କଶ୍ମୀରର ଅନୁଭୂତି ବାଣ୍ଟୁଛି ଦରଗୁଡ଼ିଶିଳା

ବଣ ପାହାଡ଼ ଘେରା କେନ୍ଦୁଝର ଜିଲାର ପ୍ରାକୃତିକ ପରିବେଶ ବେଶ୍‌ ମନୋରମ। ବିଶେଷ କରି ଶୀତ ରୁତୁର ଆଗମନରେ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଗୁଡ଼ିକରେ ପ୍ରକୃତିରାଣୀର ଅପୂର୍ବ ସୌନ୍ଦର୍ଯ୍ୟ ଦେଖିବାକୁ ମିଳେ। ଏଭଳି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବା ଏଠାକାର କଶ୍ମୀର ଭାବେ ପରିଚିତ ଆନନ୍ଦପୁର ଉପଖଣ୍ଡର ‘ଦରଗୁଡ଼ିଶିଳା’। ଶୀତ ଋତୁର ଆଗମନରେ ସଜେଇ ହୋଇ ସାରିଛି ଦରଗୁଡ଼ିଶୀଳା। ବୈତରଣୀ ନଦୀ ଶଯ୍ୟାରେ ପାହାଡ଼ ଜଙ୍ଗଲ ଘେରା ପରିବେଶ ମଧ୍ୟରେ ଏହି ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କୁ ବିଶେଷଭାବେ ଆକର୍ଷିତ କରିପାରୁଛି। ବଣଭୋଜି ପାଇଁ ଏଠାକୁ ଜିଲା ଓ ଜିଲା ବାହାର ଅଞ୍ଚଳରୁ ପର୍ଯ୍ୟଟକମାନଙ୍କ ଗହଳି ଲାଗିଥାଏ। ଏଠାକାର ପରିବେଶ ପର୍ଯ୍ୟଟକଙ୍କୁ ମତୁଆଲା କରୁଥିବା ବେଳେ ବୈତରଣୀ ନଦୀର ସ୍ବଚ୍ଛ ପାଣିରେ ଗାଧୋଇବା ନିଆରା ଅନୁଭୂତି ଦେଇଥାଏ। ନଦୀଶଯ୍ୟା ଉପର ପାହାଡ଼ରେ କୁହୁଡ଼ିର ଦୃଶ୍ୟ ଶୀତଳ ପରିବେଶରେ ପର୍ଯ୍ୟଟକ ଏହାକୁ ଏଠାକାର କଶ୍ମୀର ଭାବେ ବିବେଚନା କରୁଛନ୍ତି। ଏହି ପର୍ଯ୍ୟଟନସ୍ଥଳୀ ନିକଟରେ ବୈତରଣୀ ନଦୀରେ ୫ଶହ କୋଟି ଟଙ୍କା ବ୍ୟୟରେ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରକଳ୍ପ ଯୋଗୁ ଏହି ପର୍ଯ୍ୟଟନସ୍ଥଳୀର ଗୁରୁତ୍ୱ ପୂର୍ବ ଅପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ୨୦ନମ୍ବର ଜାତୀୟ ରାଜପଥ ଘଷିପୁରାଠାରୁ ଘଟଗାଁ ତାରିଣୀ ଅଭିମୁଖେ ଯିବା ବାଟ କୋଳିମାଟି ପଞ୍ଚାୟତର କୁମଡ଼ ଛକରୁ ଡାହାଣ ପାର୍ଶ୍ୱକୁ ଜଙ୍ଗଲିଆ ରାସ୍ତାରେ ୧୬ କି.ମି. ପରେ ପଡ଼ିବ ଜିଲାର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ‘ଦରଗୁଡ଼ିଶିଳା’।

– ଜିତେନ୍ଦ୍ର ସାହୁ, ଘସିପୁରା


All Right Reserved By Dharitri.Com

ଅଭିଶାପ ପାଲଟିଛେ ଜୀବନ୍‌:ସରକାରୀ ସୁବିଧାରୁ ବଁଚିତ୍‌ ସଂଯୁକ୍ତା

ବିନିକା,୧୦।୭ (ଡି.ଏନ୍‌.ଏ): ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ମହିଲା ସଶକ୍ତିକରନ ଉପରେ ଗୁରୁତ୍‌ ଦେଉଛନ୍‌। ଇଥିରଲାଗି ସବୁକ୍ଷେତ୍‌ରରେ ମହିଲାମାନକର ଭୂମିକାକେ ଗୁରୁତ୍‌ ଦିଆଯାଉଛେ। ସେଥିରଲାଗି...

