‘ସବୁଜିମା ତାଙ୍କ ସ୍ବପ୍ନ ଓ ଲକ୍ଷ୍ୟ’

କେନ୍ଦୁଝର, ୨୬।୧୧(ସ୍ବ.ପ୍ର.)-‘ଗଛ ବଞ୍ଚିଲେ ଆମେ ବଞ୍ଚିବା’ ଏଭଳି ବାର୍ତ୍ତା ଦେଇ ଗାଁ ସମେତ ଆଖପାଖ ଅଞ୍ଚଳରେ ଗଛ ଲଗାଇବା କାମରେ ସେ ଲାଗିପଡ଼ିଛନ୍ତି। ଗତ ୫ ବର୍ଷରେ ୪ ଲକ୍ଷରୁ ଅଧିକ ବୃକ୍ଷ ରୋପଣ କରିଛନ୍ତି। ଏଥିସହ ବିଭିନ୍ନ ଗ୍ରାମ ଓ ଶିକ୍ଷାନୁଷ୍ଠାନକୁ ଯାଇ ସେ ବୃକ୍ଷରୋପଣ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ଉଜୁଡ଼ା ପରିବେଶକୁ ସଜାଡ଼ିବା ପାଇଁ ଯୋଜନା କରି ୧୦୮ ଗ୍ରାମରେ ସବୁଜିମା ଫେରାଇ ଆଣିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ପରିବେଶ ସୁରକ୍ଷା ଦିଗରେ ତାଙ୍କର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ତାଙ୍କୁ ବୃକ୍ଷ- ମଣିଷ ବୋଲି କହିବାକୁ ପଛାଉ ନାହାନ୍ତି।
ବୃକ୍ଷରୋପଣ କରି ସବୁଜବଳୟ ସୃଷ୍ଟି କରିବା ଲକ୍ଷ୍ୟରେ ନିଜକୁ ଉତ୍ସର୍ଗ କରି କାର୍ଯ୍ୟ କରୁଥିବା ଏହି ବ୍ୟକ୍ତି ହେଲେ ରମେଶ ଚନ୍ଦ୍ର ମିଶ୍ର (୬୪)। ସାଢେ ଛଅ ବର୍ଷ ଶିକ୍ଷକତା ଓ ପରେ ବ୍ୟାଙ୍କ ଚାକିରି କରି ୨୦୧୫ରେ ଅବସର ଗ୍ରହଣ କରି ଏବେ ପରିବେଶ ସୁରକ୍ଷା ସାଙ୍ଗକୁ ସମାଜସେବାରେ ଲାଗିପଡ଼ିଛନ୍ତି। ଗାୟତ୍ରୀ ପରିବାର ସହ ସମ୍ପର୍କ ରଖି ସେ ସଚେତନତା ସୃଷ୍ଟି କରିବାସହ ଲକ୍ଷ୍ୟପଥରେ ଆଗେଇ ନେଉଛନ୍ତି।
ରମେଶ କହନ୍ତି, ଏକଦା ବଣପାହାଡ଼ ଘେରା କେନ୍ଦୁଝର ଜିଲା ଥିଲା ସବୁଜିମାମୟ। ଏବେକାର ସ୍ଥିତି ଭିନ୍ନ। ଉଜୁଡ଼ା ଜଙ୍ଗଲ ଓ ପରିବେଶ ତାଙ୍କ ମନରେ ଗଭୀର ରେଖାପାତ କରିଛି। ହାତରେ ବିଶେଷ ସମ୍ବଳ ନ ଥିଲେ ବି ନିଜ ପେନସନ୍‌ ଟଙ୍କାରେ ସେ ବୃକ୍ଷରୋପଣ କାର୍ଯ୍ୟ କରିଆସୁଛନ୍ତି।