ଓଜନ କମାଇବାର ସହଜ ଉପାୟ

ଓଜନ କମାଇବାର ଏକ ସହଜ ତଥା ସରଳ ଉପାୟ ରହିଛି। ପୁଣି ଏଥିପାଇଁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ ନାହିଁ। ବାସ୍‌, ପ୍ରତିଦିନ ଗୋଟିଏ କାମ ହିଁ କରିବାକୁ ପଡ଼ିବ। ତାହା କ’ଣ ଜାଣନ୍ତି ? ତଳେ ବସି ଖାଇବା। ଅର୍ଥାତ୍‌, ମେଦବହୁଳ ବ୍ୟକ୍ତି ଯଦି ପ୍ରତିଦିନ ତଳେ ବସି ଖାଆନ୍ତି ତେବେ ସେ ଏପରି ସମସ୍ୟାରୁ ଅନେକାଂଶରେ ଉପଶମ ଲାଭ କରନ୍ତି। ସିଡ୍‌ନୀ ୟୁନିଭର୍ସିଟିର ପୁଷ୍ଟିବିଜ୍ଞାନୀମାନେ ଏଭଳି ରୋଚକ ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ଓଜନକୁ କିପରି ସରଳ ଉପାୟରେ କମାଯାଇପାରିବ ସେ ନେଇ ସେମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରତିଦିନ ତଳେ ବସି ଖାଇବାକୁ ପରାମର୍ଶ ଦିଆଯାଇଥିଲା। କେବଳ ସେତିକି ନୁହେଁ, ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ସେମାନଙ୍କର ଓଜନ ବୃଦ୍ଧିରେ ପରିବର୍ତ୍ତନ ହେଉଛି କି ନାହିଁ ତାହାକୁ ଲକ୍ଷ୍ୟ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ କେତେକଙ୍କ ଓଜନ କମୁଥିବା ଦେଖିବାକୁ ମିଳିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


All Right Reserved By Dharitri.Com

ସ୍ପୋର୍ଟିଂ ରୋବୋ

ଆଜିକାଲି ରୋବୋକୁ ବିଭିନ୍ନ କାମରେ ନିୟୋଜିତ କରାଯାଉଛି। ବିଶେଷ ଭାବରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର ସହାୟତାରେ ଅପରେଶନ ପରି ଗୁରୁତ୍ୱପୂର୍ଣ୍ଣ କାମ ସମ୍ପାଦିତ ହୋଇପାରୁଛି।...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ପରିବର୍ତ୍ତିତ ଜୀବନ ଶୈଳୀରେ କେତେକଙ୍କଠାରେ ହାର୍ଟଆଟାକ୍‌ ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ପ୍ରତିଦିନ ସକାଳେ ଅଧାଗ୍ଲାସେ ନଡ଼ିଆ କ୍ଷୀର ପିଇଲେ ସୁଫଳ...

ରୋଗ ପ୍ରତିରୋଧକ ଶକ୍ତି ଓ ଡାଇବେଟିସ୍‌

ଡାଇବେଟିସ ଏପରି ଏକ ସମସ୍ୟା ଯାହା ଥରେ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଯଦି ଦୀର୍ଘ ମାସ ଧରି ଆପଣଙ୍କର ସୁଗାର...

ଶୋଇବା ପୂର୍ବରୁ ପିଅନ୍ତୁ ଏକ ଗ୍ଲାସ୍‌ ଉଷୁମ ପାଣି

ଶରୀରରେ ଜଳୀୟଅଂଶର ମାତ୍ରା ନିୟନ୍ତ୍ରଣରେ ରଖିବା ଲାଗି ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ। ଏହାଦ୍ୱାରା ବିଷାକ୍ତ ପଦାର୍ଥ ଶରୀରରୁ ବାହାରିଯାଇଥାଏ। ତେବେ କ’ଣ ଆପଣ ଜାଣନ୍ତି...

ବ୍ୟାୟାମ ପରେ ଖାଆନ୍ତୁ ଏହିସବୁ ଖାଦ୍ୟ, ମିଳିବ ଅନେକ ଫାଇଦା

ବ୍ୟାୟାମ କରି ଆମେ ନିଜକୁ ଫିଟ୍‌ ରଖିଥାଉ। ଏଥିପାଇଁ ଓ୍ବାକିଂ, ଓ୍ବେଟ୍‌ ଟ୍ରେନିଂ, ଏରୋବିକ୍ସ, ଫୁଟ୍‌ବଲ, ରନିଂ ଆଦି ବିଭିନ୍ନ ପ୍ରକାରର ବ୍ୟାୟାମ କରିଥାଉ। ଏପରି...

ଭାରୀ ଉପକାରୀ ଦେଶୀ ଘିଅ

ଆମ ମନରେ ଏକ ଧାରଣା ବସା ବାନ୍ଧି ରହିଯାଇଛି ଯେ, ଦେଶୀ ଘିଅ ନିୟମିତ ଭାବେ ଖାଇବା ଦ୍ୱାରା ଶରୀର ଓଜନ କ୍ଷିପ୍ର ଗତିରେ ବଢ଼ିବା...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଅଁଳା ରସ

ହର୍ବାଲ୍‌ ଔଷଧ ମଧ୍ୟରେ ଅଁଳା ଅନ୍ୟତମ। ଏହାର ବ୍ୟବହାର ପ୍ରାଚୀନ କାଳରୁ ଦୂରାରୋଗ୍ୟ ରୋଗର ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ପାଇଁ କରାଯାଇଆସୁଛି। ଭିଟାମିନ, ଫାଇବର୍‌, କ୍ୟାଲସିୟମ୍‌...

ବରଫ ପାଣିରେ କାହିଁକି ମୁହଁ ଧୁଅନ୍ତି ବଲିଉଡ୍‌ ସେଲିବ୍ରିଟି

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଫ ପାଣି ଖୁବ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରି ପାରେ। ଏହା ତ୍ୱଚାକୁ କୋମଳ...

Leave a comment

Your email address will not be published. Required fields are marked *