ବାସ୍‌, କେବଳ ନାଟକ!

”ନବମ ଶ୍ରେଣୀରେ ମୁଁ ପ୍ରଥମ ନାଟକ ଲେଖିଥିଲି। ବାସ୍‌, ସେବେଠୁ ନାଟକ ପ୍ରେମରେ ଏମିତି ପଡ଼ିଯାଇଛି ଯେ ତା’ କବଳରୁ ମୁକୁଳି ପାରୁନି।“ ଏକଥା କହନ୍ତି ଓଡ଼ିଆ ଯାତ୍ରା ଜଗତର ଅନ୍ୟତମ ପ୍ରତିଭା ସମ୍ପନ୍ନ ନାଟ୍ୟକାର ଅରୁଣ ନାୟକ। କ୍ୱାଣ୍ଟିଟି ବା ନାଟକର ସଂଖ୍ୟା ଉପରେ ନୁହେଁ; ସେ କ୍ୱାଲିଟି ବା ଗୁଣାତ୍ମକ ନାଟକ ଲେଖିବାରେ ବିଶ୍ୱାସ କରନ୍ତି। ତାଙ୍କର କହିବା କଥା ହେଉଛି ବର୍ଷକୁ ଗୋଟିଏ ନାଟକ ଲେଖାଯାଉ। ମାତ୍ର ତାହା ଏକ ଭଲ ନାଟକ ହେଉ। ମୃତ୍ୟୁଦଣ୍ଡ, ସୀତାର ଜଳୁଛି ଚିତା, ହସୁଛି ଅଳପ କାନ୍ଦୁଛି ବେଶି ଭଳି ଅପେରା ନାଟକ ହେଉ କି ଜୀବନର ମୃତ୍ୟୁ, ନାଟ୍‌ ଚାଲିଛେ (ସମ୍ବଲପୁରୀ ଭାଷା), ସ୍ବାର୍ଥ, ଯା ଦେବୀ ସର୍ବଭୂତେଷୁ, ଗଣତନ୍ତ୍ରର ବଜାର ଭଳି ବେତାର ତଥା ମଞ୍ଚ ନାଟକ ହେଉ ଏସବୁ ତାହାର ଗୋଟିଏ ଗୋଟିଏ ଉଦାହରଣ। ହାଇସ୍କୁଲ୍‌ରେ ପଢୁଥିବା ବେଳେ ସେ ଲେଖିଥିଲେ ନାଟକ ‘ରକ୍ତର ପ୍ରତିଶୋଧ’। ଆଉ ଏହା ହିଁ ଥିଲା ତାଙ୍କର ପ୍ରଥମ ନାଟକ। ତାଙ୍କର ଆଉ ଏକ ନାଟକ ‘ବିଜୟମାଳା’। ନାଟକଟିର କାହାଣୀ ତମାଖୁ ନିରୋଧୀ ବାର୍ତ୍ତା ବହନ କରୁଥିଲା। ନାଟକଟି ସେତେବେଳେ ସମ୍ବଲପୁର ଆକାଶବାଣୀ ଦ୍ୱାରା ପ୍ରସାରିତ ହୋଇ ତାଙ୍କୁ ଘରେ ଘରେ ପରିଚିତ କରେଇ ଦେଇଥିଲା। ଆଉ ସେଥିପାଇଁ ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ମଧ୍ୟ। ଭେଟେରାନ୍‌ ଅଭିନେତା ଦେବୀପ୍ରସାଦ ରଥଙ୍କ ଅଭିନୟ ଦ୍ୱାରା ପ୍ରଭାବିତ ହୋଇ ନାଟକଆଡ଼କୁ ଆକର୍ଷିତ ହୋଇଥିଲେ ଅରୁଣ। ଆଉ ଲେଖି ଚାଲିଲେ ଗୋଟିଏ ପରେ ଗୋଟିଏ ନାଟକ। ‘ଜୀବନର ମୃତ୍ୟୁ’, ‘ନାଟ୍‌ ଚାଲିଛେ (ସମ୍ବଲପୁରୀ ଭାଷା)’, ‘ସ୍ବାର୍ଥ’, ‘ଯା ଦେବୀ ସର୍ବଭୂତେଷୁ’, ‘ଗଣତନ୍ତ୍ରର ବଜାର’, ‘ହମ୍‌ରି ଦୁନିଅଁା (ସାଦ୍ରି ଭାଷା)’ ଆଦି ତାଙ୍କର ଗୋଟିଏ ଗୋଟିଏ ଉଲ୍ଲେଖନୀୟ ବେତାର ତଥା ମଞ୍ଚ ନାଟକ। କେବଳ ବେତାର କି ମଞ୍ଚନୁହେଁ; ସେ ଛୋଟ ପରଦାରେ ମଧ୍ୟ ସକ୍ରିୟ ଥିଲେ। ‘ମହାଯଜ୍ଞ’, ‘ସକାଳ ସୂର୍ଯ୍ୟ’, ‘ଶ୍ରାବଣୀ’, ‘କୁହୁଡ଼ି’, ‘ପ୍ରିୟାମୋର’, ‘ଇନ୍ଦ୍ରଜାଲ’, ‘ଟୋପାଏ ସିନ୍ଦୂର’ ଭଳି ଦୂରଦର୍ଶନରେ ପ୍ରସାରିତ ମେଗା ଧାରାବାହିକ କାହାଣୀ, ଚିତ୍ରନାଟ୍ୟ ତଥା ସଂଳାପ ଲେଖି ନିଜ ଭର୍ସାଟିଲିଟିର ପରିଚୟ ଦେଇଛନ୍ତି। ନାଟକ କେବଳ ଆମୋଦ ପ୍ରମୋଦର ମାଧ୍ୟମ ନୁହେଁ। ଏହା ହେଉଛି ସମାଜକୁ ସଚେତନ କରିବାର ଏକ ମାଧ୍ୟମ। ତେଣୁ ସବୁ ନାଟକରେ ଏକ ସାମାଜିକ ବାର୍ତ୍ତା ଦେବା ଲାଗି ସେ ସତତ ଯତ୍ନଶୀଳ। ତାଙ୍କର ସେଭଳି ଏକ ନାଟକ ହେଉଛି ‘ବେଳ ଥାଉ ବନ୍ଧ ବାନ୍ଧ’। ନାଟକ ବିଷୟରେ ନାଟ୍ୟକାର କହନ୍ତି : ‘ମଣିଷ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଗଛ। ମାତ୍ର ସମଗ୍ର ବିଶ୍ୱରେ ଅବାଧରେ ଗଛକଟା ଚାଲିଛି। ମଣିଷ ଦିନକୁଦିନ ଜଙ୍ଗଲ ସଫା କରିଚାଲିଛି। ଦିନକୁଦିନ ପରିବେଶ ମଣିଷ ପାଇଁ ହାନିକାରକ ସାଜୁଛି। ତେଣୁ ଏବେଠୁ ସାବଧାନ ହେବା ଆବଶ୍ୟକ। ଏହି ବାର୍ତ୍ତା ଦେବା ପାଇଁ ସେ ରଚନା କରିଥିଲେ ନାଟକ ‘ବେଳ ଥାଉ ବନ୍ଧ ବାନ୍ଧ’। ଏହି ନାଟକଟି ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ ସହର ସ୍ଥିତ ସାନ୍‌ ଆଣ୍ଟାନିଓ ଠାରେ ମଞ୍ଚସ୍ଥ ହୋଇ ତାଙ୍କୁ ଅଶେଷ ଲୋକପ୍ରିୟତା ଆଣିଦେଇଥିଲା। ସମ୍ପ୍ରତି ଯୁବ ନିର୍ଦ୍ଦେଶକ ମହେଶ ହାଜରାଙ୍କ ସହ ମୃତ୍ୟୁଦଣ୍ଡ, ସୀତାର ଜଳୁଛି ଚିତା ଭଳି ନାଟକ କରି ସେ ବେଶ ସଫଳ ହୋଇଛନ୍ତି ବୋଲି କହନ୍ତି ଏହି ନାଟ୍ୟକାର।