ଁ ସେ ନିଜ ଉଦ୍ୟମରେ ଗତ ୫ ବର୍ଷରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଚାରା ସୃଷ୍ଟି କରି ମାଗଣାରେ ବାଣ୍ଟିଛନ୍ତି ା ଗଛ ଲଗାଇବା ସହ ଯତ୍ନ ନେଇ ଗଛ ବଢାଇବା ଓ ସୁରକ୍ଷା କରିବା ପାଇଁ ଉଦ୍ୟମ କରିଥାନ୍ତି ା ସ୍ଥାନୀୟ ଛାତ୍ରୀଛାତ୍ର ତଥା ପରିବେଶବିତମାନଙ୍କ ସହଯୋଗ ନେଇ ନିଜ ଗାଁ ମୁଣ୍ଡରେ ବଟେଶ୍ୱର ମନ୍ଦିର ପରିସରରେ ଏକ ନର୍ସରୀ କରି ଚାରା ସୃଷ୍ଟି କରୁଛନ୍ତି। ଯେଉଁଠି ଚାଷୀଙ୍କ ଜମି ବର୍ଷ ବର୍ଷ ଧରି ପଡିଆ ପଡିଥିଲା ସେଠାରେ ଲୋକଙ୍କୁ ବୁଝାଇ ଏବେ ବୃକ୍ଷ ରୋପଣ କରୁଥିବାରୁ ନୂତନ ଜଙ୍ଗଲ ସୃଷ୍ଟି ହୋଇ ପାରିଛି। ଗଛ ନ କାଟିବା ଏବଂ ଅଧିକ ବୃକ୍ଷ ରୋପଣ କରିବାକୁ ସବୁବେଳେ ସେ ପରାମର୍ଶ ଦେଇ ଆସୁଛନ୍ତି। ଯେଉଁମାନେ ଗଛ ଲଗାଇ ପରିବେଶ ସୁରକ୍ଷା କରୁଛନ୍ତି ସେଭଳି ବ୍ୟକ୍ତିବିଶେଷ ବା ସଂସ୍ଥାକୁ ସେ ପ୍ରକୃତି ସଖା ଓ ‘ପ୍ରକୃତି ସାଥୀ ପୁରସ୍କାର ଦେଉଛନ୍ତି ା
ରମେଶ ଆହୁରି କହିଛନ୍ତି, ପରିବେଶ ସୁରକ୍ଷା ଦିଗରେ ଲୋକଙ୍କ ସହଯୋଗ ତାଙ୍କୁ ଉତ୍ସାହିତ କରିଛି। ପ୍ରଥମ ୩ ବର୍ଷ ବାହାରୁ ଚାରା କିଣି ଗଛ ଲଗାଇଥିଲେ। ସେ ନର୍ସରୀ ଖୋଲିବା ପରଠାରୁ ବନ ବିଭାଗ ତାଙ୍କ ଠାରୁ ଚାର ନେଉଛି। ବର୍ତ୍ତମାନ ତାଙ୍କ ନର୍ସରୀରେ ୩୦ ପ୍ରକାରର ଗଛ ରହିଛି। ସେଥିମଧ୍ୟରେ ଶାଗୁଆନ, ଗମ୍ଭାରୀ, ଶାଳ, ପିଆଶାଳ, ଅଁଳା, ନିମ, ପିଜୁଳି, ବେଲ, ମହାନିମ, ଅଶୋକ, ଜାମୁ, ପଣସ, ହରିଡା, ବାହାଡା, ଲେମ୍ବୁ, ଅଶ୍ୱତଥ, ଦେଶୀ ଆମ୍ବ ଓ କାଜୁ ଅନ୍ୟତମ। ପ୍ରତ୍ୟେକ ପରିବାର ଯେଭଳି ୫ଟି ଲେଖାଏ ଗଛ ଲଗାଇବେ ସେଥିପାଇଁ ୨ ଗ୍ରାମକୁ ପ୍ରଥମେ ହାତକୁ ନେଇ ସବୁଜିମା ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି। ଆସନ୍ତା ମାସ ୧୦୮ ଗ୍ରାମରେ ଏଭଳି କାର୍ଯ୍ୟକ୍ରମ ସେ କରିବେ ବୋଲି କହିଛନ୍ତି ା


