Posted inଖେଳ

ଝିଅକୁ ଜିଦିଆ କହିଲେ ଗାଙ୍ଗୁଲି, ମିଳିଲା ଏମିତି ଉତ୍ତର

କୋଲକାତା, ୨୫।୧୧: ବିସିସିଆଇ ଅଧ୍ୟକ୍ଷ ହେବା ପରେ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟରେ ନୂଆ ପରିବର୍ତ୍ତନ ଆଣୁଛନ୍ତି। ଏବେ ପ୍ରଥମଥର ଥର ପାଇଁ ଭାରତରେ ପିଙ୍କ୍‌ ବଲ୍‌ ଟେଷ୍ଟ ସଫଳତାର ସହ ଆୟୋଜନ କରାଯାଇଥିଲା। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ଅଭୁଲା ରଖିବା ପାଇଁ ପ୍ରସିଦ୍ଧ କ୍ରିକେଟରଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତଙ୍କୁ ଷ୍ଟାଡିୟମକୁ ଆମନ୍ତ୍ରଣ କରିଥିଲେ ଗାଙ୍ଗୁଲି। ଭାରତ ପ୍ରଥମ ପିଙ୍କ୍‌ ବଲ୍‌ ଟେଷ୍ଟ ବିଜୟ ହାସଲ କରିଥିଲା। ମ୍ୟାଚ୍‌ ପରେ ଅଧିନାୟକ ବିରାଟ କୋହଲିଙ୍କୁ ଟ୍ରଫି ଦେବା ଅବସରରେ ଗାଙ୍ଗୁଲି କୌଣସି କାରଣରୁ ରାଗିବା ଭଳି ଦେଖିାଯାଉଥିଲେ। ଏହି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ ହେବା ପରେ ଗାଙ୍ଗୁଲିଙ୍କ ରାଗକୁ ଧରିନେଇଥିଲେ ଝିଅ ସାନା। କମେଣ୍ଟ ଦେଇ ସେ କହିଥିଲେ, ଏମିତି କ’ଣ ଘଟିଲା ଯାହା ତୁମକୁ ପସନ୍ଦ ଆସିଲାନି। ଏହାର ଜବାବରେ ଗାଙ୍ଗୁଲି କହିଥିଲେ ଦିନକୁ ଦିନ ତୁମ ଜିଦିଆ ହେବା ମୋତେ ପସନ୍ଦ ଆସୁନି। ସାନା ତତ୍‌କ୍ଷଣାତ୍‌ ସେସବୁ ମୁଁ ତୁମଠୁ ଶିଖୁଛି ବୋଲି କହିଥିଲେ। ଏବେ ଗାଙ୍ଗୁଲି ଚୁପ୍‌। ସେ ଆଉ କୌଣସି ଉତ୍ତର ଦେଇ ନ ଥିଲେ।


All Right Reserved By Dharitri.Com

Posted inଖେଳ View All

ଏହି ଅଭିନେତ୍ରୀଙ୍କୁ ବିବାହ କରିବେ କ୍ରିକେଟର ମନୀଷ ପାଣ୍ଡେ

ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ତଥା କର୍ନାଟକ ରଣଜୀ ଦଳର ଅଧିନାୟକ ମନୀଷ ପାଣ୍ଡେ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଦକ୍ଷିଣ ଭାରତୀୟ...

ପଦକ ନିଶ୍ଚିତ କଲେ ପଙ୍ଘାଲ, କୌଶିକ

ଏକଟେରିନବର୍ଗ, ୧୮।୯ (ପି.ଟି.): ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଅମିତ୍‌ ପଙ୍ଘାଲ (୫୨ କିଗ୍ରା) ଓ ମନୀଷ କୌଶିକ (୬୩ କିଗ୍ରା) ଏଠାରେ ଚାଲିଥିବା...

କେବୁଲ କାର୍‌ରୁ ଡେଇଁଲେ ଦୁଇ ଭାରତୀୟ ଫୁଟବଲର

ପଣଜୀ,୨୮।୭- ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଦୁଇ ସଦସ୍ୟ ଗୁରୁତର ଆହତ ହେବାରୁ ବର୍ତ୍ତିଯାଇଛନ୍ତି। ତୁର୍କି ଗସ୍ତରେ ଥିବା ଭାରତୀୟ ଦଳ ଶନିବାର ସ୍ଥାନୀୟ...

ଡିଡିସିଏରୁ ଇସ୍ତଫା ଦେଲେ ରଜତ ଶର୍ମା

ନୂଆଦିଲ୍ଲୀ,୧୬।୧୧(ପି.ଟି.)- ସିନିୟର ସାମ୍ବାଦିକ ରଜତ ଶର୍ମା ଶନିବାର ଦିଲ୍ଲୀ ଡିଷ୍ଟ୍ରକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଆସୋସିଏଶନ ମଧ୍ୟର ଚାପ ଯୋଗୁ...

ବେଞ୍ଜେମାଙ୍କ ଡବଲ୍‌ ଗୋଲ: ରିୟଲ ମାଡ୍ରିଡ୍‌ ବିଜୟୀ

ମାଡ୍ରିଡ,୧୫।୯(ଏଏଫ୍‌ପି)- ସ୍ପାନିଶ ଲା ଲିଗାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କରିମ ବେଞ୍ଜେମାଙ୍କ ଡବଲ୍‌ ଗୋଲ ସହାୟତାରେ ରିୟଲ ମାଡ୍ରିଡ ୩-୨ ଗୋଲରେ ଲେଭାଣ୍ଟେକୁ ପରାସ୍ତ କରିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

ହାମିଲଟନ,୨୯।୧- ପ୍ରଥମ ଥର ନ୍ୟୁଜିଲାଣ୍ଡରେ ଟି୨୦ ସିରିଜ୍‌ ଜିତିବା ଲକ୍ଷ୍ୟରେ ଥିବା ଭାରତୀୟ ଦଳ ତୃତୀୟ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ। ଘରୋଇ ନ୍ୟୁଜିଲାଣ୍ଡ...

୮ ଓ୍ବେଷ୍ଟହାମ୍‌ ଖେଳାଳିଙ୍କ ନିକଟରେ କରୋନା ଲକ୍ଷଣ

ଲଣ୍ଡନ,୨୮ା୩ (ଏଏଫ୍‌ପି): କରୋନା ଭାଇରସ୍‌ ଲକ୍ଷଣ ଦେଖାଦେବାରୁ ଓ୍ବେଷ୍ଟହାମ୍‌ର ୮ଖେଳାଳି ପୃଥକ୍‌ ବାସରେ ରହିଛନ୍ତି। ଫୁଟ୍‌ବଲ କ୍ଲବର ଭାଇସ୍‌ ଚେୟାରଓମ୍ୟାନ କାରେନ ବ୍ରାଡି ସୂଚନା ଦେଇଛନ୍ତି।...

ଇଷ୍ଟ୍‌ ଇଣ୍ଡିଆ ଓପନ୍‌ ସ୍ନୁକର: ସେମିଫାଇନାଲରେ ସୁବ୍ରତ

ଭୁବନେଶ୍ୱର,୧୫।୧୨(ସ୍ପୋଟର୍‌ସ ବ୍ୟୁରୋ)- ପାଟଣାରେ ଚାଲିଥିବା ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍‌ରେ ଓଡ଼ିଶାର ସୁବ୍ରତ ଦାସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସୁବ୍ରତ ପ୍ରି- କ୍ୱାର୍ଟର ଓ...

Leave a comment

Your email address will not be published. Required fields are marked *