ବ୍ଲଡ୍‌ କ୍ୟାନ୍‌ସର

‘କ୍ୟାନ୍‌ସର : ନୋ ଆନ୍‌ସର’ ବୋଲି ଅନେକଙ୍କ ମନରେ ଧାରଣା ରହିଛି। ହେଲେ ପ୍ରାରମ୍ଭିକ ସ୍ତରରେ ଏହା ଚିହ୍ନଟ ହୋଇ ଉପଯୁକ୍ତ ଚିକିତ୍ସା କରାଯାଇପାରିଲେ କେତେକ କ୍ଷେତ୍ରରେ କ୍ୟାନ୍‌ସରରୁ ଆରୋଗ୍ୟ ମିଳିବାର ଉଦାହରଣ ରହିଛି। ହେଲେ ଏହା ଯଦି ଗୁରୁତର ଅବସ୍ଥାରେ ଚିହ୍ନଟ କରାଯାଏ, ତେବେ ତାହା ଅକାଳ ମୃତ୍ୟୁକୁ ଡାକିଆଣିଥାଏ। ଆଜିକାଲି ବ୍ଲଡ୍‌ କ୍ୟାନ୍‌ସର (ରକ୍ତ କର୍କଟ) ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାର କାରଣ ସମ୍ପର୍କରେ ଆମେ ନିଶ୍ଚୟ ଅବଗତ ହେବା ଦରକାର। ଏହି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ପ୍ରଥମେ ଜ୍ୱର ଲାଗି ରହିଥାଏ। ଆନେମିଆ ସମସ୍ୟା ମଧ୍ୟ ଦେଖାଦିଏ। ଅଳ୍ପ କାମ କରିବା ପରେ ହାଲିଆ ଲାଗେ। ଅଧିକାଂଶ ସମୟ ଶରୀରରେ ଦୁର୍ବଳତା ଅନୁଭବ ହୋଇଥାଏ। ଗଳା କିମ୍ବା କାଖ ତଳେ ହାଲୁକା ଦରଜ ଅନୁଭୂତ ହୋଇଥାଏ। ଛାତିରେ ଜ୍ୱଳନ ହୁଏ। ଶରୀରରେ ହାଲକା ଆଘାତ ଲାଗିବା ମାତ୍ରେ ରକ୍ତ କ୍ଷରଣ ହୁଏ। କେବଳ ନାକରୁ ନୁହେଁ ପରସ୍ରା କରିବା ସମୟରେ ରକ୍ତ ପଡ଼ିଥାଏ। ଭୋକ କମ୍‌ ଲାଗେ। ତା’ସହ ହଠାତ୍‌ ଓଜନ କମି କମି ଯାଏ। ଏପରି କ୍ୟାନ୍‌ସରର ଅନ୍ୟ ପ୍ରମୁଖ ଲକ୍ଷଣ ହେଲା, ଶରୀରରେ ଇନ୍‌ଫେକଶନ ଲାଗି ରହିଥାଏ। ଯଦି ଆପଣଙ୍କ ଶରୀରରେ ବାରମ୍ବାର ଇନ୍‌ଫେକଶନ ଲାଗି ରହୁଛି, ତେବେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଅସ୍ଥିରେ ଏବଂ ଗଳଗଣ୍ଠିରେ ଦରଜ ଅନୁଭୂତ ହୁଏ। ତେବେ ଏପରି ଲକ୍ଷଣ ଦେଖାଦେବା ମାତ୍ରେ ଅଭିଜ୍ଞ କ୍ୟାନ୍‌ସର ବିଶେଷଜ୍ଞଙ୍କ ନିକଟକୁ ଯାଇ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।


All Right Reserved By Dharitri.Com

ସ୍ମରଣଶକ୍ତି ପ୍ରଖରକରେ ନ୍ୟୁରୋନ୍‌

ସ୍ମରଣଶକ୍ତି ସନ୍ତୁଳିତ ଥିତ୍ଲେ ଆମେ ସବୁ କଥା ମନେରଖିିତ୍ପାରୁ। ଏଥିତ୍ରେ ଅସନ୍ତୁଳନ ପରିଲକ୍ଷିତ ହେଲେ ଆମେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ପ୍ରଖର...