All Right Reserved By Dharitri.Com

ଭୋର ୫ଟାରେ ଏସସିବି ମେଡିକାଲରେ ଅଚାନକ ପହଞ୍ଚିଲେ ଭି.କେ ପାଣ୍ଡିଆନ

କଟକ ଅଫିସ୍‌,୬।୧୧:କଟକ ଏସସିବି ମେଡିକାଲରେ ଭୋର ୫ଟାରେ ପହଞ୍ଚିଲେ ୫ଟି ସଚିବ ଭି.କେ ପାଣ୍ଡିଆନ। ଅଚାନକ ବଡ଼ ମେଡିକାଲରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ...

ଅଖିଳ ଭାରତ ଡାକ ଭାରୋତ୍ତୋଳନ; ଯୁବକମାନେ ସକାରାତ୍ମକ ବିଶ୍ୱାସ ଜାଗ୍ରତ କରନ୍ତୁ : ରାଜ୍ୟପାଳ

ବ୍ରହ୍ମପୁର ଅଫିସ,୩୦ା୯-ସକାରାତ୍ମକ ଆତ୍ମବିଶ୍ୱାସ ଅସଫଳ କାର୍ଯ୍ୟକୁ ମଧ୍ୟ ସଫଳତାରେ ପରିଣତ କରିଥାଏ ା ନିଜ ଭିତରେ ଥିବା ସକାରାତ୍ମକ ବିଶ୍ୱାସ ଜାଗ୍ରତ କରିବା ଆବଶ୍ୟକ। ଯୁବକଙ୍କ...

ଗ୍ୟାସ୍‌ ଲିକ୍‌ ହୋଇ ହୋଟେଲରେ ଅଗ୍ନିକାଣ୍ଡ

ରଣପୁର,୧୫।୬(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଏକ ହୋଟେଲରେ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି ।...

ନିଶ୍ଚିହ୍ନ ହେବ ଦ୍ୱାଦଶ ଶତାବ୍ଦୀର ଏମାର ମଠ

ପୁରୀ ଅଫିସ, ୨୯।୮: ଶ୍ରୀମନ୍ଦିରର ସୁରକ୍ଷା ଏବେ ଚ୍ୟାଲେଞ୍ଜ ହୋଇଛି। ଆତଙ୍କବାଦୀଙ୍କ ଟାର୍ଗେଟରେ ବଡ଼ଦେଉଳ ରହିଥିବା ନେଇ ଏକାଧିକଥର କେନ୍ଦ୍ର ଗୋଇନ୍ଦା ସଂସ୍ଥାରୁ ଚିଠି ଆସିବା...

ନୂଆବର୍ଷରୁ ଶ୍ରଦ୍ଧାଳୁଙ୍କୁ ସ୍ବତନ୍ତ୍ର ସୁବିଧା

ପୁରୀ ଅଫିସ, ୬।୧୨:ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି ସମସ୍ତ ପ୍ରକାର ସୁବିଧା କରାଯିବ। ସେମାନେ ଯେପରି କୌଣସି ତିକ୍ତ ଅନୁଭୂତି ନ ସାଉଣ୍ଟିବେ ସେଥିପ୍ରତି ଗୁରୁତ୍ୱ...

ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ଆକଳନ

ପୁରୀ ଅଫିସ,୧୬ା୫: ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲାରେ ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ବୁଧବାର ଅପରାହ୍ନରେ...

ଦୁର୍ନୀତି ଅଭିଯୋଗରେ ସ୍ପେଶାଲ ସ୍କ୍ବାଡ ଏଏସଆଇ ନିଲମ୍ବିତ

ଭୁବନେଶର,୧୯।୧୧(ବ୍ୟୁରୋ): ଦୁର୍ନୀତି ଅଭିଯୋଗ ପ୍ରମାଣ ମିଳିବା ପରେ ସ୍ପେଶାଲ ସ୍କ୍ବାଡ ଏଏସଆଇ ଅର୍ଜୁନ କହଁର ନିଲମ୍ବିତ ହୋଇଛନ୍ତି। ଏ ସମ୍ପର୍କରେ କଟକ ପୋଲିସ ମୁଖ୍ୟାଳୟ ପକ୍ଷରୁ...

ବସ୍‌ ପଛରେ ପିଟିହେଲା ବସ୍‌: ୩୦ ଆହତ

ଫୁଲନଖରା,୧୦ା୧୦(ଡି.ଏନ୍‌.ଏ.): କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀଠାରେ ବୁଧବାର ଏକ ବସ୍‌ ପଛରେ ଅନ୍ୟ ଏକ ବସ୍‌ ପିଟି ହୋଇଯାଇଛି। ଫଳରେ ପଛ ବସ୍‌ରେ ଥିବା ଯାତ୍ରୀଙ୍କ...

Leave a comment

Your email address will not be published. Required fields are marked *