Posted inଖେଳ

ପ୍ରଥମ ଟେଷ୍ଟ: ଓ୍ବାଟଲିଂଙ୍କ ଅପରାଜିତ ଶତକ, ନ୍ୟୁଜିଲାଣ୍ଡ ଅଗ୍ରଣୀ

ମାଉଣ୍ଟ ମାଉନଗାନୁଇ,୨୩।୧୧(ଏଏଫପି): ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଅଗ୍ରାଣୀ ହାସଲ କରିଛି। ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂଙ୍କ ଅପରାଜିତ ଶତକ ଓ ଟେଲ ଏଣ୍ଡରଙ୍କ ଦମ୍‌ଦାର ବ୍ୟାଟିଂ ସହାୟତାରେ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ନିରାଶ କରିଛି।
ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୨୪ ଓଭରରେ ୩୫୩ ରନ କରି ଅଲଆଉଟ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୪୧ ଓଭରରେ ୬ ଉଇକେଟ ହରାଇ ୩୯୪ ରନ ସଂଗ୍ରହ କରିଛି। ଫଳରେ ନ୍ୟୁଜିଲାଣ୍ଡ ୪ ଉଇକେଟ ହାତରେ ରଖି ୪୧ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଓ୍ବାଟଲିଂ ୧୧୯ ରନର ଶତକୀୟ ପାଳି ଖେଳି ଓ ମିଚେଲ ସାଣ୍ଟନର ୩୧ ରନ କରି ଅପରାଜିତ ରହିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୪୪/୪ ରୁ ନ୍ୟୁଜିଲାଣ୍ଡ ଶନିବାର ଖେଳ ଆରମ୍ଭ କରିଥିଲା। ୩୪ ବର୍ଷୀୟ ଓଭରନାଇଟ ବ୍ୟାଟ୍ସମ୍ୟାନ ଓ୍ବାଟଲିଂ ୬ ରନରୁ ଖେଳ ଆରମ୍ଭ କରି ଶତକ ହାସଲ କରିଥିଲେ। ୨୯୮ଟି ବଲର ସମ୍ମୁଖୀନ ହୋଇ ଓ୍ବାଟଲିଂ ୧୫ଟି ଚୌକା ସହ ୧୧୯ ରନର ଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି। ଏଥିସହିତ ସେ କ୍ୟାରିୟରର ଅଷ୍ଟମ ଟେଷ୍ଟ ଶତକ ଅର୍ଜନ କରିଛନ୍ତି। ସେହିପରି ୨୬ ରନରୁ ଖେଳ ଆରମ୍ଭ କରି ହେନେରୀ ନିକୋଲ୍ସ ୪୧ ରନ କରି ଜୋ ରୁଟ୍‌ଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ପରେ କଲିନ ଡି ଗ୍ରାଣ୍ଡହୋମ ୬୫ ରନର ଅର୍ଦ୍ଧଶତକୀୟ ପାଳି ଖେଳି ବେନ୍‌ ଷ୍ଟୋକ୍ସଙ୍କ ବଲ୍‌ରେ ଡୋମ ସିବ୍‌ଲିଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଷଷ୍ଠ ଉଇକେଟରେ ଗ୍ରାଣ୍ଡହୋମ ଓ ଓ୍ବାଟଲିଂ ୧୧୯ ରନର ଭାଗୀଦାରି ସ୍ଥାପନ କରିଥିଲେ। ଶୁକ୍ରବାର ଅଧିନାୟକ କେନ୍‌ ଓ୍ବିଲିୟମସନ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ରସ୍‌ ଟେଲର ୨୫, ଓପନର ଜିତ୍‌ ରାଭାଲ ୧୯ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ସାମ କୁରାନ ଓ ଷ୍ଟୋକ୍ସ ୨ଟି ଲେଖାଏ, ଜ୍ୟାକ ଲିଚ୍‌ ଓ ରୁଟ୍‌ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପୂର୍ବରୁ ଇଂଲଣ୍ଡ ତରଫରୁ ପ୍ରଥମ ଇନିଂସରେ ଷ୍ଟୋକ୍ସ ସର୍ବାଧିକ ୯୧, ଜୋ ଡେନ୍‌ଲି ୭୪, ଓପନର ରୋରି ବନର୍‌ସ ୫୨, ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ୪୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଅଭିଜ୍ଞ ଦ୍ରୁତ ବୋଲର ଟିମ୍‌ ସୌଦି ସର୍ବାଧିକ ୪, ନିଲ ଓ୍ବାଗନର ୩, କଲିନ୍‌ ଡି ଗ୍ରାଣ୍ଡହୋମ ୨ ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୧୨୪ ଓଭରରେ ୩୫୩ ଅଲଆଉଟ୍‌।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୧୪୧ ଓଭରରେ ୩୯୪/୬
(ଓ୍ବାଟଲିଂ- ୧୧୯*, ଗ୍ରାଣ୍ଡହୋମ-୬୫, ଓ୍ବିଲିୟମସନ- ୫୧, ନିକୋଲ୍ସ- ୪୧, ଟେଲର- ୨୫, ରାଭାଲ- ୧୯, ଷ୍ଟୋକ୍ସ- ୨/୩୭, କୁରାନ- ୨/୭୪, ରୁଟ୍‌- ୧/୩୧, ଲିଚ୍‌- ୧/୯୭ )।


