ମନ୍ଦିର ଗାତ୍ରରେ ଆଧ୍ୟାତ୍ମିକ ଚେତନାର ଛବି

ଭଦ୍ରକ ଅଫିସ, ୨୫।୧୧(ଡି.ଏନ.ଏ.)- ଲୌକିକ ପରମ୍ପରା ଓ ବିଶ୍ୱାସକୁ ନେଇ ଭଦ୍ରକ ସହରରେ ଗଢ଼ି ଉଠିଛି ବାବା ଲୋକନାଥଙ୍କ ମନ୍ଦିର। ସହର ମଧ୍ୟଭାଗସ୍ଥିତ ଓଟି ମାର୍କେଟ୍‌ଠାରେ ଥିବା ଏହି ଭବ୍ୟ ମନ୍ଦିର ୧୯୪୨ରେ ପ୍ରତିଷ୍ଠିତ ହୋଇଥିବା କୁହାଯାଏ। ହେଲେ ଲୋକନାଥ ବାବାଙ୍କ ଲୌକିକ ପରମ୍ପରାରେ ପୂଜାର୍ଚ୍ଚନା, ଜନଶ୍ରୁତି ଓ ଲୋକ ବିଶ୍ୱାସ ଏହି ଶୈବପୀଠର ଭିନ୍ନ ବିଶେଷତ୍ୱ ବହନ କରିଛି। ମନ୍ଦିରର ନିର୍ମାଣଶୈଳୀ ଓ କାରୁକାର୍ଯ୍ୟ ଆଧ୍ୟାତ୍ମିକ ଚେତନାର ପ୍ରତୀକ ଭାବେ ଉଭା ହୋଇଛି। ଦୈନିକ ପୂଜାନୀତି ସାଙ୍ଗକୁ ମଧ୍ୟାହ୍ନରେ ମିଳୁଥିବା ଅନ୍ନପ୍ରସାଦ ଭକ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତି ସନ୍ଧ୍ୟାରେ ଭାଗବତ ଚର୍ଚ୍ଚା ଓ ଭଜନ କୀର୍ତ୍ତନ ଭକ୍ତଙ୍କୁ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ଦେଇଆସୁଛି।
ବିଭିନ୍ନ ପର୍ବପର୍ବାଣି ବ୍ୟତୀତ ଖାଲିଦିନରେ ମଧ୍ୟ ଏଠି ଭକ୍ତଙ୍କ ଭିଡ଼ ଜମେ। ଏହାର ସିଂହଦ୍ୱାର ଏକ ଭିନ୍ନ ଆକର୍ଷଣ। ଏଣୁ ସବୁ ଶିବ ମନ୍ଦିରଠାରୁ ଏହା ନିଆରା ଲାଗେ। ସିଂହଦ୍ୱାରରେ ଜଣେ ମଣିଷ ତଳେ ପଡ଼ିଥିବାବେଳେ ତାଙ୍କ ଉପରେ ଏକ ହାତୀ ରହିଥିବା ଓ ହାତୀ ଉପରେ ଏକ ସିଂହର କଳାକୃତି ଦେଖିବାକୁ ମିଳେ। ଗର୍ବ ଓ ଅହଙ୍କାର ପରିତ୍ୟାଗ କରି ମନ୍ଦିର ଭିତରକୁ ପ୍ରବେଶ କରିବା ଲାଗି ଏହି କଳାକୃତି ସତେ ଯେମିତି ବାର୍ତ୍ତା ଦେଇଥାଏ। ଏହାବାଦ୍‌ ମନ୍ଦିର ପରିସରରେ ୮ ପ୍ରକାରର ଗଣେଶ ପୂଜା ପାଆନ୍ତି, ଯାହାକି ବାସ୍ତୁବିଦ୍ୟାର ପ୍ରତୀକ। ସେହିପରି ବୃଷଭଙ୍କ ସହ ମା’ ପାର୍ବତୀ, ଗଣେଶ, ନାରାୟଣ ଶାଳଗ୍ରାମ, କୃଷ୍ଣମୂର୍ତ୍ତି, ରାମମୂର୍ତ୍ତି, ଲକ୍ଷ୍ମୀନାରାୟଣ ମୂର୍ତ୍ତି, କାର୍ତ୍ତିକଙ୍କ ସମେତ ନବଗ୍ରହ ମୂର୍ତ୍ତି ପୂଜା ପାଉଛନ୍ତି। ମନ୍ଦିରର କାରୁକାର୍ଯ୍ୟ ମଧ୍ୟରେ ଚତୁର୍ବେଦର ଗୁରୁଙ୍କ ମୂର୍ତ୍ତି ସାଙ୍ଗକୁ ଦଶ ଅବତାର ଓ ବିଭିନ୍ନ ରାଜରାଜୁଡ଼ାଙ୍କ ମୂର୍ତ୍ତି ରହିଛି।
୧୨ ମାସରେ ୨୪ ପର୍ବ ପାଳନ ଏହି ମନ୍ଦିରର ଅନ୍ୟତମ ଆକର୍ଷଣ। ସରସ୍ବତୀ ପୂଜାଠାରୁ ଆରମ୍ଭ କରି ଅଗିରା ପୂର୍ଣ୍ଣିମା, ଜାଗର, ଦୋଳପୂର୍ଣ୍ଣିମା, ଶ୍ରୀରାମ ନବମୀ, ପଣା ସଂକ୍ରାନ୍ତି, ସାବିତ୍ରୀ ବ୍ରତ, ଶୀତଳଷଷ୍ଠୀ, ଶ୍ରାବଣ ମାସରେ କାଉଡ଼ିଆ, ଧନୁସଂକ୍ରାନ୍ତି, ରାଖୀପୂର୍ଣ୍ଣିମା, ଝୁଲଣଯାତ୍ରା, ବିଶ୍ୱକର୍ମା ପୂଜା, ଗଣେଶ ପୂଜା, ମହାଷ୍ଟମୀ ଓ ଦୁର୍ଗାପୂଜା, କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଓ ପୂର୍ଣ୍ଣିମା, ଭାଗବତ ସପ୍ତାହ ସ୍ବତନ୍ତ୍ର ଭାବେ ପାଳନ କରାଯାଇଥାଏ। ପୂର୍ବରୁ ପ୍ରହ୍ଲାଦ ପାଣି ଓରଫ୍‌ ବାବାଜୀ ନନା ମୁଖ୍ୟ ପୂଜକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଦେହାନ୍ତ ହେବା ପରେ ପୁଅ ବିଜୟ ପାଣି, ଅଜୟ ପାଣି ଓ ସଞ୍ଜୟ ପାଣି ପୂଜାନୀତି କାର୍ଯ୍ୟ ସମ୍ଭାଳୁଛନ୍ତି। ଗତ କାର୍ତ୍ତିକ ମାସରେ ଚିନ୍ତା ଚେତନା ଆଧ୍ୟାତ୍ମିକ ପରିଷଦ ତରଫରୁ ଭାଗବତ ସପ୍ତାହ ଓ ଶ୍ରୀରାମ ନବମୀ ପାରାୟଣ ଆଦି ସ୍ବତନ୍ତ୍ର କାର୍ଯ୍ୟକ୍ରମ ମନ୍ଦିର ପରିସରକୁ ଉତ୍ସବମୁଖର ରଖିଥିଲା। ବାବା ଲୋକନାଥଙ୍କ ବଡ଼ସିଂହାର ବେଶ ଦର୍ଶନ କଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି। ଏହି ବେଶରେ ବାବାଙ୍କୁ ବିଭିନ୍ନ ରତ୍ନ ଅଳଙ୍କାରରେ ସଜ୍ଜିତ କରାଯାଇଥାଏ। ଏହି ପୀଠରେ କୌଣସି ସାମଗ୍ରୀ ହଜିଲେ ଅଳ୍ପ ସମୟ ମଧ୍ୟରେ ମିଳିଯାଏ ବୋଲି କୁହାଯାଏ।


