମ: ଭାରତ

ୱାଶିଂଟନ,୧୧।୯: ଭାରତ ସରକାରଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଆମେରିକାର ଗଣମାଧ୍ୟମ କଶ୍ମୀର ଉପରେ ଏକପାଖିଆ ରିପୋର୍ଟିଂ କରୁଛି ବୋଲି ଭାରତ...

କରୋନା ସଙ୍କଟରେ ପୃଥିବୀ: ତୃତୀୟ ବିଶ୍ୱଯୁଦ୍ଧ ପାଇଁ ରୁଷ୍‌ର ପ୍ରସ୍ତୁତି ଆରମ୍ଭ

ମସ୍କୋ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁରାଷ୍ଟ୍ରର ବୈଜ୍ଞାନିକ ନାନା ପ୍ରକାର ଗବେଷଣା ଜାରି ରଖିଛନ୍ତି। ଏପରିସ୍ଥଳେ...

କଶ୍ମୀରରୁ କଟକଣା ଉଠାଇବାକୁ ଆମେରିକା କଂଗ୍ରେସରେ ପ୍ରସ୍ତାବ

ଓ୍ବାଶିଂଟନ,୯ା୧୨: ଜମ୍ମୁ-କଶ୍ମୀରରେ ଯୋଗାଯୋଗ ଉପରେ ଲାଗୁ ହୋଇଥିବା କଟକଣା ତୁରନ୍ତ ହଟାଇବା ସହ ଧର୍ମୀୟ ସ୍ବାଧୀନତା ବଜାୟ ରଖିବା ପାଇଁ ଭାରତକୁ ଅନୁରୋଧ କରିବା ନିମନ୍ତେ...

ଲଣ୍ଡନ ବ୍ରିଜ୍‌ରେ ଛୁରାମାଡ଼

ଲଣ୍ଡନ,୩୦ା୧୧: ଲଣ୍ଡନ ବ୍ରିଜ୍‌ରେ ଜଣେ ଛୁରାଧାରୀଙ୍କ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ପୋଲିସ ଗୁଳିରେ ସମ୍ପୃକ୍ତ ଆକ୍ରମଣକାରୀ ନିହତ ହୋଇଛନ୍ତି। ଏହା ଏକ ଆତଙ୍କବାଦୀ...

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅଲଗା ହୋଇଯାଇଥିବା ୨ ଭଉଣୀ ୭୮ ବର୍ଷ ପରେ ହେଲେ ଏକାଠି

ମସ୍କୋ, ୮।୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପରସ୍ପରଠାରୁ ଅଲଗା ହୋଇଯାଇଥିବା ୨ ଭଉଣୀ ଦୀର୍ଘ ୭୮ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ଏନେଇ ସେମାନେ...

ଯକ୍ଷ୍ମା ଲାଗି ନୂଆ ଟିକା

ସିଡ୍‌ନୀ: ସେଣ୍ଟ୍‌ନାରୀ ଇନ୍‌ଷ୍ଟିଚ୍ୟୁଟ ଏବଂ ସିଡ୍‌ନୀ ୟୁନିଭର୍ସିଟି (ଅଷ୍ଟ୍ରେଲିଆ)ର ଗବେଷକମାନେ ଯକ୍ଷ୍ମାର ସଫଳ ଉପଚାର ଲାଗି ଏକ ପ୍ରକାର ଟିକା ଉଦ୍ଭାବନ କରିଛନ୍ତି। ଏ ସମ୍ପର୍କିତ...

କରୋନା ଭାଇରସ: ଦକ୍ଷିଣ କୋରିଆର ସ୍ଥିତି ଅସମ୍ଭାଳ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ଅତିକ୍ରମ କଲା

ସିଓଲ,୩।୩: ଚାଇନା ପରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସ ତା’ର କାୟା ବିସ୍ତାର କରିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୫...

Leave a comment

Your email address will not be published. Required fields are marked *