ଜିଲାସ୍ତରରେ ୫-ଟି ସମୀକ୍ଷା ବୈଠକ: ଚିହ୍ନଟ ହେବେ ଅପାରଗ କର୍ମଚାରୀ

ବାଲେଶ୍ୱର ଅଫିସ,୨୪।୧୧-ପ୍ରଶାସନକୁ ଅଧିକ ଦକ୍ଷ ଓ ଲୋକାଭିମୁଖୀ କରିବା ଲାଗି ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ଶନିବାର ପୂର୍ବାହ୍ନରେ ୫-ଟି କାର୍ଯ୍ୟକାରିତା ଉପରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଜିଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଯେଉଁମାନଙ୍କ ନାମରେ ୩ଟି ପ୍ରୋସିଡିଂ ଥିବ ଏବଂ ୫୦ବର୍ଷ ବୟସରୁ ଅଧିକ ହୋଇଥିବେ କିମ୍ବା ଅପାରଗ ହୋଇଥିବେ ସେଭଳି କର୍ମଚାରୀଙ୍କୁ ଚିହ୍ନଟ କରିବା ନିମନ୍ତେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଯେଉଁମାନେ କାର୍ଯ୍ୟରେ ଖିଲାପ କରି ସରକାରୀ ନିୟମ ପାଳନରେ ଟାଳଟୁଳ ମନୋଭାବ ପୋଷଣ କରୁଛନ୍ତି, ସମୟାନୁବର୍ତ୍ତିତା ପାଳନ କରୁନାହାନ୍ତି କିମ୍ବା ଜନସାଧାରଣଙ୍କୁ ଉଚିତ୍‌ ସେବା ପ୍ରଦାନ କରୁନାହାନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ତାଲିକା ପ୍ରସ୍ତୁତ କରାଯିବ ବୋଲି ସୂଚନା ଦିଆଯାଇଥିଲା।
ବୈଠକରେ ସର୍ବ ଶିକ୍ଷା ଅଭିଯାନର ସମୀକ୍ଷା କରାଯାଇ ମଧ୍ୟାହ୍ନଭୋଜନ ଓ ୟୁନିଫର୍ମ ପ୍ରଦାନ ଉପରେ ନାନା ଅଭିଯୋଗ ଆସୁଥିବାରୁ ସେଥିରେ ସ୍ବଚ୍ଛତା ଆଣିବାକୁ କୁହାଯାଇଥିଲା। ସେହିପରି ସମାଜ ମଙ୍ଗଳ ବିଭାଗ ଦ୍ୱାରା ଶିଶୁଙ୍କୁ ଦିଆଯାଉଥିବା ଛତୁଆ ଏବଂ ୟୁନିଫର୍ମ ବଣ୍ଟନକୁ ୧୦ ଦିନ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଅନ୍ୟ ଉନ୍ନୟନ କାର୍ଯ୍ୟ ସଂକ୍ରାନ୍ତ ଆଲୋଚନା ବେଳେ ପୋଖରୀ ଖୋଳା ଆବେଦନ ପତ୍ରଗୁଡ଼ିକୁ ବହୁତ ଦିନ ନ ପକାଇ ତୁରନ୍ତ ପଦକ୍ଷେପ ନେବାକୁ ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ କୁହାଯାଇଥିଲା। ଏଥିସହିତ ରାସ୍ତା ଓ ଗୃହ ବିଭାଗ ଦ୍ୱାରା ରାସ୍ତାଗୁଡ଼ିକରେ ନିର୍ମାଣାଧୀନ କଲଭର୍ଟ ପାଖରେ ଖାଲ ରହିବା ଏବଂ କେତେକ ସ୍ଥାନରେ ମାଟି ଜମା ରଖାଯିବା ଯୋଗୁ ପ୍ରତ୍ୟହ କିଛି ନା କିଛି ଦୁର୍ଘଟଣା ଘଟୁଥିବାରୁ ସେଥିପ୍ରତି ଦୃଷ୍ଟି ଦେବାକୁ ତାଗିଦ୍‌ କରାଯାଇଥିଲା।