ମରୁଡ଼ି ଘୋଷଣା ଦାବିରେ ଗଣଆନ୍ଦୋଳନ

ବାଲିଆପାଳ,୧୩।୮(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ସମେତ ବସ୍ତା, ଜଳେଶ୍ୱର, ଭୋଗରାଇ ବ୍ଲକ ଏବଂ ବାଲେଶ୍ୱର ଜିଲାକୁ ମରୁଡି ଅଞ୍ଚଳ ଘୋଷଣା ଦାବିରେ ଚାଷୀ ଏକତା ମଞ୍ଚ ଏବଂ ସୂଚନା...

ବିଭିନ୍ନ ସ୍ଥାନରେ ମହମ୍ମଦଙ୍କ ଜୟନ୍ତୀ ପାଳିତ

ଧର୍ମଶାଳା,୧୦ା୧୧(ଡି.ଏନ୍‌.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମୁଲମାନ ଭାଇମାନେ ଏକତ୍ରିତ...

ଭାଲୁକୁ କାବୁକଲା ବନ ବିଭାଗ

ଚିତ୍ରକୋଣ୍ଡା,୧୫।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମଠାରୁ ମନ୍ତ୍ରୀପୁଟ ବୁଲାଣି ଘାଟିରାସ୍ତାରେ ଗତ ଦୁଇଦିନ ହେଲା ଏକ ଭାଲୁ ବୁଲୁଥିବା ଦେଖି...

ମିଠାଦୋକାନ ଜଳିଗଲା

ଦିଗପହଣ୍ଡି,୧୨ା୯(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗ୍ରାମରେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଅଗ୍ନିକାଣ୍ଡ ଘଟି ସୁନିଲ ପାଣିଗ୍ରାହୀଙ୍କ ମିଠା ଦୋକାନ ଜଳିଯାଇଛି। ଦୋକାନରେ...

ଝରଣା ପାଣି ଏକମାତ୍ର ଭରସା

ତେଲକୋଇ, ୨୨।୫(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ଶିବନାରାୟଣପୁର ଗୋଡା ପଞ୍ଚାୟତ ଅଧୀନରେ ରହିଛି କାଞ୍ଜିଆଝରଣ ବସ୍ତି । ପାହାଡ ଉପରେ ବସବାସ କରୁଥିବା ୩୦ରୁ ଊର୍ଦ୍ଧ୍ୱ ଭୂୟାଁ...

ଝଡ଼ ବତାସ ନେଲା ଜୀବନ

ଚିତ୍ରକୋଣ୍ଡା,୩୦।୫: ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ନାକାମାମୁଡ଼ି ପଞ୍ଚାୟତ ବାମେରିଙ୍ଗ ଗଁାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ଉକ୍ତ ଗଁାରେ ଥିବା ଏକ ନଦୀକୁ ଡଙ୍ଗାରେ...

କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି: ୫ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦିଅ

ଭଦ୍ରକ ଅଫିସ,୧୧।୧୧- ବାତ୍ୟା ବୁଲ୍‌ବୁଲ୍‌ ଶନିବାର ସନ୍ଧ୍ୟାରେ ଓଡ଼ିଶା ଉପକୂଳ ଅତିକ୍ରମ କରି ପଶ୍ଚିମବଙ୍ଗ ନିକଟସ୍ଥ ସାଗରଦ୍ୱୀପରେ ସ୍ଥଳଭାଗ ଛୁଇଁଛି। ଏହା ଓଡ଼ିଶା ଉପକୂଳ ଅତିକ୍ରମ...

Leave a comment

Your email address will not be published. Required fields are marked *