ନିଆରା ମହିଳା: ଶିକ୍ଷକତା ପେସା, ସାହିତ୍ୟ ଯାହାର ନିଶା

ବରୀ, (ବାଞ୍ଛାନିଧି ସାହୁ)- ପେସା ଶିକ୍ଷକତା ନିଶା ସାହିତି୍ୟକ। ଏଭଳି ଜଣେ ନିଆରା ମହିଳା ହେଉଛନ୍ତି ବରୀ ବ୍ଲକ୍‌ ଅଧୀନ କିମ୍ଭୀରିଆପାଳ ପଞ୍ଚାୟତର ମାଳଦା କମଳିନୀ ପାଗଡ଼। ଛୁଟି ଦିନ ହେଲେ କଲମ ଧରି ବସିଯାଆନ୍ତି ସାହିତ୍ୟ ରଚନାରେ। ଦୀର୍ଘ ୩୦ ବର୍ଷ ଧରି ଛାତ୍ରୀ ଅବସ୍ଥାରୁ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇ ନିଜ ସାଧନା ବଳରେ ଏକାଧାରରେ ପାଲଟିଯାଇଛନ୍ତି ସାହିତି୍ୟକା, କବୟିତ୍ରୀ, ଗାଳ୍ପିକା ଓ ଉପନ୍ୟାସିକା। ଇତି ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ କବିତା, ୧୦ରୁ ଊର୍ଦ୍ଧ୍ୱ ଉପନ୍ୟାସ, ୩୦ରୁ ଊର୍ଦ୍ଧ୍ୱ ଗଳ୍ପ ଲେଖି ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ପେସାରେ ଜଣେ ଶିକ୍ଷୟିତ୍ରୀଭାବେ ସେ ଦୀର୍ଘ ୨୫ ବର୍ଷ ହେଲା କାର୍ଯ୍ୟକରି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନା କରିଆସୁଛନ୍ତି। ଏତିକିରେ ତାଙ୍କର ସାଧନା ଅଟକି ଯାଇନି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ବିଏ ପାସ୍‌ କଲା ପରେ ସଙ୍ଗୀତ ଜାରି ରଖିଛନ୍ତି। ସଙ୍ଗୀତ ମାଧ୍ୟମରେ ସଂସାରର ଦୁଃଖ କଷ୍ଟକୁ ସେ ଭୁଲି ଯାଆନ୍ତି ବୋଲି କୁହନ୍ତି।


All Right Reserved By Dharitri.Com

କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ମିଳୁନି ସହାୟତା: ଏକାଠି ହୋଇ ଅଭିଯୋଗ କଲେ

ଯୋଡ଼ା, ୨୮।୪(ଡି.ଏନ.ଏ.)-କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ଯୋଡା ବ୍ଲକ ଚମକପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କୌଣସି ସରକାରୀ ସହାୟତା ମିଳୁ ନ...

ଜଳିଗଲା ୧୦ ଏକର ଆଖୁ ଫସଲ

କାମାକ୍ଷାନଗର, ୧୩।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ହାଟୁଆରୀ ଗ୍ରାମ ନିକଟରେ ରବିବାର ଅପରାହ୍ନରେ ନିଆଁ ଲାଗି ୧୦ ଚାଷୀଙ୍କ ୧୦ ଏକର ଆଖୁ ଫସଲ ପୋଡ଼ିଯାଇଛି।...

ଅନାସ୍ଥାରେ ପଦ ହରାଇଲେ ଅଧ୍ୟକ୍ଷା

ବାଲିଗୁଡା,୨୭ା୨(ଡି.ଏନ୍‌.ଏ.) – ବାଲିଗୁଡା ଏନ୍‌ଏସି ଅଧ୍ୟକ୍ଷା ମମତା ବେହେରା ଅନାସ୍ଥାରେ ପଦ ହରାଇଛନ୍ତି। ବୁଧବାର ପୂର୍ବାହ୍ନ ୧୧ଟାରେ ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଅନାସ୍ଥା ପ୍ରସ୍ତାବକୁ ନେଇ...

ଜଙ୍ଗଲ ଜଳୁଛି, ଗ୍ରାମବାସୀ ଭୟଭୀତ

ବଇଣ୍ଡା, ୬। ୪(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତ ଲକ୍ଷ୍ମୀପୁର ଜଙ୍ଗଲରେ କିଛି ଦିନ ହେଲା ନିଆଁ ଲାଗିଛି। ଜଙ୍ଗଲ ଜଳୁଥିବାରୁ ନିକଟରେ ଥିବା ସାପଘରା,...

ସହ ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ: କୋଲକାତାରୁ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବାସୁଦେବପୁର,୩।୩(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ତହସିଲ ଅଧୀନ ବେତଡ଼ା ସହ ରାଜସ୍ବ ନିରୀକ୍ଷକ ସୁରେଶ ଚନ୍ଦ୍ର ସିହ୍ନାଙ୍କୁ ଗତ ୧୪ ତାରିଖରେ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ...

୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର,୯।୧(ଡି.ଏନ୍‌.ଏ.): ଥମୁନି ଧଳା ଜହର କାରବାର। ବାଲେଶ୍ୱର ଜିଲା ଜଳେଶ୍ୱରରେ ଗୁରୁବାର ୫୦ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଶେଖବାଡ଼ ଅଞ୍ଚଳରେ ପୋଲିସ ଚଢ଼ାଉ କରି ବ୍ରାଉନ୍‌ସୁଗାର...

ଏମିତି ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର: ଅସୁରକ୍ଷିତ ପରିବେଶରେ ପାଠପଢା

ସଜନାଗଡ଼, ୨୮।୮(ଡି.ଏନ.ଏ.)-ଶିଶୁଙ୍କ ମୂଳଦୂଆ ସୁରକ୍ଷିତ ଭାବେ ଗଢିବା ଲାଗି ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ମାଧ୍ୟମରେ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ...

ଖବରଦାତାଙ୍କୁ ମଦ ବେପାରୀଙ୍କ ଆକ୍ରମଣ: ଏତଲା ପରେ ଜଣେ ଅଟକ

ପାତ୍ରପୁର,୨୧ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ଧରିତ୍ରୀ ଖବରଦାତା ଉମାଶଙ୍କର କରଙ୍କୁ ମଙ୍ଗଳବାର ରାତିରେ ମଦବେପାରୀ ଆକ୍ରମଣ କରିଛନ୍ତି। ଏନେଇ ଜରଡା ଥାନାରେ ଏତଲା ପରେ...

Leave a comment

Your email address will not be published. Required fields are marked *