ଚାଷୀଙ୍କଠାରୁ ଧାନ କିଣିବା ଲାଗି ଆସନ୍ତା ୨୫ତାରିଖରୁ ଜିଲାରେ ମଣ୍ଡି ଖୋଲାଯିବା ନେଇ ଆଲୋଚନା କରାଯାଇଥିଲା। ଟୋକନ୍‌ ପ୍ରସ୍ତୁତିରେ ଅନ୍ୟ ଜିଲାରେ ଯେଉଁ ଅବ୍ୟବସ୍ଥା ସୃଷ୍ଟି ହୋଇଛି ତାହା ଯେପରି ଏ ଜିଲାରେ ନ ହୁଏ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା ା ଜିଲା ଯୋଗାଣ ବିଭାଗ ତରଫରୁ ମିଲର୍ସମାନେ ଯୋଗାଉଥିବା ନିକୃଷ୍ଟମାନର ଚାଉଳ ଓ ମଧ୍ୟବର୍ତ୍ତୀ ଗୋଦାମ ସୃଷ୍ଟି କରିବା ଭଳି ଗୁରୁତର ଅଭିଯୋଗ ଉପରେ ନଜର ରଖିବାକୁ ତାଗିଦ୍‌ କରାଯାଇଥିଲା। ଡାକ୍ତରଖାନାରେ ରୋଗୀଙ୍କୁ ବାହାର ଔଷଧ କିଣିବା ଲାଗି ଡାକ୍ତରମାନେ ଚିରକୁଟ୍‌ ଲେଖିବା ଓ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗର ଯାଞ୍ଚ କରିବା ଲାଗି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହାଯାଇଥିଲା। ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟସ୍ଥ ସାଜୁଥିବା କେତେକ କର୍ମଚାରୀଙ୍କ ଉପରେ କଡ଼ା ନଜର ରଖିବା ସହ କିପରି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଦଲାଲମୁକ୍ତ ହେବ ସେ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅବକାରୀ ବିଭାଗ ପକ୍ଷରୁ ଯେଉଁ ଧରପଗଡ଼ କରାଯାଉଛି ତାହା ସମୁଦ୍ରକୁ ଶଙ୍ଖେ ପାଣି ଭଳି। ତେଣୁ ବେନିୟମ ମଦ ଓ ନିଶା କାରବାର ବନ୍ଦ କରିବା ଦିଗରେ ବିଭାଗ ଅଧିକ ପ୍ରଭାବୀ ପଦକ୍ଷେପ ନେବାକୁ କୁହାଯାଇଥିଲା। ଜିଲା ଶ୍ରମ କାର୍ଯ୍ୟାଳୟରେ ଅନୁରୂପ ଦଲାଲଙ୍କ ପ୍ରାଦୁର୍ଭାବ ନଜରକୁ ଆସିଥିବାରୁ ସେଠାରେ ସ୍ବଚ୍ଛତା ରକ୍ଷା କରି କାର୍ଯ୍ୟ ପରିଚାଳନା କରିବାକୁ ତାଗିଦ କରାଯାଇଥିଲା।
୫-ଟି ଉପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବାରୁ ସମସ୍ତ କର୍ମଚାରୀ ଏଥିପ୍ରତି ସତର୍କ ଏବଂ ଯତ୍ନବାନ ହେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ କରିବାରେ ଯେଉଁସବୁ କାର୍ଯ୍ୟାଳୟ ଅବହେଳା କରୁଛନ୍ତି ସେମାନେ ସେଥିରେ ଉନ୍ନତି ଆଣିବା ସହ ସ୍ବତଃପ୍ରବୃତ ସୂଚନା ପ୍ରଦାନ କରିବାକୁ କହିଥିଲେ। ଏହି ଅବସରରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା ଅନୁରୂପ ମନ୍ତବ୍ୟ ରଖି ସମଗ୍ର ଜିଲାରେ ସବୁ କର୍ମଚାରୀ ଏକ ଟିମ୍‌ ଭାବେ କାର୍ଯ୍ୟ କଲେ ସରକାରଙ୍କ ୫-ଟି ଆଭିମୁଖ୍ୟ ପୂରଣ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ ା ବୈଠକରେ ଉପଜିଲାପାଳ ନିଲୁ ମହାପାତ୍ରଙ୍କ ସମେତ ସମସ୍ତ ବିଭାଗୀୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ।


