ଉତ୍ତରାଧିକାରୀ ପ୍ରମାଣପତ୍ର ଖାରଜ ଘଟଣା: କାଗଜପତ୍ର ଯାଞ୍ଚ କଲା ଭିଜିଲାନ୍ସ ଟିମ୍‌

ଖଇରା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଆଳଦା ମୌଜାରେ ଜମି କିଣାବିକାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଅଡୁଆସୂତା ଭଳି ଛନ୍ଦି ହେବାରେ ଲାଗିଛି ା ଘଟଣାର ତଦନ୍ତ ପାଇଁ ଜିଲା ଭିଜିଲାନ୍ସ ବିଭାଗର ଏକ ଟିମ୍‌ ଡିଏସ୍‌ପି ଏସ୍‌.କେ ସାମନ୍ତରାୟଙ୍କ ନେତୃତ୍ୱରେ ୨ୟ ଥର ପାଇଁ ସୋମବାର ଖଇରା ତହସିଲ, ଖଇରା ଥାନା, ଖଇରା ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି।
ସୁଣ୍ଢିରା ଗ୍ରାମର ବନ୍ଦନା ନାୟକ ନିଜର ଜେଜେମାଙ୍କ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ତହସିଲରେ ଆବେଦନ କରିଥିବା ବେଳେ ଏହାକୁ ଖାରଜ କରିଦିଆଯାଇଥିଲା। ପ୍ରମାଣପତ୍ର ପାଇଁ ୫ଲକ୍ଷ ଟଙ୍କା ଲାଞ୍ଚ ମଗାଯିବାରୁ ସେ ଦେଇ ନ ପାରି ଭିଜିଲାନ୍ସ ବିଭାଗରେ ଜଣାଇଥିଲେ ା ଭିଜିଲାନ୍ସ ପକ୍ଷରୁ କେସ୍‌ (ନଂ. ୩୮/୨୦୧୯) ରୁଜୁ କରାଯାଇଥିଲା। ଭିଜିଲାନ୍ସ ଟିମ୍‌ ଅକ୍ଟୋବର ୪ ତାରିଖରେ ପ୍ରଥମ ଥର ଖଇରା ତହସିଲକୁ ଆସି ତଦନ୍ତ କରିଥିଲା। ଏ ସମ୍ପର୍କରେ ଖଇରା ତହସିଲଦାରଙ୍କୁ ପଚାରିବାରେ ଉତ୍ତରାଧିକାରୀଙ୍କ ସମ୍ପର୍କରେ ଗ୍ରାମବାସୀ ପୃଥକ ମତ ଦେବାରୁ ଉତ୍ତରାଧିକାରୀ ପ୍ରମାଣପତ୍ର ଦେବା ସମ୍ଭବପର ନ ଥିଲା ା ଅର୍ଥ ମାଗିବା ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି ା


All Right Reserved By Dharitri.Com

ସରୁନି ଯୋଡ଼ା- ଜୁରୁଡ଼ି ରାସ୍ତା ନିର୍ମାଣ କାର୍ଯ୍ୟ

ଯୋଡ଼ା, ୪।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ରାଜ୍ୟ ରାଜପଥ ନଂ ୨ ର ଜୁରୁଡି-ବାମେବାରୀ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଦୈନିକ...

ଡକାୟତ ଯୋଜନା ବେଳେ ପୋଲିସ ଚଢ଼ାଉ : ୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ, ଖଣ୍ଡା,ପିସ୍ତଲ,ଗୁଳି ଓ ମୁଖା ଜବତ

ଦେବଗଡ,୧୫।୧୨(ଡି.ଏନ.ଏ.)-ଗୁରୁବାର ରାତିରେ ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଆମ୍ବଗାଁ ହାଇସ୍କୁଲର ପୁରୁଣା ଛାତ୍ରାବାସ ନିକଟରେ ସଶସ୍ତ୍ର ଡକାୟତି ପାଇଁ ଯୋଜନା କରୁଥିବାବେଳେ ବାରକୋଟ ଥାନା...

ଶରୀର ଦାନ କରିବେ ଶିକ୍ଷୟିତ୍ରୀ

ସିମୁଳିଆ, ୨୪ା୧୦(ସନ୍ତୋଷ କୁମାର ନାୟକ)-ଏବେ ଶିକ୍ଷାଦାନ କରି ପିଲାମାନଙ୍କୁ ଶିକ୍ଷିତ କରୁଛନ୍ତି। ଜୀବନର ଅନ୍ତିମ ସମୟରେ ଅଙ୍ଗଦାନ ସହ ତାଙ୍କ ଶରୀରକୁ ମଧ୍ୟ ବିଜ୍ଞାନ ବିଭାଗର...

ୟୁରୋପ ଯାଇ ନ ଥିବା କହିଲେ ପ୍ରଦୀପ୍ତ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଘରୋଇ ୟେସ୍‌ ବ୍ୟାଙ୍କ୍‌ରେ ଜମା ରଖାଯାଇଛି। ୟେସ୍‌ ବ୍ୟାଙ୍କ୍‌ର ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇସାରିଛି। ଏଥିରେ ଥିବା ଜମାରାଶି...

‘ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଦିଅ’

ବାଲେଶ୍ୱର ଅଫିସ, ୭।୧୨-ବାଲେଶ୍ୱରସ୍ଥିତ ସଦ୍‌ଭାବନା ସଭାଗୃହରେ ଚଳିତ ରବି ୨୦୧୯-୨୦ ବର୍ଷ ପାଇଁ ଜିଲା କୃଷି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ରସିଦ୍‌ ସ୍କୁଲ, ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ୨୦୦୭ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ରସିଦ୍‌ ଖାନ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ରସିଦ୍‌ ବର୍ତ୍ତମାନ...

ନୂଆ ମୋଟର ଯାନ ଆଇନ: କୋହଳ ଅବଧି ଆଉ ମାସେ

ଭୁବନେଶ୍ୱର, ୨୯ା୧୦(ବ୍ୟୁରୋ):ନୂଆ ମୋଟର ଆଇନ ଲାଗୁ ହେବା ପରେ କଡାକଡି ଯାଞ୍ଚ କରାଯାଇ ମୋଟାଅଙ୍କର ଜରିମାନା ଆଦାୟ ହୋଇଥିଲା। ଲୋକଙ୍କୁ ଗାଡ଼ି କାଗଜପତ୍ର କରିବାକୁ ସମୟ...

୪୦ ଡିଗ୍ରୀ ଟପିଲା ୨ ସହର

ଭୁବନେଶ୍ୱର,୨।୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି। କରୋନା ମହାମାରୀ ପାଇଁ ସମଗ୍ର ଦେଶ ଲକ୍‌ଡାଉନ ଥିବାରୁ ଲୋକମାନେ...

Leave a comment

Your email address will not be published. Required fields are marked *