All Right Reserved By Dharitri.Com

ଦିୟା ମିର୍ଜା ‘ତୁମ୍‌ସା ନେହିଁ ଦେଖା’ରେ ଶୁଟିଂ ସେଟ୍‌ରେ ହରାଇଥିଲେ ନିଜର ନିୟନ୍ତ୍ରଣ…

ମୁମ୍ବାଇ,୯।୧୨: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଦିୟା ମିର୍ଜା ସୋମବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୧ ଡିସେମ୍ବର ୯ରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ଏକ...

ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଲେ ଏହି ଅଭିନେତାଙ୍କ ଝିଅ

ଇଟାଲିୟନ୍‌ ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା। ଇନଷ୍ଟାଗ୍ରାମରେ ନିଜ ବୟଫ୍ରେଣ୍ଡ୍‌ଙ୍କ ଫଟୋ ପୋଷ୍ଟ କରି ତାଙ୍କୁ ଏକ ଭାବବିହ୍ବଳ...

ସଂଘର୍ଷର ଦିନକୁ ମନେ ପକାଇଲେ ଜ୍ୟାକ୍‌ଲିନ୍‌: ଡେବ୍ୟୁ ପୂର୍ବରୁ ନାଁ ବଦଳାଇ ମୁସ୍କାନ’ରଖିବାକୁ କୁହାଯାଇଥିଲା

ବମ୍ବେ: ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସ୍‌ ଏବେ ବଲିଉଡ୍‌ର ଜଣେ ଆଗଧାଡ଼ିର ନାୟିକା। ଅନେକ ଉତ୍ଥାନ ପତନ ପରେ ହିନ୍ଦି ସିନେମା ଜଗତରେ ପ୍ରତିଷ୍ଠିତ ହୋଇପାରିଛନ୍ତି ସେ।...

କାର୍ତ୍ତିକ-କିଆରାଙ୍କ ଅଭିନୀତ ‘ଭୁଲ ଭୁଲୈୟା-୨’ର ସୁଟିଂ ଆରମ୍ଭ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ଏବଂ ଅଭିନେତ୍ରୀ କିଆରା ଆଡଓ୍ବାନୀଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲୈୟା-୨’ର ସୁଟିଂ ଆରମ୍ଭ ହୋଇଛି। କାର୍ତ୍ତିକ ନିଜେ ଇଷ୍ଟାଗ୍ରାମ୍‌ରେ ଏକ...

ବଡ଼ ଭାଇ ଜୋ’ଙ୍କ ହେବ ବିବାହ, ହେଲେ ଫ୍ରାନ୍ସରେ ରୋମାନ୍ସ କରୁଛନ୍ତି ପିସି-ନିକ୍‌

ମୁମ୍ବାଇ: ବିବାହ କରିବେ ହଲିଉଡ୍‌ ଗାୟକ ନିକ୍‌ ଜୋନାସଙ୍କ ବଡ଼ ଭାଇ ଜୋ’ ଜୋନାସ। ପୂର୍ବରୁ ଜୋ ପ୍ରେମିକା ସୋଫି ଟର୍ନରଙ୍କୁ ଗୁପ୍ତ ଭାବେ ବିବାହ...

ଖୁବ୍‌ଶୀଘ୍ର ବିବାହ କରିବେ ମଲାଇକା-ଅର୍ଜୁନ

ବେଶ୍‌ କିଛିଦିନ ହେବ ମଲାଇକା ଅରୋଡ଼ା ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିନ୍ତୁ ଉଭୟ ଏହା...

କ୍ରିତିଙ୍କୁ କ’ଣ ଭଲ ଲାଗେ

ବାହାରେ ଝିପିଝିପି ବର୍ଷା। ଘର ଭିତରେ ବସି ଝରକା ଫାଙ୍କରେ ତାହାକୁ ଉପଭୋଗ କରିବାର ମଜା ନିଆରା। ବର୍ଷା ହେଲା ମାତ୍ରେ ସେ ଝରକା ପାଖରେ...

ଝିଅକୁ ପାଣି ପିଆଇବା ପାଇଁ ଝୁମ୍ପୁଡିରେ ପହଞ୍ଚିଲେ ଅକ୍ଷୟ: ଖାଇବାକୁ ମିଳିଲା ରୁଟି ଗୁଡ

ମୁମ୍ବାଇ: ନିଜର ଉଦାର ମନୋଭାବ ପାଇଁ ଜଣାଯାଉଥିବା ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। ନିଜ ପର୍ସନାଲ ଲାଇଫ୍‌...

Leave a comment

Your email address will not be published. Required fields are marked *