Posted inଖେଳ

ଧୋନୀଙ୍କ ଅବସର ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହୋଇପାରନ୍ତି ଏହି ୨ ଖେଳାଳି

୨୦୧୯ ବିଶ୍ୱକପ୍‌ ପରେ କ୍ରିକେଟରୁ ଦୂରେଇ ଅଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ କେବେ ପୁଣି କ୍ରିକେଟକୁ ଫେରିବେ କି ଅବସର ନେବେ ସେନେଇ ଚର୍ଚ୍ଚା ଲାଗି ରହିଛି। ଏସବୁ ଭିତରେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ନେତୃତ୍ୱ ନେଉଥିବା ଧୋନୀ ଯଦି ଅବସର ନେବେ ତେବେ ତାଙ୍କ ସ୍ଥାନରେ ଦଳ କାହାକୁ ଅଧିନାୟକ ଦାୟିତ୍ୱ ଦେବ ତାହାକୁ ନେଇ ଆଲୋଚନା ଚାଲିଛି। ଧୋନୀଙ୍କ ନେତୃତ୍ୱରେ ସିଏସକେ ୩ ଥର ଚାମ୍ପିୟନ ହୋଇଥିବାବେଳେ ୫ ଥର ଉପବିଜେତା ହୋଇଛି। ତେଣୁ ତାଙ୍କ ସଫଳତା ଦୋହରାଇବାକୁ ହେଲେ କାହାକୁ ଦାୟିତ୍ୱ ଦିଆଯିବ ତାକୁ ନେଇ ଫ୍ରାଚାଇଜ୍‌ ଚିନ୍ତାରେ ପଡିଛନ୍ତି। ତେବେ ଧୋନୀଙ୍କ ପରେ ସୁରେଶ ରାଇନା ଦଳର ନେତୃତ୍ୱ ନେବାରେ ସର୍ବାଗ୍ରେ ଅଛନ୍ତି। କାରଣ ସେ ଆରମ୍ଭରୁ ଚେନ୍ନାଇ ପକ୍ଷରୁ ଖେଳୁଛନ୍ତି। ଟି-୨୦ରେ ତାଙ୍କ ଅଭିଜ୍ଞତା ବି ଅଧିକ। ତାଙ୍କ ପଛକୁ ଅଛନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ତାଙ୍କର ମଧ୍ୟ ନେତୃତ୍ୱ ନେବାର କ୍ଷମତା ରହିଛି। ତେବେ ଧୋନୀଙ୍କ ପରେ ଏହି ୨ ଖେଳାଳି ଚେନ୍ନାଇ ଦଳର ନେତୃତ୍ୱ ନେବେ ବୋଲି କୁହାଯାଉଛି।


All Right Reserved By Dharitri.Com

Posted inଖେଳ View All

ଈଶାନ୍ତଙ୍କ ଜନ୍ମଦିନରେ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ,୨।୯: ଭାରତୀୟ ପେସର ଈଶାନ୍ତ ଶର୍ମା ସୋମବାର ୩୧ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ତାଙ୍କୁ ଅଲରାଉଣ୍ଡର ଯୁବରାଜ ସିଂ ଓ ବାମହାତୀ ଓପନର...

ଆଇପିଏଲରୁ ବାଦ୍‌ ପଡ଼ିଲେ ଆର୍ଚର

ଲଣ୍ଡନ,୬।୨(ପି.ଟି.)- ଇଂଲଣ୍ଡ ଦଳର ଅଗ୍ରଣୀ ପେସର ଜୋଫ୍ରା ଆର୍ଚର ଗୁରୁବାର ଆଇପିଏଲର ୧୩ତମ ସଂସ୍କରଣରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଡାହାଣ କହୁଣିରେ ଆଘାତ ଲାଗିଛି। ଆଇପିଏଲରେ...

ନୂଆବର୍ଷରେ କୋହଲିଙ୍କ ନୂଆ ଲୁକ୍‌

ଆଜିକାଲି କ୍ରିକେଟରେ ଫ୍ୟାଶନ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ନୂଆବର୍ଷରେ ନୂଆ...

ଚେତନ ଶର୍ମାଙ୍କ ପରେ ସାମିଙ୍କ ହ୍ୟାଟ୍ରିକ

ସାଉଥାମ୍ପ୍‌ଟନ, ୨୩।୬ (ପି.ଟି.)- ବିଶ୍ୱକପ୍‌ରେ ହ୍ୟାଟ୍ରିକ ଉଇକେଟ ହାସଲ କରିବାରେ ମହମ୍ମଦ ସାମି ଭାରତର ଦ୍ୱିତୀୟ ବୋଲର ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ଚେତନ ଶର୍ମା ୧୯୮୭...

ଭାରତ-ଭିଏତ୍‌ନାମ ମ୍ୟାଚ୍‌ ଡ୍ର

ହାନୋଇ (ଭିଏତ୍‌ନାମ), ୬।୧୧ (ପି.ଟି.): ଭାରତ ଓ ଭିଏତ୍‌ନାମ ମହିଳା ଫୁଟ୍‌ବଲ ଦଳ ମଧ୍ୟରେ ବୁଧବାର ଏଠାରେ ଖେଳାଯାଇଥିବା ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଡ୍ର’ରେ...

ପୋର୍ତା ଜିତିଲେ ମୋଟୋ୩ ବିଶ୍ୱ ଟାଇଟଲ

ଫିଲିପ୍‌ ଆଇସଲାଣ୍ଡ(ଅଷ୍ଟ୍ରେଲିଆ), ୨୭।୧୦(ଏଏଫପି): ଇଟାଲୀର ହୋଣ୍ଡା ରାଇଡର ଲରେଞ୍ଜୋ ଡେଲା ପୋର୍ତା ଅଷ୍ଟ୍ରେଲିଆନ ଗ୍ରାଁ ପ୍ରି ଜିତିବା ସହ ମୋଟୋ୩ ବିଶ୍ୱ ଚାମ୍ପିୟନ ହେବାର ସୌଭାଗ୍ୟ...

ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୩୦।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ତାରକା ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ କ୍ୟାରିୟରରେ ଆଉ ଏକ ସଫଳତାଲାଭ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ୧୨ତମ ସର୍ଦ୍ଦାର ସାଜନ ସିଂ...

ପହଞ୍ଚିଲେ ଟିମ୍‌ ଇଣ୍ଡିଆ, ଓ୍ବେଷ୍ଟଇଣ୍ଡିଜ ଖେଳାଳି

ଭୁବେନଶ୍ୱର,୧୯।୧୨- ଘରୋଇ ଭାରତୀୟ ଦଳ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ୍‌ ଆସନ୍ତା ୨୨ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।...

Leave a comment

Your email address will not be published. Required fields are marked *