୧୦ ସୁଦ୍ଧା କମିବ ପିଆଜ ଦର

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ଆସନ୍ତା ଡିସେମ୍ବର ୧୦ରୁ ପିଆଜ ଦର କମିବା ସମ୍ଭାବନା ରହିଛି। କାରଣ ଇଜିପ୍ଟରୁ ସରକାର ପ୍ରାୟ ୧ ଲକ୍ଷ ୨୦ ହଜାର ଟନ୍‌ ପିଆଜ ଆମଦାନୀ କରିଛନ୍ତି। ଏହା ରବିବାର ଦେଶରେ ପହଞ୍ଚତ୍ ସାରିଛି। ଖୁବ୍‌ଶୀଘ୍ର ସାରା ଦେଶର ବଜାରରେ ଏହା ମିଳିବ। ସେହିପରି ନାସିକରୁ ଓଡ଼ିଶାକୁ ଆସନ୍ତା ୧୦ତାରିଖରୁ ନୂଆ ଅମଳ ପିଆଜ ଆସିବା ସମ୍ଭାବନା ରହିଛି। ଦୁଇ ସ୍ଥାନର ପିଆଜ ଉପଲବ୍ଧ ହେଲେ କିଲୋଗ୍ରାମ ପିଛା ଶହେ ଟଙ୍କା ଛୁଇଁଥିବା ଦର ପ୍ରାୟ ୪୦ଟଙ୍କା ହୋଇପାରେ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।
ରାଜ୍ୟରେ ପିଆଜର ସ୍ଥିତି କିପରି ଅଛି, କେବେ ସୁଦ୍ଧା ଦର ନିୟନ୍ତ୍ରଣକୁ ଆସିବ ତାହା ଜାଣିବା ପାଇଁ ସୋମବାର ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବ୍ୟବସାୟୀ ସଂଘ ସହିତ ଆଲୋଚନା କରିଥିଲା। ଆଲୋଚନା ପରେ ସୁଧାକର ପଣ୍ଡା କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ଯଥେଷ୍ଟ ପରିମାଣର ପିଆଜ ଗଚ୍ଛିତ ଅଛି। କାରଣ ଉଚ୍ଚା ଦର ଯୋଗୁ ପିଆଜ ବିକ୍ରି କମ୍‌ ହେଉଛି। ଅନ୍ୟପକ୍ଷରେ ନାସିକ୍‌ରୁ ଆସନ୍ତା ଦୁଇ ତିନି ଦିନ ଭିତରେ ନୂଆ ଅମଳ ପିଆଜ ଅନ୍ୟତ୍ର ପଠାଯିବ। ତାହା ଓଡ଼ିଶା ଆସିବା ପାଇଁ ପ୍ରାୟ ୮/୧୦ ଦିନ ଲାଗିବ। ତେଣୁ ଆମେ ଆଶା ରଖିଛୁ ଆସନ୍ତା ୧୦ତାରିଖ ସୁଦ୍ଧା ପିଆଜ କିଲୋଗ୍ରାମ ପିଛା ୪୦ଟଙ୍କାରେ ପହଞ୍ଚତ୍ ଯାଇପାରେ। ସେହିପରି ଇଜିପ୍ଟରୁ ପିଆଜ ଆସିବା ଓ ଅଧିକ ଆସିବା ସମ୍ଭାବନା ଥିବା କାରଣରୁ ରବିବାର ଅପେକ୍ଷା ସୋମବାର ପିଆଜର ହୋଲ୍‌ସେଲ୍‌ ପ୍ରାଇସ୍‌ ୫୦୦ ଟଙ୍କା କମ୍‌ ରହିଛି। ଆସନ୍ତା ୧୦-୧୫ ଦିନ ଭିତରେ ନିଶ୍ଚିତ ଭାବେ ଏକ ଯୁକ୍ତିଯୁକ୍ତ ମୂଲ୍ୟ ଉପରେ ପିଆଜ ମିଳିବା ଆଶା ରହିଥିବା ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ଗତମାସର ଅନିୟମିତ ବର୍ଷା ଫଳରେ ଦେଶରେ ପିଆଜ ଉତ୍ପାଦନ ପ୍ରଭାବିତ ହୋଇଥିଲା। ତେଣୁ ବଜାରରେ ଏହାର ଅଭାବ ସୃଷ୍ଟି ହୋଇଥିଲା। ବେଙ୍ଗାଲୁରୁ, ମହାରାଷ୍ଟ୍ରର ନାସିକ, ଆନ୍ଧ୍ରପ୍ରଦେଶର କର୍ନୁଲରୁ ଓଡ଼ିଶାକୁ ମୁଖ୍ୟତଃ ପିଆଜ ଆସିଥାଏ। କିନ୍ତୁ ଅନିୟମିତ ବର୍ଷା ପିଆଜ ଉତ୍ପାଦନକୁ ଗୁରୁତର ଭାବେ କମାଇ ଦେଇଛି। ଅନ୍ୟପଟେ ଡିସେମ୍ବର ପ୍ରଥମ ସପ୍ତାହରେ ଦେଶରେ ନୂଆ ପିଆଜ ଅମଳ ହୋଇଯିବ। ଫଳରେ ଆଉ ପିଆଜର ଅଭାବ ରହିବ ନାହିଁ ବୋଲି ଆଶା କରାଯାଉଛି। ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସହରରେ ପିଆଜ ଦର କିଲୋଗ୍ରାମ ପିଛା ୯୦ରୁ ଅଧିକ ରହିଛି। ଫଳରେ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି। ଓଡ଼ିଶାରେ ଦୈନିକ ପ୍ରାୟ ୬ଶହରୁ ୭ଶହ ଟନ୍‌ ଅର୍ଥାତ୍‌ ୬ଲକ୍ଷରୁ ୭ ଲକ୍ଷ କିଲୋଗ୍ରାମ ଯାଏ ପିଆଜ ବିକ୍ରି ହୋଇଥାଏ। କିନ୍ତୁ ଦର ଅଧିକ ରହିଥିବାରୁ ମାତ୍ର ୨ଲକ୍ଷରୁ ଅଢ଼େଇ ଲକ୍ଷ କିଲୋଗ୍ରାମ ଯାଏ ପିଆଜ ବିକ୍ରି ହେଉଛି ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଓଡ଼ିଆ ପୁଅ ଇନ୍ଦ୍ରଜିତ ମହାନ୍ତି

