ମୂଳା ସହ ଏସବୁ ଖାଦ୍ୟ ମନା

ଅଧିକାଂଶ ସମୟରେ ମୂଳାକୁ ସାଲାଡ ଭାବେ ଖିଆଯାଇଥାଏ। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଏକାଠି ଖାଇବା କ୍ଷତିକାରକ ବୋଲି କୁହାଯାଏ। ବିଶେଷ କରି ମୂଳାକୁ କେତେଗୁଡିଏ ଖାଦ୍ୟ ସହ ଖାଇବାକୁ ଆୟୁର୍ବେଦରେ ବାରଣ କରାଯାଇଛି।
କ୍ଷୀର: ମୂଳା ବା ମୂଳାରେ ପ୍ରସ୍ତୁତ ଯେ କୌଣସି ଖାଦ୍ୟକୁ କ୍ଷୀର ସହ ଖାଇବା ଅନୁଚିତ୍‌। କାରଣ କ୍ଷୀର ସହ ଲୁଣ ଅବା ଖଟା ଖାଇବାକୁ ଯେମିତି ବାରଣ କରାଯାଇଥାଏ ଠିକ୍‌ ସେମିତି ମୂଳା ଖାଇବାକୁ ମଧ୍ୟ ବାରଣ କରାଯାଏ। କାରଣ ମୂଳା ଓ କ୍ଷୀର ଏକାଠି ମିଶିଲେ ଶରୀରରେ ବିଷକ୍ରିୟା ସୃଷ୍ଟି କରିଥାଆନ୍ତି। ତେଣୁ ମୂଳା ଖାଇବାର ଅତିକମ୍‌ରେ ୨ ଘଣ୍ଟା ପରେ କ୍ଷୀର ଖାଇବା ଭଲ। ନଚେତ୍‌ ଏହା ଚର୍ମ ରୋଗ ସୃଷ୍ଟି କରିଥାଏ।
ସନ୍ତରା: ମୂଳା ସହ ସନ୍ତରା ଖାଇବା ଅନୁଚିତ୍‌। ଏହାକୁ ଏକାଠି ଖାଇଲେ ପେଟ ସମସ୍ୟା ଦେଖାଦେଇଥାଏ।
କଲରା: ମୂଳା ସହ କଲରା ଖାଇଲେ ହୃଦରୋଗ ସମ୍ଭାବନା ବୃଦ୍ଧି ପାଇଥାଏ। ଏହାସହ ଶ୍ୱାସପ୍ରଶ୍ୱାସ ସମ୍ପର୍କିତ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି।


All Right Reserved By Dharitri.Com

ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ ବ୍ରୋକୋଲି

ବ୍ରୋକୋଲି ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ପ୍ରୋଟିନ୍‌, କ୍ୟାଲସିୟମ, କାର୍ବୋହାଇଡ୍ରେଟ୍‌, ଆଇରନ୍‌, ଭିଟାମିନ-ଏମ, ସି ଏବଂ ଅନେକ ପୋଷକ ତତ୍ତ୍ୱ ରହିଥାଏ।...

ଖାଦ୍ୟରେ ଲୁଣ କମ୍‌ କରିବାକୁ ଚାହୁଁଛନ୍ତି….. ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏହାକୁ ନେଇ ଡାକ୍ତର ଅନେକ କିଛି ଖାଇବାକୁ ବାରଣ କରିଥାନ୍ତି ।...

ଜିଭ ପୋଡ଼ିଯିବା ସମସ୍ୟାରୁ ମୁକ୍ତି ପାଇବା ଲାଗି ଜାଣନ୍ତୁ କିଛି ଘରୋଇ ଉପଚାର

ଅନେକ ସମୟରେ ତରତରରେ ଗରମ ଖାଦ୍ୟ ଖାଇବା ଫଳରେ ଜିଭ ପୋଡି ଯାଇଥାଏ। ତେବେ ଜିଭ ପୋଡିଯିବା କୌଣସି ବଡ଼ ସମସ୍ୟା ହୋଇ ନ ଥିଲେ...

ସ୍କିନ୍‌ ପାଇଁ ସେବତୀ

ଆପଣ ସେବତୀ ଫୁଲ ଦେଖିଥିବେ କିମ୍ବା ଜାଣିଥିବେ, ଯାହା ସ୍ବାସ୍ଥ୍ୟ ଏବଂ ତ୍ୱଚା ଲାଗି ବହୁତ ଉପକାରୀ। ସବୁପ୍ରକାର ସ୍କିନ୍‌ ପାଇଁ ଏହାକୁ ବ୍ୟବହାର କରିପାରିବେ।...

କୋଷ୍ଠକାଠିନ୍ୟ, ଗ୍ୟାସ ସମସ୍ୟାରୁ ମୁକ୍ତି ଲାଗି ଆପଣାନ୍ତୁ କିଛି ଘରୋଇ ଉପଚାର

ବର୍ତ୍ତମାନର ଜୀବନଶୈଳୀ ଓ କର୍ମବ୍ୟସ୍ତତା ପାଇଁ ଅଧିକାଂଶ ଲୋକ ସ୍ବାସ୍ଥ୍ୟପ୍ରତି ଯତ୍ନଶୀଳ ହୋଇପାରି ନ ଥାନ୍ତି। ଫଳରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। ତନ୍ମଧ୍ୟରୁ କୋଷ୍ଠକାଠିନ୍ୟ...

ନୋବେଲ ପୁରସ୍କାର ପଦାର୍ଥ ବିଜ୍ଞାନ-୨୦୧୯ : ବିଶ୍ୱର ଗଠନ ଓ ଇତିହାସ

”ଏହି ଅଜଣା ବସ୍ତୁର ନାମ ‘କୃଷ୍ଣବସ୍ତୁ’ ଓ ‘କୃଷ୍ଣଶକ୍ତି’ ଦିଆଯାଇଛି । ପରବର୍ତ୍ତୀ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ୱରେ ୨୬ ପ୍ରତିଶତ ହେଉଛି କୃଷ୍ଣବସ୍ତୁ ଓ...

ବହୁ ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଗାଈ କ୍ଷୀର ସହିତ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ବହୁରୋଗରୁ ମୁକ୍ତି ମିଳିଥାଏ। ଏହାଦ୍ୱାରା ଥଣ୍ଡା, କାଶ, ଆଦି ରୋଗ ଭଲ ହେବା ସହିତ କର୍କଟ...

ଫୁଡ ପଏଜନିଙ୍ଗ୍‌ ଠାରୁ ମୁକ୍ତି ଦେବ ଏହି ଖାଦ୍ୟ

ପାଗ ବଦଳିବା ସହ ଖାଇବା-ପିଇବା ଏବଂ ଦୈନଦିନ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଖାସ କରି ବର୍ଷାଦିନେ ଖାଦ୍ୟପେୟକୁ ନେଇ ଅଧିକ ସାବଧାନ ରହିବାକୁ ପଡ଼ିଥାଏ।...

Leave a comment

Your email address will not be published. Required fields are marked *