ପିଲାଙ୍କୁ ସ୍ମାର୍ଟଫୋନ୍‌ଠାରୁ ଦୂରେଇବାକୁ ଏହି ସହର ଆପଣାଇଲା ନିଆରା ଉପାୟ

ସ୍ମାର୍ଟଫୋନ ଜୀବନକୁ ସହଜ ଏବଂ ସରଳ କରିଦେଇଛି। କିନ୍ତୁ ଏହି ଆଧୁନିକ ଟେକ୍ନୋଲୋଜି ପିଲାଙ୍କ ପାଇଁ ବହୁତ କ୍ଷତିକାରକ। ଏହାର ପ୍ରଭାବ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ଉପରେ ପଡେ ବୋଲି ବିଭିନ୍ନ ଗବେଷଣାରୁ ଜଣାପଡିଛି। ଆଜିକାଲି ଅଭିଭାବକମାନେ ପିଲାମାନଙ୍କୁ ସ୍ମାର୍ଟଫୋନଠାରୁ ଦୂରେଇ ରଖିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇପାରୁନାହାନ୍ତି। କିନ୍ତୁ ଇଣ୍ଡୋନେସିଆର ବାନ୍ଦୁଙ୍ଗ ଅଞ୍ଚଳରେ ପିଲାମାନଙ୍କୁ ସ୍ମାର୍ଟଫୋନଠାରୁ ଦୂରେଇ ରଖିବା ପାଇଁ ଅଭିଭାବକମାନେ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି। ଏଠାରେ ଯେଉଁପିଲା ସ୍ମାର୍ଟଫୋନ ଧରୁଛନ୍ତି ତାଙ୍କୁ ଛୋଟ ଛୋଟ କୁକୁଡା ପାଳନ ପାଇଁ ଦିଆଯାଉଛି। କୁକୁଡାର ଯତ୍ନ ନେବାରେ ତାଙ୍କ ସମୟ ବିତିଯାଉଛି। ଫଳରେ ସ୍ମାର୍ଟଫୋନ ଧରିବାକୁ ଆଉ ସମୟ ହେଉନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବାନ୍ଦୁଙ୍ଗ ସହରର ୧୦ଟି ପ୍ରାଥମିକ ଏବଂ ଦୁଇଟି ଜୁନିୟର ହାଇସ୍କୁଲରେ ୨୦୦୦ ପିଲାଙ୍କୁ କୁକଡା ଛୁଆ ଯୋଗାଇଦିଆଯାଇଛି। ପିଲାମାନେ ମଧ୍ୟ ଏନେଇ ବହୁତ ଖୁସି ଅଛନ୍ତି। ସହରର ମେୟର ଓଡେମ ଏମ. କହିଛନ୍ତି, ଇଣ୍ଡୋନେସିଆରେ ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକ ପ୍ରତିଦିନ ଫୋନରେ ଆଠ ଘଣ୍ଟା ବ୍ୟସ୍ତ ରୁହନ୍ତି। ଏଭଳି ନିଆରା ଉପାୟ ଦ୍ୱାରା ପିଲାମାନଙ୍କୁ ସ୍ମାର୍ଟଫୋନଠାରୁ ଦୂରେଇ ରଖାଯାଇପାରିବ ବୋଲି ଆଶା କରାଯାଉଛି।


All Right Reserved By Dharitri.Com

ଭୁଲସ୍ଥାନରେ ରହିଛି ଏହି ବ୍ୟକ୍ତିଙ୍କ ଅଙ୍ଗପ୍ରତ୍ୟଙ୍ଗ, ଡାକ୍ତର ବି ଚିନ୍ତାରେ

କୁହାଯାଏ, ଭଗବାନ ମଣିଷଙ୍କୁ ଏପରି ଗଢ଼ିଥା’ନ୍ତି କି ଯେଉଁ ଅଙ୍ଗ ଯେଉଁଠି ରହିବା କଥା ରଖିଥା’ନ୍ତି। ଯେମିତିକି ମୁହଁ, ଆଖି, ନାକ, କାନ, ପେଟ ଯଥାସ୍ଥାନରେ...