All Right Reserved By Dharitri.Com

ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ଅଭିଯୋଗ: ଜିଲାପାଳଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବାଲେଶ୍ୱର ଅଫିସ,୨୭।୮: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯାଉଥିବା ରନ୍ଧା ଖାଦ୍ୟ ନିମ୍ନମାନର ନେଇ ସୋମବାର ରାତିରେ ରୋଗୀଙ୍କ ସମ୍ପର୍କୀୟ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ...

ଭିଜିଲାନ୍ସ ଜାଲରେ କୋଟିପତି କିରାଣି: ଏକକାଳୀନ ୫ ସ୍ଥାନରେ ଚଢ଼ାଉ

ଜଳେଶ୍ୱର,୨୫।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ସହର ନୂଆବଜାର ସ୍ଥିତ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣି ତରଣୀ କୁମାର ଭୂୟଁା ଓରଫ୍‌ ମଣ୍ଟୁଙ୍କ ବାସ ଭବନ...

ରକେଟ୍‌ ଲଞ୍ଚର ‘ପିନାକା’ର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୦।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଡିଆର୍‌ଡିଓ (ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା) ର ପିଏକ୍ସଇ (ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ ପକ୍ଷରୁ ବହୁମୁଖୀ ରକେଟ୍‌...

କୁଲଡ଼ିହାରେ ମାଈହାତୀର ମୃତଦେହ ଠାବ

ସଜନାଗଡ଼, ୨୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲିଡ଼ିହା ଅଭୟାରଣ୍ୟରେ ରବିବାର ସକାଳେ ଏକ ମାଈହାତୀର ମୃତଦେହ ଠାବ କରାଯାଇଛି। ହାତୀଟି ୩/୪ ଦିନ ପୂର୍ବରୁ ମୃତ୍ୟୁବରଣ...

ଦୌଲତପୁର ମଦମୃତ୍ୟୁ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଭାଜପାର ବିକ୍ଷୋଭ, ତିହିଡ଼ି ଥାନା ଘେରାଉ

ତିହିଡି,୧୯।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହଡ଼ି ଥାନା ଅଧୀନ ଦୌଲତପୁର ମଦ ମୃତ୍ୟୁ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତମାନଙ୍କୁୁ ଗିରଫ କରିବାରେ ବିଫଳ ହୋଇଛି। ଏହାର ପ୍ରତିବାଦରେ...

ଓଟିରୋଡ ସମ୍ପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ : ଭଙ୍ଗା ହେଲା ଲକ୍ଷ୍ମୀନାରାୟଣ ମନ୍ଦିର ନାଟମଣ୍ଡପ

ବାଲେଶ୍ୱର ଅଫିସ, ୨୧।୩-ବାଲେଶ୍ୱର ସହରର ମୁଖ୍ୟରାସ୍ତା ଓଟିରୋଡ୍‌ ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ଆଇଟିଆଇସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରର ତୋରଣ, ଗରୁଡ଼ଖମ୍ଭ ଓ...

ଚକାଫାଟି ଗଛରେ ପିଟିହେଲା ଆମ୍ବୁଲାନ୍ସ, ୨ ଆହତ

ସଜନାଗଡ଼,୧୦।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଜାମୁନା ଅଞ୍ଚଳକୁ ରୋଗୀ ଆଣିବାକୁ ଯାଉଥିବା ବେଳେ ଚକା ଫାଟିଯିବାରୁ ଏକ ଆମ୍ବୁଲାନ୍ସ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ଜିଲା ଯୋଜନା କମିଟି ବୈଠକ: ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୨୮।୧୨-ବାଲେଶ୍ୱର ଜିଲାପରିଷଦ ସଭାଗୃହରେ ଶୁକ୍ରବାର ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ...

Leave a comment

Your email address will not be published. Required fields are marked *