Posted inଜାତୀୟ

‘ଅଜିତ୍‌ ବିଶ୍ୱାସଘାତକତା କରିଛନ୍ତି’

ନୂଆଦିଲ୍ଲୀ, ୨୪ା୧୧(ପି.ଟି.) : କଂଗ୍ରେସ ଓ ଏନ୍‌ସିପିକୁ ନେଇ ସରକାର ଗଠନ କରିବା ଲାଗି ଶିବସେନା ଚଳାଇଥିବା ପ୍ରୟାସ ଫସର ଫାଟିିଛି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଉଦ୍ଧବଙ୍କ ମୁଖ୍ୟମନ୍ତ୍ରିତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ହେବ ବୋଲି କହିବାର କିଛି ଘଣ୍ଟା ପରେ ତାଙ୍କ ପୁତୁରା ତଥା ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ଦଳୀୟ ନେତାଙ୍କ ସହ ଭାଜପାକୁ ସମର୍ଥନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ରାଜନୈତିକ ପଟ ପରିବର୍ତ୍ତନକୁ ନେଇ ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ ସମାଲୋଚନା କରିଛନ୍ତି। ଅଜିତ୍‌ ମହାରାଷ୍ଟ୍ରବାସୀଙ୍କ ସହ ବିଶ୍ୱାସଘାତକତା କରି ପଛଆଡ଼ୁ ଛୁରି ଭୁସିବା ଭଳି କାର୍ଯ୍ୟ କରିଛନ୍ତି ବୋଲି ଶନିବାର ସେ ପ୍ରକାଶ କରିଛନ୍ତି। ଶୁକ୍ରବାର ରାତିରେ ଆଲୋଚନା ବେଳେ ଅଜିତ୍‌ କାହା ସହ ଠିକ୍‌ ଭାବେ ଆଖି ମିଳାଉ ନ ଥିଲେ ଓ ତାଙ୍କ ବ୍ୟବହାର ଠିକ୍‌ ନ ଥିଲା। ହଠାତ୍‌ ସେ ବୈଠକରୁ ଚାଲିଯିବା ସନ୍ଦେହ ସୃଷ୍ଟିକରିଥିଲା ବୋଲି ରାଉତ୍‌ ଅଭିଯୋଗ କରିଛନ୍ତି। ସେପଟେ ଅଜିତ୍‌ ଭାଜପାକୁ ସମର୍ଥନ କରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ତାଙ୍କ ନିଜସ୍ବ ନିଷ୍ପତ୍ତି ବୋଲି ଶରଦ କହିଛନ୍ତି।


All Right Reserved By Dharitri.Com

ଭାଜପାକୁ ଭୁଲରେ ଭୋଟ ଦେଇ ନିଜ ଅଙ୍ଗୁଳି କାଟିଲେ

ବୁଲନ୍ଦସହର,୨୦ା୪ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପବନ କୁମାର(୨୫) ନାମକ ଜଣେ ଦଳିତ ମତଦାତା ବିଏସ୍‌ପି ପ୍ରାର୍ଥୀ ଯୋଗେଶ ବର୍ମାଙ୍କୁ...

ଦଳରେ ନେତୃତ୍ୱ ପ୍ରସଙ୍ଗର ସମାଧାନ ଜରୁରୀ: ଥରୁର

ନୂଆଦିଲ୍ଲୀ, ୨୪ା୨(ପି.ଟି.): ଦେଶର ସର୍ବପୁରାତନ ଦଳ କଂଗ୍ରେସ ଏବେ ମଙ୍ଗୁଆଳ ବିହୀନ ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଥିବାରୁ ଏହାକୁ ଦୂର କରିବା ଲାଗି ନେତୃତ୍ୱ...

କମିଲା ସୁନା ଦର

ନୂଆଦିଲ୍ଲୀ,୧।୧୦: ସୁନା ଓ ରୂପା ଦର ଗତ କିଛି ମାସ ତଳେ ବୃଦ୍ଧି ପାଇବାରେ ଲାଗିଥିଲା। ସୁନା ୧୦ ଗ୍ରାମକୁ ୪୦ହଜାର ଟଙ୍କା ପାର କରିଥିଲା।...

ରଥଯାତ୍ରା: ମୋଦି-ମମତା ଗୋଟିଏ ସ୍ବରରେ କହିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ,୪।୭: ଶ୍ରୀଜଗନ୍ନାଥଙ୍କ ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସ୍ବରରେ ଜୟ ଜଗନ୍ନାଥ କହିଛନ୍ତି।...

୨୪ ଘଣ୍ଟାରେ ୫୦ ନୂଆ ରୋଗୀ ଚିହ୍ନଟ ପରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୨୨୩

ନୂଆଦିଲ୍ଲୀ,୨୦।୩: ଭାରତରେ ବଢି ଚାଲିଛି କୋଭିଡ-୧୯ ରୋଗୀଙ୍କ ସଂଖ୍ୟା। ସମସ୍ତ ସତର୍କତା ପରେ ବି ଗତ ୨୪ ଘଣ୍ଟାରେ ୫୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ...

ଇସ୍କନ ମନ୍ଦିର ଆସିଲେ ଦେବାକୁ ପଡିବ ସ୍ବାସ୍ଥ୍ୟ ପ୍ରମାଣପତ୍ର

ମଥୁରା,୫।୩: ଦିଲ୍ଲୀର ମଥୁରାରେ ଥିବା ବୃନ୍ଦାବନ ଇସ୍କନ ମନ୍ଦିରର ପିଆର୍‌ଓ ସୌରଭ ଦାସ ଗୁରୁବାର କହିଛନ୍ତି, ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଇସ୍କନ ମନ୍ଦିର ନ...

ଲାଲୁଙ୍କ ଜୀବନ ବିପଦରେ: ରାବ୍ରୀ

ପାଟନା,୨୧ା୪(ପି.ଟି.): ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବଙ୍କ ଜୀବନ ବିପଦରେ ବୋଲି ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଅଭିଯୋଗ...

କଂଗ୍ରେସ ପ୍ରତିନିଧିମଣ୍ଡଳଙ୍କ ସହ ହିଂସା ପ୍ରଭାବିତ ଅଞ୍ଚଳକୁ ଗସ୍ତ କଲେ ରାହୁଲ

ନୂଆଦିଲ୍ଲୀ, ୪।୩: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଏବେ ଶାନ୍ତ ପଡ଼ିଛି। ହିଂସା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଏବେ ଉଦ୍ଧାର...

Leave a comment

Your email address will not be published. Required fields are marked *