Posted inଜାତୀୟ

ଗୁଗୁଲ୍‌ ମୋ ପଢିବା ଅଭ୍ୟାସ ବିଗାଡି ଦେଇଛି: ମୋଦି

ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆକାଶବାଣୀରେ ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‌ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ମୁଁ ଆଗରୁ ବହୁତ ବହି ପଢୁଥିଲି, କିନ୍ତୁ ଏବେ ଗୁଗୁଲ ମୋର ଏହି ଅଭ୍ୟାସ ବିଗାଡି ଦେଇଛି। କୌଣସି ସନ୍ଦର୍ଭରେ ଜାଣିବାକୁ ହେଲେ, ଗୁଗୁଲ୍‌ରୁ ତତ୍‌କ୍ଷଣାତ୍‌ ଜାଣିହୋଇଯାଉଛି। ଆଉ ବହି ପଢିବାକୁ ପଡୁନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏତେ ବ୍ୟସ୍ତ ଜୀବନ ଭିତରେ ଟିଭି କି ଫିଲ୍ମ ଦେଖିବା କି ବହି ପଢିବାକୁ ସମୟ ମିଳୁଛି କି ନାହିଁ ବୋଲି ରେଡିଓ ପ୍ରୋଗ୍ରାମ ଚାଲିଥିବାବେଳେ ହରିୟାଣାର ଅଖିଲ ନାମକ ଜଣେ ଛାତ୍ର ମୋଦିଙ୍କୁ ପଚାରିଥିଲେ। ଯାହାର ଉତ୍ତରରେ ସେ କହିଥିଲେ, ବହି ପଢିବାର ବହୁତ ଆଗ୍ରହ ଅଛି, କିନ୍ତୁ ଫିଲ୍ମ ଦେଖିବାର କୌଣସି ରୁଚି ନାହିଁ। ପୂର୍ବରୁ ସମୟ ମିଳିଲେ ଡିସ୍କଭରୀ ଚ୍ୟାନେଲ୍‌ ଦେଖୁଥିଲି ବୋଲି ମୋଦି କହିଛନ୍ତି।


All Right Reserved By Dharitri.Com

ରାଜଧର୍ମ ରାଜନୀତି: ଅଟଳଙ୍କ କଥା ଶୁଣି ନ ଥିବା ମୋଦି ଆମକୁ କାହିଁକି ମାନିବେ କହିଲେ ଶିବଲ

ନୂଆଦିଲ୍ଲୀ,୨୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହୋଇଥିବା ଭିଡ଼ହିଂସା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧୀ ଘେରିବାରେ ଲାଗିଛନ୍ତି। ମୋଦିଙ୍କ ରାଜଧର୍ମ ନେଇ ଏବେ...

ଡିସେମ୍ବର ୧୬ରେ ଉନ୍ନାଓ ବଳାତ୍କାର ଘଟଣାର ହୋଇପାରେ ଶୁଣାଣି

ଉନ୍ନାଓ,୧୦।୧୨: ଉତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାର ଶୁଣାଣି କରି ତିସ ହଜାରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାରେ ଆଗାମୀ ଶୁଣାଣି ଡିସେମ୍ବର ୧୬ରେ...

ଟ୍ରମ୍ପଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ଭାରତ

ନୂଆଦିଲ୍ଲୀ,୨୪।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଓ ଝିଅ ଜ୍ୱାଇଁଙ୍କ ସହ ଭାରତ ଆସୁଛନ୍ତି। ତାଙ୍କୁ ସ୍ବାଗତ...

ସିଏଏକୁ ସମର୍ଥନ ଦେବା ମହଙ୍ଗା ପଡ଼ିଲା: ଦଳରୁ ନିଲମ୍ବିତ ହେଲେ ବିଧାୟିକା

ଭୋପାଳ, ୨୯।୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି)କୁ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଦୃଢ଼ ବିରୋଧ କରୁଛି। କିନ୍ତୁ...

ଗିରିରାଜ୍‌ କିଶୋରଙ୍କ ପରଲୋକ

କାନ୍‌ପୁର, ୧୦ା୨(ପି.ଟି.): ବିଶିଷ୍ଟ ଲେଖକ ତଥା ଶିକ୍ଷାବିତ୍‌ ପଦ୍ମଶ୍ରୀ ଗିରିରାଜ୍‌ କିଶୋର(୮୨)ଙ୍କ ରବିବାର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ୧୯୩୭ରେ ଉତ୍ତରପ୍ରଦେଶର...

୫ ଜୀବନ ବଞ୍ଚାଇ ଭାସିଗଲେ ଗାଇଡ୍‌

ଶ୍ରୀନଗର,୨ା୬(ପି.ଟି.): ଦୁଇ ବିଦେଶୀଙ୍କ ସମେତ ୫ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇବା ପରେ ଜଣେ ଟୁରିଷ୍ଟ ଗାଇଡ୍‌ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି। ଏଭଳି ଦୁଃଖଦ ଘଟଣା...

୨୪ ବୁଡ଼ାଜାହାଜ ନିର୍ମାଣ କରିବ ନୌସେନା: ୬ଟିରେ ରହିବ ଆଣବିକ ଆକ୍ରମଣ କ୍ଷମତା

ନୂଆଦିଲ୍ଲୀ,୩୦।୧୨(ପି.ଟି.): ଭାରତୀୟ ନୌସେନା ସମୁଦ୍ରର ଗଭୀର ଜଳରାଶି ମଧ୍ୟରେ ନିଜ କ୍ଷମତା ବୃଦ୍ଧି ପାଇଁ ୨୪ଟି ବୁଡ଼ାଜାହାଜ ନିର୍ମାଣ କରିବାକୁ ଯାଉଛି। ସେଥିମଧ୍ୟରୁ ୬ଟି ବୁଡ଼ାଜାହାଜର...

କରୋନା ଭାଇରସ ଭୟ: ରଙ୍ଗ ନୁହେଁ ଫୁଲରେ ଖେଳିଲେ ହୋଲି

ଅମୃତସର,୯।୩: କରୋନା ଭାଇରସ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଏହାଠାରୁ ଦୂରେଇ ରହିବା ପାଇଁ ସରକାରୀ ଓ ବେରସକାରୀ ସ୍ତରରେ ଆରମ୍ଭ...

Leave a comment

Your email address will not be published. Required fields are marked *