Posted inଖେଳ

୧୪୨ ବର୍ଷ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

କୋଲକାତା,୨୫।୧୧: ଇଡେନ ଗାର୍ଡେନ୍ସରେ ଟିମ ଇଣ୍ଡିଆ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟରେ ବାଂଲାଦେଶକୁ ଇନିଂସ ଓ ୪୬ ରନରେ ଜିତି ଇତିହାସ ରଚିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ପୋଛି ନେଇଛି। ଏହା ପୂର୍ବରୁ ଭାରତ ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଭାରତ ଇନିଂସ ଓ ୧୩୦ ରନରେ ଜିତିଥିଲା। ଏଥିସହ ଭାରତୀୟ ଦଳ ବିଶ୍ୱ କ୍ରିକେଟରେ ନୂଆ କୀର୍ତ୍ତିମାନ କରିଛି। ଭାରତ ବିଶ୍ୱର ପ୍ରଥମ ଟିମ ଭାବେ ଲଗାତାର ଚାରୋଟି ଇନିଂସ ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୁଣେ (ଇନିଂସ ଓ ୧୩୭ ରନ) ଓ ରାଞ୍ଚି (ଇନିଂସ ଓ ୨୦୨ ରନ) ଟେଷ୍ଟରେ ଇନିଂସ ବିଜୟ ହାସଲ କରିଥିବା ବେଳେ ବାଂଲାଦେଶ ବିପକ୍ଷ ଚଳିତ ସିରିଜର ଦୁଇଟି ଯାକ ମ୍ୟାଚରେ ମଧ୍ୟ ଇନିଂସ ବିଜୟ ଲାଭ କରିଛି। ୧୪୨ ବର୍ଷର କ୍ରିକେଟ ଇତିହାସରେ କୌଣସି ଦଳ ଏହି ରେକର୍ଡ କରିନାହାନ୍ତି।


All Right Reserved By Dharitri.Com

Posted inଖେଳ View All

ରହସ୍ୟ ଉପରୁ ପରଦା ଉଠାଇଲେ ଅମିରଙ୍କ ସ୍ତ୍ରୀ

ଲଣ୍ଡନ, ୧।୮: ଟେଷ୍ଟ କ୍ରିକେଟରୁ ନିକଟରେ ଅବସର ନେଇଥିବା ବୋଲର୍‌ ମହମ୍ମଦ ଅମିର ଏବେ ପାକିସ୍ତାନ ଛାଡି ବ୍ରିଟେନର ସ୍ଥାୟୀ ବାସିନ୍ଦା ହେବା ପାଇଁ ଉଦ୍ୟମ...

କୋହଲିଙ୍କ ଶତକ, ଭୁବିଙ୍କ ଘାତକ ବୋଲିଂରେ ଭାରତ ବିଜୟୀ

ତ୍ରିନିଦାଦ,୧୨।୮- ପୋର୍ଟ ଅଫ୍‌ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲଠାରେ ପ୍ରଥମେ ବିରାଟ କୋହଲିଙ୍କ ଶତକ ଓ ପରେ ଭୁବନେଶ୍ୱର କୁମାର (ଭୁବି)ଙ୍କ ଘାତକ ବୋଲିଂ ବଳରେ...

୭-୮ ଯୁବତୀଙ୍କ ସହ ଆଫେୟାର୍‌ ରଖି ଫଶିଲେ ଏହି ଖେଳାଳି

ଇସଲମାବାଦ୍‌, ୨୫।୭: ପାକିସ୍ତାନର ଉଦୀୟମାନ ଖେଳାଳି ଇମାମ ଉଲ ହକ୍‌ ୭-୮ ଯୁବତୀଙ୍କ ସହ ଆଫେୟାର୍‌ ରଖି ଫଶିଯାଇଛନ୍ତି। ଯୁବତୀଙ୍କ ସହ ତାଙ୍କ କଥିତ ହ୍ବାଟସଆପ୍‌...

ପୂର୍ବତନ ଆର୍ଜେଣ୍ଟିନା ବକ୍ସିଂ ଚାମ୍ପିୟନଙ୍କୁ ଜେଲ୍‌ ଦଣ୍ଡ

ବୁଏନ୍‌ସ ଏରିଜ,୧।୮(ଏଏଫ୍‌ପି)- ବାରମ୍ବାର ଜଣେ ନାବାଳିକାଙ୍କୁ ନିର୍ଯାତନା ଦେବାରୁ ପୂର୍ବତନ ଓ୍ବେଲଟରଓ୍ବେଟ ଓ୍ବାଲର୍‌ଡ ବକ୍ସିଂ ଚାମ୍ପିୟନ କାର୍ଲୋସ ବାଲ୍ଡମିରଙ୍କୁ କୋର୍ଟ ୧୮ ବର୍ଷର ଜେଲ ଦଣ୍ଡାଦେଶ...

ପାକିସ୍ତାନ ଖେଳାଳିଙ୍କୁ ଦେବାକୁ ପଡ଼ିବ ଫିଟ୍‌ନେସ ଟେଷ୍ଟ

ଲାହୋର,୩।୧(ପି.ଟି.)- ପାକିସ୍ତାନର କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ବାବର ଆଜାମ, ସର୍ଫରାଜ ଅହମ୍ମଦ, ଶାହିନ ଆଫ୍ରିଦୀଙ୍କ ଭଳି ଖେଳାଳି ଆସନ୍ତା ୬ ଓ ୭ ତାରିଖରେ...

କାତାରରେ କ୍ଲବ ବିଶ୍ୱକପ୍

ପ୍ୟାରିସ, ୪୬(ଏଏଫ୍ପି)- ଫିଫା ବିଶ୍ୱକପ୍ର ପରବର୍ତ୍ତୀ ସଂସ୍କରଣ ୨୦୨୨ରେ କାତାରରେ ଅନୁଷ୍ଠିତ ହେବ ତେବେ ଏଥତ୍ପୂର୍ବରୁ ୨୦୧୯ ଓ ୨୦୨୦ କ୍ଲବ ବିଶ୍ୱକପ୍ କାତାରରେ ଅାୟୋଜିତ...

ଶୂନ୍ୟରେ ଆଉଟ୍‌ ହେବାରେ ଆଫ୍ରିଦୀଙ୍କ ଶତକ

ଢାକା,୧୪।୧୨- ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ଏବେ ବିଶ୍ୱର ବିଭିନ୍ନ ଲିଗ୍‌ରେ ଖେଳୁଛନ୍ତି। ମାତ୍ର ଏହି ଅବସରରେ ସେ...

ମୁମ୍ବାଇ ଦଳରେ ଅର୍ଜୁନ

ମୁମ୍ବାଇ, ୨୭।୮- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ କ୍ରିକେଟ୍‌ ଦଳରେ ସ୍ଥାନ ପାଇଛନ୍ତି। ନାଗପୁରରେ ସେପ୍ଟେମ୍ବର ୫ରୁ ହେବାକୁ ଥିବା ‘ବପୁନା...

Leave a comment

Your email address will not be published. Required fields are marked *