All Right Reserved By Dharitri.Com

ଟ୍ରାକ୍ଟର ଦୁର୍ଘଟଣା, ଜଣେ ମୃତ

ଦାରିଙ୍ଗବାଡ଼ି,୨୯।୧୨(ଡି.ଏନ୍‌.ଏ.)- ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ରାଜେନପାଙ୍ଗା ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଲେ ସିଆଙ୍ଗବାଲି ଗ୍ରାମର ମସେସ...

କରୋନା ମୁକାବିଲା ଚିନ୍ତା: ପୁରୀ ଜିଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଦେଶୀ ପର୍ଯ୍ୟଟକ ଆସିଲେ ଜଣାଇବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୫।୩: କରୋନାକୁ ନେଇ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ ଏକ ଗୁରୁତ୍ୱତ୍ପୂର୍ଣ୍ଣ ବୈଠକ କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କରୋନାକୁ ନେଇ...

ବିପର୍ଯ୍ୟୟ ବେଳେ ଭରସା ‘ଆଞ୍ଚଳିକ ପ୍ରଶମନ କେନ୍ଦ୍ର’ : ବାଲେଶ୍ୱରରେ ଭିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ୱର ଅଫିସ,୧୭।୯-ପ୍ରାକୃତିକ ବିପର୍ଯ୍ୟୟର ତତ୍କାଳ ମୁକାବିଲା ଲାଗି ବାଲେଶ୍ୱରଠାରୁ ୧୨କି.ମି. ଦୂର ଚାନ୍ଦିପୁର ନିକଟବର୍ତ୍ତୀ ହିଡିଙ୍ଗା ଅଞ୍ଚଳରେ ସୋମବାର ରିଜିଓନାଲ ରେସପନ୍ସ ସେଣ୍ଟର (ଆର୍‌ଆର୍‌ସି) ବା...

କାଗଜକଲମରେ ସଚେତନତା କାର୍ଯ୍ୟକ୍ରମ: ଏଡ୍‌ସ ରୋଗୀଙ୍କ ସଂଖ୍ୟା ବଢୁଛି

ଭଦ୍ରକ ଅଫିସ, ୧।୧୨- ଭଦ୍ରକ ଜିଲାରେ ଏଡ୍‌ସ ନିରାକରଣ ପାଇଁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ଠିକ୍‌ ଭାବେ ରୂପାୟନ ହୋଇପାରୁ ନାହିଁ। ରୋଗୀଙ୍କ ଥଇଥାନ ପାଇଁ...

ବୁଧବାର ବନକଲାଗି, ମହାପ୍ରଭୁଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ

ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୩ଟାରୁ ରାତି ୭ଟା ୪ ଘଣ୍ଟା ଶ୍ରଦ୍ଧାଳୁ...

ପୋଲିଓ, ଟିକାକରଣର ଶୁଭାରମ୍ଭ କଲେ ଜିଲାପାଳ

ବରଗଡ଼ ଅଫିସ, ୧୯।୧: ବରଗଡ଼ ଜିଲାରେ ରବିବାର ପୋଲିଓ ଟିକାକରଣ ଚାଲିଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜିଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ୮ଟାରେ ଜଣେ ଶିଶୁଙ୍କୁ...

ବେଆଇନ ପଥର ଖାଦାନରେ ଚଢ଼ାଉ: ୭ ଟ୍ରକ୍‌, ୨ ଜେସିବ ଜବତ

ଢେଙ୍କାନାଳ ଅଫିସ,୩।୩: ଢେଙ୍କାନାଳ ଜିଲା ଓଡ଼ପଡ଼ା ତହସିଲ ଅଧୀନ ରାଣୀବଣିଆ ବେଆଇନ ପଥର ଖାଦାନରେ ମଙ୍ଗଳବାର ଚଢ଼ାଉ କରାଯାଇଛି। ଏଥିରେ ୭ ଟ୍ରକ ଓ ୨...

ବଜ୍ରକାପ୍ତା ଜବତ: ୪ ଚାଲାଣକାରୀ ଗିରଫ

ବାରିପଦା ଅଫିସ,୩୦ା୧୦- ବାରିପଦା ବନଖଣ୍ଡ ଅଧୀନ କୁଳିଅଣା ନିକଟରେ ଚଢାଉ କରି ମଙ୍ଗଳବାର ବନ ବିଭାଗ ଏକ ବଜ୍ରକାପ୍ତା ଜବତ କରିଛି। ଏହି ଘଟଣାରେ ୪...

Leave a comment

Your email address will not be published. Required fields are marked *