Posted inଖେଳ

ବଡ ଭାଇ ପରେ ସାନ ଭାଇଙ୍କ ଜଲଓ୍ବା, ୪ ଓଭରରେ ୫ ରନ ଦେଇ ନେଲେ ୩ଟି ଉଇକେଟ୍‌

ସୁରତ,୨୬।୧୧: କିଛି ଦିନ ପୂର୍ବରୁ ବାଂଲାଦେଶ ବିପକ୍ଷ ଟି-୨୦ରେ ହ୍ୟାଟ୍ରିକ୍‌ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଦୀପକ ଚହର। ଦୀପକଙ୍କ ପରେ ଏବେ ତାଙ୍କ ସାନ ଭାଇ ରାହୁଲ ଚହର ମଧ୍ୟ ବୋଲିଂରେ ଜଲଓ୍ବା ଦେଖାଇଛନ୍ତି। ସୟଦ ମୁସ୍ତାକ ଅଲୀ ଟୁର୍ନାମେଣ୍ଟରେ ରାଜସ୍ଥାନ ପକ୍ଷରୁ ଖେଲୁଥିବା ରାହୁଲ ମହାରାଷ୍ଟ୍ର ବିପକ୍ଷରେ ୪ ଓଭରରେ ମାତ୍ର ୫ ରନ୍‌ ଦେଇ ୩ଟି ଉଇକେଟ୍‌ ନେଇଛନ୍ତି। ଦୀପକ ମଧ୍ୟ ଏହି ମ୍ୟାଚରେ ଖେଳୁଥିଲେ। ସେ ୨୫ ରନ୍‌ ଦେଇ ଗୋଟିଏ ଉଇକେଟ୍‌ ହାସଲ କରିଥିଲେ। ୨୦ ବର୍ଷୀୟ ରାହୁଲ ଚଳିତବର୍ଷ ଅଗଷ୍ଟରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ମ୍ୟାଚରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଡେବ୍ୟୁ ମ୍ୟାଚ୍‌ରେ ସେ ଖାସ୍‌ ପ୍ରଦର୍ଶନ କରିପାରି ନ ଥିଲେ। ଏହି ମ୍ୟାଚରେ ୩ ଓଭର ବୋଲିଂ କରି ୨୭ ରନ୍‌ ଦେଇ ଗୋଟିଏ ଉଇକେଟ୍‌ ନେଇଥିଲେ।


All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ହାରିଲେ ଫୋଗତ୍‌

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଭାରତର ଶୀର୍ଷ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗତ୍‌ ବେଲାରୁଷର ମିନସ୍କଠାରେ ଚାଲିଥିବା ମେଦ୍‌ଭେଦ୍‌ ଇଭେଣ୍ଟର ୫୩ କେଜି ଶ୍ରେଣୀ ଫାଇନାଲରେ ପରାଜିତ...

ପୂର୍ବତନ ପ୍ରେମିକା ଏବଂ ସ୍ତ୍ରୀଙ୍କ ସହ ଗୋଟିଏ ଫ୍ରେମ୍‌ରେ ନଜର ଆସିଲେ ଯୁବରାଜ ସିଂ

କ୍ରିକେଟରୁ ଅବସର ନେବା ପରେ ଯୁବରାଜ ସିଂ ମାୟାନଗରୀ ମୁମ୍ବାଇରେ ଏକ ପାର୍ଟିର ଆୟୋଜନ କରିଥିଲେ। କ୍ରିକେଟ ଜଗତଠାରୁ ଆରମ୍ଭ କରି ବଲିଉଡ କଳାକାର ଏହି...

ସିରିଜ କବ୍‌ଜା କଲା ଭାରତ-ଏ

ଥିରୁଭାନନ୍ତପୁରମ, ୨।୯ (ପି.ଟି.)- ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ-ଏ ବିପକ୍ଷରେ ସ୍ଥାନୀୟ ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ୩ୟ ଅନ୍‌ଅଫିସିଆଲ୍‌ ଦିନିକିଆ ମ୍ୟାଚ୍‌କୁ ଭାରତ-ଏ ୪ ଉଇକେଟ୍‌ରେ...

ଡୋନାଙ୍କୁ ବିବାହ କରିବା ପରେ ବି ନଗ୍‌ମାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ସୌରଭ ଗାଙ୍ଗୁଲୀ…

ମୁମ୍ବାଇ,୨୫।୧୨: ସାଉଥ୍‌ ଅଭିନେତ୍ରୀ ନଗ୍‌ମା ବୁଧବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ଡିସେମ୍ବର ୨୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ...

ହାର୍ଦ୍ଦିକଙ୍କ ପ୍ରତି ବର୍ଣ୍ଣବୈଷମ୍ୟ କମେଣ୍ଟକୁ ବିରୋଧକଲେ ଫ୍ୟାନ୍ସ

ନୂଆଦିଲ୍ଲୀ,୩।୧- ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ତାଙ୍କ ବାନ୍ଧବୀ ସର୍ବୀୟ ଅଭିନେତ୍ରୀ ନତାଶା ଷ୍ଟାନ୍‌କୋଭିକଙ୍କ ସହ ନିର୍ବନ୍ଧ ହୋଇଛିି। ସୋସିଆଲ ମିଡିଆରେ କିଛି ଫଟୋ ଶେୟାରକରି...

କୋହଲିଙ୍କ ଫଟୋ ଉପରେ ପ୍ରଶ୍ନ ଉଠାଇଲେ ପ୍ରଶଂସକ

ନୂଆଦିଲ୍ଲୀ,୨।୮- ଭାରତୀୟ କ୍ରିକେଟ ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇ ଟି ୨୦ ମ୍ୟାଚ୍‌ ଖେଳିବା ପାଇଁ ଆମେରିକା ଗସ୍ତରେ ଯାଇଛି। ଫ୍ଲୋରିଡାଠାରେ ଶନିବାର ପ୍ରଥମ ଟି...

କ୍ୱାର୍ଟରଫାଇନାଲରେ ଭାରତ

ନୂଆଦିଲ୍ଲୀ, ୬।୮ (ପି.ଟି.)- ମ୍ୟାନମାରରେ ଚାଲିଥିବା ୨୩ ବର୍ଷରୁ କମ୍‌ ଏସିଆନ୍‌ ଭଲିବଲ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା...

କୋପା ଆମେରିକା: ଆର୍ଜେଣ୍ଟିନାକୁ ବ୍ରୋଞ୍ଜ

ରିଓ ଡେ ଜାନିରୋ,୭।୭(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ଚିଲିକୁ ହରାଇ ବ୍ରୋଞ୍ଜ ପଦକ ହାସଲ...

Leave a comment

Your email address will not be published. Required fields are marked *