Posted inଫୁରସତ

କାହିଁକି ରାତିରେ ସିଟି ମାରିବାକୁ ଅଶୁଭ କୁହାଯାଏ

କେବେ କେବେ ସିଟି ବଜାଇ ବଡଙ୍କ ଠାରୁ ଗାଳି ଖାଇବା ଅନୁଭବ କାହାର ନା କାହାର ଥାଇପାରେ। ହେଲେ କାହିଁକି ଗୁରୁଜନମାନେ ସିଟି ବଜାଇବାକୁ ବାରଣ କରନ୍ତି ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ସିଟି ବଜାଇବା ଦ୍ୱାରା ଫୁସ୍‌ଫୁସ୍‌ ଭଲ କାମ କରିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ହେଲେ ଯେଉଁମାନେ ପାଟିରେ ଆଙ୍ଗୁଠି ରଖି ସିଟି ମାରନ୍ତି ସେମାନଙ୍କର ଗାଲର ଗଠନ ଖରାପ ହୋଇଯାଇଥାଏ ବୋଲି କୁହାଯାଏ। ଏହା ବ୍ୟତୀତ ଅଧିକ ସମୟ ସିଟି ମାରିଲେ ଏହା ଫୁସ୍‌ଫୁସ୍‌ ଉପରେ କୁପ୍ରଭାପ ପକାଇଥାଏ ବୋଲି କୁହାଯାଏ। ଯଦି କୌଣସି ଗୀତର ରେକର୍ଡିଂ କରିବା ପୂର୍ବରୁ କେହି ସିଟି ମାରୁଛନ୍ତି ତେବେ ଏହା ଭଲ ବୋଲି କୁହାଯାଏ। କିନ୍ତୁ ରାତିରେ ସିଟି ମାରିବା ଆଦୌ ଭଲ ନୁହେଁ ବୋଲି କୁହାଯାଏ। ଅନେକ ଲୋକଙ୍କର ବିଶ୍ୱାସ ରହିଛି ଯେ ଘରେ ଓ ରାତିରେ ସିଟି ମାରିଲେ ଧନ ହାନୀ ହୋଇଥାଏ। ସେହିପରି ସିଟି ମାରିଲେ ପାଖରେ ଥିବା ଲୋକ ଅନ୍ୟମନସ୍କ ହେବା ସହ ଅଜଣା ବିପଦ ମାଡି ଆସେ ବୋଲି କୁହଯାଏ। ରାତିରେ ସିଟି ମାରିଲେ ଖରାପ ଆତ୍ମା ସକ୍ରିୟ ହେବା ହୋଇଥାଆନ୍ତି। ପ୍ରଥମେ ଏହା ଜାପାନରେ ପ୍ରଚଳିତ ଥିବା ବେଳେ ଏବେ ଏହା ଭାରତରେ ମଧ୍ୟ ପ୍ରଚଳିତ ଅଛି। ଭାରତରେ ରାତିରେ ସିଟି ମାରିବା ଅର୍ଥ ଅଶୁଭ ସଙ୍କେତ ଓ ସାପକୁ ନିମନ୍ତ୍ରଣ କରିବା। ଆଉ କେତେକ ମତ ଦିଅନ୍ତି ସିଟି ମାରିବା ଦ୍ୱାରା ଶନି ଦେବ ଓ ଭୈରବ ଅସନ୍ତୁଷ୍ଟ ହୋଇଥାଆନ୍ତି।


All Right Reserved By Dharitri.Com

ଭୁଲସ୍ଥାନରେ ରହିଛି ଏହି ବ୍ୟକ୍ତିଙ୍କ ଅଙ୍ଗପ୍ରତ୍ୟଙ୍ଗ, ଡାକ୍ତର ବି ଚିନ୍ତାରେ

କୁହାଯାଏ, ଭଗବାନ ମଣିଷଙ୍କୁ ଏପରି ଗଢ଼ିଥା’ନ୍ତି କି ଯେଉଁ ଅଙ୍ଗ ଯେଉଁଠି ରହିବା କଥା ରଖିଥା’ନ୍ତି। ଯେମିତିକି ମୁହଁ, ଆଖି, ନାକ, କାନ, ପେଟ ଯଥାସ୍ଥାନରେ...