All Right Reserved By Dharitri.Com

Posted inଖେଳ View All

ବୁଲ୍‌ଗେରିଆନ ଓପନ୍‌ ବ୍ୟାଡ୍‌ମିଣ୍ଟନ: ଭାରତକୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ, ୨ବ୍ରୋଞ୍ଜ

ପାଜାର୍ଡଝିକ୍‌ (ବୁଲ୍‌ଗେରିଆ ), ୧୨ା୮ (ପି.ଟି.)-ବୁଲ୍‌ଗେରିଆନ ଜୁନିୟର ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଭାରତୀୟ ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ ସହ ୩ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ...

ନାମ୍ବିଆକୁ ଟି୨୦ ବିଶ୍ୱକପ୍‌ ଯୋଗ୍ୟତା

ଦୁବାଇ, ୩୦।୧୦(ଏଏଫ୍‌ପି)- ଅଷ୍ଟ୍ରେଲିଆରେ ଆଗାମୀ ବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ନାମ୍ବିଆ ଭାଗନେବ। ଦୁବାଇଠାରେ ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟର ସେମିଫାଇନାଲରେ ଦୁଇ ଦଳ ଜାଗା...

ଇଣ୍ଡିଆନ ସୁପର ଲିଗ୍‌: ଏଟିକେର ବୃହତ୍‌ ବିଜୟ

କୋଲକାତା,୨୬।୧୦(ପି.ଟି.): ଚଳିତ ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗ(ଆଇଏସ୍‌ଏଲ୍‌)ର ଷଷ୍ଠ ମ୍ୟାଚରେ ଘରୋଇ ଏଟିକେ ଏଫସି ଏକ ବୃହତ୍‌ ବିଜୟ ହାସଲ କରିଛି। ଏଟିକେ ପଦାର୍ପଣ...

ସଚିନ, କୋହଲିଙ୍କୁ ପଛରେ ପକାଇଲେ ରୋହିତ

ମାଞ୍ଚେଷ୍ଟର,୧୬ା୬: ଭାରତୀୟ ଓପନର ରୋହିତ ଶର୍ମା ବିଶ୍ୱକପ୍‌ରେ ପାକିସ୍ତାନ ବିରୋଧରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ଏହି ମ୍ୟାଚ୍‌ରେ ଭାରତୀୟ ଉପଅଧିନାୟକ ୧୧୨ ବଲର ସମ୍ମୁଖୀନ...

ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ: ବାରବାଟୀରେ ଫ୍ଲଡଲାଇଟ୍‌ ମରାମତି; ଗ୍ୟାଲେରି ଅନୁଧ୍ୟାନ କଲା ସରକାରୀ ଏଜେନ୍ସି

କଟକ ଅଫିସ,୧୩ା୧୧- ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମର ନବକଳେବର ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ତ୍ତୃପକ୍ଷ ତତ୍ପର...

ନେମାରଙ୍କ ପାଇଁ ବାଲେ, ଜେମ୍ସଙ୍କ ସହ ୧୦୦ ନିୟୁତ

ପ୍ୟାରିସ,୨୩।୮(ପିଟି): ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ଷ୍ଟାର ଷ୍ଟ୍ରାଇକର ନେମାର ଜୁନିୟରଙ୍କୁ ଦଳରେ ନେବା ପାଇଁ ବହୁ ଦଳ ଆଗଭର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛି...

‘ଆପଣଙ୍କ ଫାଲ୍‌ତୁ କଥା ବହୁତ ଶୁଣିଲି’

ବର୍ମିଂହାମ, ୪।୭ (ପି.ଟି.)- ଚଳିତ ବିଶ୍ୱକପ୍‌ରେ ସେମିଫାଇନାଲରେ ପ୍ରବେଶ କରିସାରିଥିବା ଭାରତୀୟ କ୍ରିକେଟ୍‌ ଦଳର ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ବୁଧବାର ପ୍ରାକ୍ତନ କ୍ରିକେଟର୍‌ ତଥା ଭାଷ୍ୟକାର...

ବିଶ୍ୱ ବ୍ୟାଡମିଣ୍ଟନ୍‌ ର଼୍ୟାଙ୍କିଙ୍ଗ୍‌: ନବମସ୍ଥାନକୁ ଉଠିଲେ ରାଙ୍କିରେଡ୍ଡୀ- ସେଟ୍ଟୀ

ନୂଆଦିଲ୍ଲୀ,୭।୮(ପି.ଟି.)- ସଦ୍ୟ ପ୍ରକାଶିତ ବିଶ୍ୱ ବ୍ୟାଡିମିଣ୍ଟନ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଉନ୍ନତି କରିଛନ୍ତି। ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ...

Leave a comment

Your email address will not be published. Required fields are marked *