ଭୁବନେଶ୍ୱର,୩୦।୮: ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ହେବେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି। ଶୁକ୍ରବାର ଏ ନେଇ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ତାଙ୍କୁ ମନୋନୀତ କରାଯାଇଛି। ସେ...

ଡାକ୍ତର, ପାରାମେଡିକାଲ କର୍ମଚାରୀ ଆବଶ୍ୟକ କଲା ସ୍ବାସ୍ଥ୍ୟବିଭାଗ

ଭୁବନେଶ୍ୱର,୨୫।୩(ବ୍ୟୁରୋ): କରୋନା ମୁକାବିଲା ଲାଗି ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ଆବଶ୍ୟକ କଲା ରାଜ୍ୟ ସ୍ବାସ୍ଥ୍ୟବିଭାଗ। ୩ ମାସ ପାଇଁ ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ,...

ଶାଳୀ ବିବାହ ସ୍ଥିର ହୋଇଯିବାରୁ ଅଶ୍ଳୀଳ ଫଟୋ ଭାଇରାଲ ପାଇଁ ଧମକ ଦେଇ ଭିଣୋଇ ଗିରଫ

କଣ୍ଟାପଡା,୧୦।୧୨(ଡି.ଏନ୍‌.ଏ.): ଶାଳୀ ସହ ଘଟିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେବା ଅଭିଯୋଗରେ ଓଲଟପୁର ପୋଲିସ ଅଭିଯୁକ୍ତ ଭିଣୋଇଙ୍କୁ ଗିରଫ କରି...

୧୨ କୋଟି ଜିଏସ୍‌ଟି ଠକି ବ୍ୟବସାୟୀ ଗିରଫ

କଟକ ଅଫିସ, ୮।୮: ଜିଏସ୍‌ଟି ଠକେଇ ମାମଲାରେ ବଲାଙ୍ଗୀରର ଜଣେ ବ୍ୟବସାୟୀଙ୍କୁ ଗୁରୁବାର ଗିରଫ କରାଯାଇଛି। ସେ ହେଲେ ଟିଟଲାଗଡ଼ର ତୀର୍ଥଙ୍କର ପଟେଲ। ତୀର୍ଥଙ୍କର ୧୨...

‘ସାମ୍ବାଦିକତାରେ ବିଘଟନ ସୃଷ୍ଟି ହୋଇଛି’

ବ୍ରହ୍ମପୁର ଅଫିସ,୩୦ା୧: ସାମ୍ବାଦିକତାରେ ବର୍ତ୍ତମାନ ବିଘଟନ ସୃଷ୍ଟି ହୋଇଛି। ଏହା ୨୦୨୦ ପରଠାରୁ ଅତ୍ୟନ୍ତ ଗୁରୁତର ରୂପ ନେବାକୁ ଯାଉଛି। ଏହି ପରିବର୍ତ୍ତିତ ପରିବେଶ ଓ...

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ସ୍ଥାନ ପାଇବ ଓଡ଼ିଶା ମଣ୍ଡପ : ପୁଞ୍ଜିନିବେଶ ଆକୃଷ୍ଟ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ଚଳିତବର୍ଷ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ସ୍ଥାନ ପାଇବ ଓଡ଼ିଶାର ଆକର୍ଷଣୀୟ ମଣ୍ଡପ। ରାଜ୍ୟର ବଛା...

ଦୁର୍ଘଟଣା ଅପରାଧ ପାଇଁ ନିଶା ଦାୟୀ

ଫୁଲବାଣୀ ଅଫିସ,୨୬ା୬-ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ପରିସରରେ ଜିଲାସ୍ତରୀୟ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ବସନ୍ତ...

କଣ୍ଟାପଡ଼ା ବ୍ଲକରେ ସରକାରୀ ନିୟମକୁ ଫୁ’: ସାମାଜିକ ଦୂରତା କଟକଣା ପଛ, ଜଳଖିଆ ଖିଆ ଆଗ

କଣ୍ଟାପଡା, ୧୨।୫(ଡି.ଏନ୍‌.ଏ.): ମହାମାରୀ କରୋନାରୁ ମୁକୁଳିବାକୁ ହେଲେ ସାମାଜିକ ଦୂରତ୍ୱ ରକ୍ଷା ହିଁ ଏକମାତ୍ର ଉପାୟ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଏପରିକି...

Leave a comment

Your email address will not be published. Required fields are marked *