ବାୟୋନିକ ହାତ ଦେଇଛି ନୂଆ ଜୀବନ

ଆଠ ବର୍ଷ ବୟସର ଫ୍ରେଡି ପେନ୍‌। ଜନ୍ମରୁ ତାଙ୍କର ଡାହାଣ ହାତ ନ ଥିଲା। ତେଣୁ ବିଭିନ୍ନ କାମ ପାଇଁ ତାଙ୍କୁ ଅନ୍ୟ ଉପରେ ନିର୍ଭର...

ଯେଉଁଠି ଶାଳ ଗଛକୁ ଦେବତା ଭଳି ପୂଜନ୍ତି ଲୋକେ…

ଛତିଶଗଡ଼ର ବାଲ୍କୋ ବନଖଣ୍ଡ ଅଞ୍ଚଳର କୋରଓ୍ବା ବ୍ଲକ୍‌ର ସତରେଙ୍ଗା ଗାଁରେ ରହିଛି ୧୪ ଶହ ବର୍ଷର ଏକ ଶାଳ ଗଛ। ଏଠାକାର ବାସିନ୍ଦା ଏହି ଗଛକୁ...

ଭକ୍ତମାନେ ଗଣେଶଙ୍କୁ ଦେଉଛନ୍ତି ଚିଠି

ଲକ୍ଷ୍ନୌ: ଜ୍ଞାନକୌଶଳର ବିକାଶ ଏବେ ଡାକ ବିଭାଗର ଚିଠି ବୋଝ କମାଇ ଦେଇଛି, କିନ୍ତୁ ପ୍ରଭୁ ବିଘ୍ନନାଶକ ଶ୍ରୀଗଣେଶଙ୍କ ପାଖକୁ ଆସୁଛି ବସ୍ତା ବସ୍ତା ଚିଠି।...

ପ୍ରଥମ ସାମୁଦ୍ରିକ କବରଖାନା

କୋଝିକୋଡ: ସମୁଦ୍ରର ଅଥଳ ଜଳରାଶିଠାରୁ ଆରମ୍ଭ କରି ଏଭେରଷ୍ଟ, ଆମାଜନର ଘଞ୍ଚ ଜଙ୍ଗଲରୁ ସାହାରାର ବିସ୍ତୀର୍ଣ୍ଣ ମରୁପ୍ରାନ୍ତ ଯାଏ ସବୁଠି ମନୁଷ୍ୟକୃତ ଆବର୍ଜନାର ପାହାଡ଼। ଜାଣତ...

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର: ଆଦର୍ଶ ଶିକ୍ଷକ ଲଳିତ ନାରାୟଣ ମହାପାତ୍ର

ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ଗାଁରେ ମୋ ଜନ୍ମ। ନନା ଶିକ୍ଷକତା କରୁଥିଲେ। ମୁଁ ଅଷ୍ଟମରେ ପଢିଲାବେଳେ ତାଙ୍କର ବିୟୋଗ ହେଲା। ନନାଙ୍କର...

ସୋସିଆଲ ମିଡିଆରେ ଅଧିକ ସେଲ୍‌ଫି ପୋଷ୍ଟ କରୁଥିବା କପଲ୍‌ ସେମାନଙ୍କ ସମ୍ପର୍କକୁ ନେଇ ଥାନ୍ତି ଅସୁରକ୍ଷିତ

ବର୍ତ୍ତମାନର ଅତ୍ୟାଧୁନିକ ଜୀବନଶୈଳୀ ମଧ୍ୟରେ ସୋସିଆଲ ମିଡିଆ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାୟ ପ୍ରତ୍ୟେକ ବ୍ୟବହାରକାରୀ ସେମାନଙ୍କର ଦୈନନ୍ଦିନ...

ଯେଉଁଠି ସଦସ୍ୟଙ୍କ ମୃତ୍ୟୁରେ ଘର ଛାଡିଦିଅନ୍ତି ପରିବାର ଲୋକେ

ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ସେମାନଙ୍କ ସ୍ମୃତିକୁ ସାଉଣ୍ଟିବାକୁ ଲୋକେ ଅନେକ ଉପାୟ ଆପଣାଇଥାନ୍ତି। କିନ୍ତୁ ଆମ ଦେଶରେ ଏଭଳି କିଛି ଜନଜାତି ଅଛନ୍ତି, ଯେଉଁମାନେ...

Leave a comment

Your email address will not be published. Required fields are marked *