କର୍ମଜୀବୀ ମହିଳା ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ସୁସ୍ଥ ରହିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ। ଏ କଥା ପ୍ରାୟ ସମସ୍ତେ ଜାଣନ୍ତି। ମାତ୍ର କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଏସବୁ ସମ୍ଭବ ହୋଇ...

ଖରାଦିନେ ତ୍ୱଚାର ଯତ୍ନ

ଖରାଦିନେ ସାଧାରଣତଃ ତ୍ୱଚା ମଳିନ ପଡ଼ିଯାଏ। ଆପଣ ଚାହିଁଲେ କିଛି ଟିପ୍ସ ଆପଣାଇ ଏଥିରୁ ଆରାମ ପାଇପାରିବେ… – କଟନ କପଡ଼ାରେ ବରଫ ଖଣ୍ଡକୁ ରଖି...

ବିବର୍ତ୍ତିତ ବିଶ୍ବରେ ଗୁରୁଙ୍କ ସ୍ବରୂପ

ଜନାର୍ଦ୍ଦନ ମିଶ୍ର   ଆଜିର ଇଣ୍ଟରନେଟ ଓ ଡିଜିଟାଲ ଦୁନିଆରେ ବିଶଗୁରୁ ସାଜିଛି ଗୁଗୁଲ। ଆଖି ପଲକରେ ମିଳୁଛି ଯେକୌଣସି ସୂଚନା କିମ୍ବା ପ୍ରଶ୍ନର ସହଜ...

ସଂଗୀତ ଶୁଣିଲେ ଦୂର ହୋଇଥାଏ ଏହି ରୋଗ

ପ୍ରତିଦିନ ୩୦ ମିନିଟ୍‌ ସଂଗୀତ ଶୁଣିଲେ କ୍ୟାନସର ପରି ମାରାତ୍ମକ ରୋଗ ଭଲ ହୋଇଥାଏ ବୋଲି ତାଇବାନ୍‌ର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ବିଶେଷଜ୍ଞଙ୍କ ମତରେ କ୍ୟାନସର...

ଅଣ୍ଡାଠାରୁ ଅଧିକ ଉପକାରୀ ଟମାଟୋ

ଭାରତୀୟ ବ୍ୟଞ୍ଜନରେ ଟମାଟୋ ପ୍ରମୁଖ ଭାବେ ବ୍ୟବହାର ହୋଇଥାଏ। ଟମାଟୋ ବିନା ସାଲାଡ୍‌, ସୁପ୍‌, ତରକାରି, ଆଚାର, ଚଟଣୀ, କ୍ୟାଚ୍‌ଅପ ଇତ୍ୟାଦି କରିବା ଅସମ୍ଭବ। ଟମାଟୋରେ...

ପାଲକ ଡାଲ୍‌ ଖେଚୁଡ଼ି

ଆବଶ୍ୟକ ସାମଗ୍ରୀ: ଛୋଟ ଛୋଟ କଟା ପାଳଙ୍ଗ ଶାଗ ୧ କପ୍‌, ୧ଟି କଟା ପିଆଜ, ୨ଟି କଟା ଟମାଟୋ, ଦେଢ଼ କପ୍‌ ଚାଉଳ, ଡାଲି...

ପିଠି ଯନ୍ତ୍ରଣା ପାଇଁ ନୂଆ ଇଞ୍ଜେକ୍‌ସନ

ପିଠିରେ ଯନ୍ତ୍ରଣା କେତେ କଷ୍ଟକର ତାହା ଅନୁଭବୀ ହିଁ ଜାଣେ। ଏଥିରୁ ଉପଶମ ପାଇବା ପାଇଁ ଡାକ୍ତଙ୍କ ସହ ପରାମର୍ଶ କରିବାକୁ ପଡ଼ିଥାଏ। ସେ ଲେଖିଥିବା...

Leave a comment

Your email address will not be published. Required fields are marked *