ସୁନା ଘୋଡ଼ା

ଖାଲି ଅଳଙ୍କାର ନୁହେଁ ସୁନାରେ ତିଆରି ସବୁ ଜିନିଷ ଲାଗେ ବେଶ୍‌ ଆକର୍ଷକ। ଠିକ୍‌ ଯେମିତି ଜାପାନରେ ତିଆରି ହୋଇଥିବା ଏକ ସୁନାର ଘୋଡା। ଉକ୍ତ...

ପାଖରେ ଥିଲା ମାତ୍ର ୩ ଟଙ୍କା, ୪୦ ହଜାର ଟଙ୍କା ଥିବା ବ୍ୟାଗ୍‌ ପାଇ କ’ଣ କଲେ ଏହି ବ୍ୟକ୍ତି ଜାଣନ୍ତୁ

ପୁଣେ,୪।୧୧: ଆଜି ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଚ୍ଚୋଟପଣିଆ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେମିତି ଏକ ସଚ୍ଚୋଟ ହୃହୟର...

ସୋସିଆଲ ମିଡିଆରେ ‘ପାକିସ୍ତାନୀ ରୁଟି’

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ରୁମାଲି ରୁଟି ବା ତନ୍ଦୁରି ରୁଟି କଥା ଶୁଣିଥିବେ ଏବଂ ଖାଇଥିବେ। ହେଲେ କେବେ ଚାଦର ରୁଟି କଥା ଶୁଣିଛନ୍ତି କିମ୍ବା...

ଗାଳିରୁ ବର୍ତ୍ତିବା ପାଇଁ ଘର ଲୋକଙ୍କୁ ଗଣବଳାତ୍କାର ବାହାନା ଦେଖାଇଲେ ନାବାଳିକା, ଆଉ ତାପରେ…

ହାଇଦ୍ରାବାଦ,୨୬।୧: ଦେଶରେ ପ୍ରତିଦିନ ବଳାତ୍କାର ଘଟଣା ସାମ୍ନାକୁ ଆସୁଛି। ପୋଲିସ ବି ଏହାକୁ ନେଇ ସତର୍କ ହୋଇପଡିଛି। ହାଇଦ୍ରାବାଦରେ ଗଣବଳାତ୍କାର ମନରୁ ନ ଲିଭୁଣୁ ଏବେ...

ତାଲିବାନ ଦମନର ପୃଷ୍ଠଭୂମି

କାବୁଲ,୧।୩: ୨୦୦୧ ସେପ୍ଟେମ୍ବର ୧୧ରେ ନ୍ୟୁୟର୍କସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ବିମାନ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଓସାମା ବିନ୍‌ ଲାଡେନ୍‌ ନେତୃତ୍ୱରେ...

କେମିକାଲ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍‌: ୧୦୦ରୁ ଊର୍ଦ୍ଧ୍ୱ ଆହତ

କରାଚି,୬।୩: ପାକିସ୍ତାନ କରାଚିର ପୋର୍ଟ କ୍ୱାସିମ ଅଞ୍ଚଳରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର କ୍ଲୋରିନ୍‌ ଗ୍ୟାସ ଲିକ୍‌ ହେବା ଫଳରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ...

କରୋନା ଭାଇରସ: ଘରେ ରହିବାକୁ ସମସ୍ତଙ୍କୁ ଅନୁରୋଧ କଲେ ବିଶ୍ୱର ସବୁଠାରୁ ଗେଡା ମହିଳା

ନାଗପୁର,୧୪।୪: କରୋନା ଭାଇରସକୁ ରୋକିବାକୁ ଏବେ ସାରା ଦେଶରେ ମେ’୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ତେଣୁ ଏହି ସମୟରେ ବାହାରେ ନ ବୁଲି ଘରେ...

Leave a comment

Your email address will not be published. Required fields are marked *