ଏଇ ଭାରତରେ

ପଇସାପତ୍ର ଅଭାବରୁ ଏକ ବୃଦ୍ଧ ଦମ୍ପତି ପରିଣତ ବୟସରେ ବାହା ହୋଇଛନ୍ତି। ତାହା ପୁଣି ବୟସ୍କ ଝିଅପୁଅ ଏବଂ ନାତୁଣୀନାତିଙ୍କ ମେଳରେ। ସେମାନେ ଏକତ୍ର ୫୦ ବର୍ଷ ହେଲା ରହିଆସୁଛନ୍ତି। ଏପରି ଏକ ଘଟଣା ଘଟିଛି ଗୁଜରାଟର ଉଦୟପୁରରେ। ଉଦୟପୁର ଅନ୍ତର୍ଗତ ଲାମ୍ବାଡିଆସ୍ଥିତ ମାଲବାସରେ ସମ୍ପନ୍ନ ହୋଇଛି ଏହି ବୟସ୍କ ବିବାହ। ୭୫ବର୍ଷ ବୟସ୍କ ଗମନା ସୋଲାଙ୍କି ୬୮ବର୍ଷ ବୟସ୍କା ବଞ୍ଜାରୀ ଦେବୀଙ୍କୁ ଧୁମ୍‌ଧାମରେ ବିବାହ କରିିଛନ୍ତି। ଗମନାଙ୍କୁ ୨୫ବର୍ଷ ହୋଇଥିବାବେଳେ ସେ ବଞ୍ଜାରୀଙ୍କ ସହିତ ଲିଭ୍‌ଇନ୍‌ରେ ରହିବା ଆରମ୍ଭ କରିଥିଲେ। ସେତେବେଳେ ବଞ୍ଜାରୀଙ୍କୁ ୧୮ ବର୍ଷ ହୋଇଥିଲା। ଅର୍ଥାଭାବରୁ ସେମାନେ ବିବାହ କରିପାରି ନ ଥିଲେ। ଇତିମଧ୍ୟରେ ସେମାନଙ୍କ ୫ ପୁଅ ବାହା ହୋଇ ଘରକୁ ବୋହୂ ଆଣିଛନ୍ତି। ୨ ଝିଅଙ୍କ ବିବାହ ମଧ୍ୟ ହୋଇଯାଇଛି। ବୟସ୍କା ଦମ୍ପତି ନାତୁଣୀନାତି ମଧ୍ୟ ଦେଖିଲେଣି। ଏତେ ଦିନ ପରେ ବୃଦ୍ଧ ଦମ୍ପତିଙ୍କ ବିବାହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେବା ସହିତ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


All Right Reserved By

ଆମ ଜୀବନର ସୁନେଲି ଅତୀତ

ପ୍ରକାଶ ତ୍ରିପାଠୀ ଗତ ରଜପର୍ବ ସମୟର ଘଟଣା। ଘର ପଛପଟେ ଥିବା ଏକ ପଣସଗଛରେ ଦୁଇଟି ପଣସ ପାଚିଥିବା ଦେଖି ତାକୁ ତୋଳିଦେବାକୁ ବଡ଼ଭଉଣୀ ମୋତେ...

ସଙ୍କଟରେ ପଞ୍ଚଭୂତ

ଅଭିମନ୍ୟୁ ଧଳ ଯାହା କେବେ ମରେ ନାହିଁ, ସେ ଅମୃତ। ଅର୍ଥାତ୍‌ ଅମୃତ କୌଣସି ପରିସ୍ଥିତିରେ ଜୀବନୀଶକ୍ତି ହରାଏ ନାହିଁ। ମାଟି, ପାଣି, ପବନ, ଉତ୍ତାପ,...

ଭାରତଛାଡ଼ ଆନ୍ଦୋଳନ ଓ ରକ୍ତତୀର୍ଥ ଇରମ୍‌

ଡ. ପ୍ରଫୁଲ୍ଲ କୁମାର ସାହୁ ଅଗଷ୍ଟ ବିପ୍ଳବ ଆମ ସ୍ବାଧୀନତା ସଂଗ୍ରାମ ଇତିହାସରେ ଏକ ଯୁଗାନ୍ତକାରୀ ଅଧ୍ୟାୟ। ୧୯୪୨ ଅଗଷ୍ଟ ୮ ତାରିଖ ବମ୍ବେର ଗ୍ବାଲିୟର...

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ଯେଉଁ ଗୁରୁ ଅତି ନିଷ୍ଠାର ସହ ପିଲାଙ୍କୁ ପାଠ ପଢ଼ାନ୍ତି ସେ ଛାତ୍ରୀଛାତ୍ରଙ୍କ ନିକଟରେ ସବୁବେଳେ ପ୍ରଣମ୍ୟ ଓ ନମସ୍ୟ ହୋଇ ରହନ୍ତି। ସେହି...

ଫନୀ ଫେରାଇଛି ପୁରୁଣା ଦିନ

ପ୍ରକାଶ ତ୍ରିପାଠୀ ଗତ ମେ ୩ତାରିଖରେ ଓଡ଼ିଶା ଉପକୂଳ ଜିଲାଗୁଡ଼ିକରେ ମହାପ୍ରଳୟ ଘଟାଇ ୧୯୯୯ ମହାବାତ୍ୟାର ସ୍ମୃତିକୁ ଉଜ୍ଜୀବିତ କରିଦେଇଛି ସାମୁଦ୍ରିକ ଝଡ଼ ଫନୀ। ପୁରୀଠାରେ...

ଆଦିବାସୀ ସଂସ୍କୃତି ଓ ଜଗନ୍ନାଥ

ଉମାଶଙ୍କର ପ୍ରସାଦ ଇତିହାସ ପୃଷ୍ଠା ଅବଲୋକନ କଲେ ଜଣାଯାଏ ଓଡ଼ିଶାର ମୂଳ ସଂସ୍କୃତି ହେଉଛି ଆଦିବାସୀ ସଂସ୍କୃତି। ଏହି ଆଦିମ ଜାତିକୁ ଅନେକେ ଅଷ୍ଟ୍ରିକ ବୋଲି...

ଏଇ ଭାରତରେ

୪୪ ଜଣ ସାଥୀଙ୍କୁ ଏକାଠି କଲା ଗୋଟିଏ ମେସେଜ୍‌। ଆଧୁନିକ ଯୁଗରେ ସମସ୍ତେ ମୋବାଇଲ ମାନିଆ ହୋଇଥିବା ବେଳେ ଏବେ ହ୍ବାଟ୍ସଆପ୍‌ ମଧ୍ୟ ଅନେକ ସମୟରେ...

ରାଜ୍ୟ ବଜେଟରେ ନିଯୁକ୍ତି ପ୍ରସଙ୍ଗ

ନଟବର ଖୁଣ୍ଟିଆ ପଞ୍ଚମ ପାଳିର ନବୀନ ପଟ୍ଟନାୟକଙ୍କ ସରକାରର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବିଧାନସଭାରେ ଗତ ଜୁନ୍‌ ୨୮ ତାରିଖରେ ତାଙ୍କ ପ୍ରଥମ ବଜେଟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *