Posted inଜାତୀୟ

ଫିଲ୍ମ ଅନ୍ଦାଜରେ କମ୍ପାନୀରେ ହଙ୍ଗାମା କଲେ ଯୁବତୀ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀର ଜହାଁଗିରପୁରୀରେ ରହୁଥିବା ଜଣେ ଯୁବତୀଙ୍କୁ ନିଜ ଅଫିସରେ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି। ସେକ୍ଟର-୧୮ ସ୍ଥିତ ଥିବା ଏକ କନଷ୍ଟ୍ରକସନ୍‌ କମ୍ପାନୀ ଜିଆର ଇମ୍ଫ୍ରାରେ ଯୁବତୀ ଜଣଙ୍କ କାର୍ଯ୍ୟରତ ଥିଲେ। ଡ୍ରାଫ୍ଟସ୍‌ମ୍ୟାନ ପଦରେ ୬ ମାସ ପାଇଁ ଟ୍ରେନିଙ୍ଗ ପିରିୟଡରେ ରହିଥିଲେ। ମହିଳାକର୍ମୀଙ୍କ ଦ୍ୱାରା ଗଠିତ ହୋଇଥିବା ହ୍ବାଟସ୍‌ ଆପ୍‌ ଗ୍ରୁପରେ ଉକ୍ତ ଯୁବତୀ ଅଫିସର ପରିସ୍ଥିତକୁ ନେଇ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ମ୍ୟାସେଜ କରିଥିଲେ। ଏହି ମ୍ୟାସେଜ କେଉଁଭଳି ଭାବେ କମ୍ପାନୀର ମ୍ୟାନେଜମେଣ୍ଟ ପାଖରେ ପହଞ୍ଚିଥିଲା। ମ୍ୟାନେଜର ଓ ଅନ୍ୟ ଅଫିସରଙ୍କ ସହ ଏକ ମିଟିଙ୍ଗ କରାଯାଇ ଯୁବତୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଏଥିସହ ଏହି ଟ୍ରେନିଂ ପିରିୟଡରେ ତାଙ୍କର କାର୍ଯ୍ୟଶୈଳି ଭଲ ନାହିଁ ଏବଂ ମ୍ୟାସେଜ ଡିଲିଟ କରି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମ୍ୟାନେଜମେଣ୍ଟ କହିଥିଲା। ଏହି କାର୍ଯ୍ୟାନୁଷ୍ଠାନରୁ ଯୁବତୀ ଜଣକ ଚିନ୍ତାଗ୍ରସ୍ତ ହୋଇ କମ୍ପାନୀର ୪ମହଲାକୁ ଚଢ଼ିଯାଇଥିଲେ। ଛାତରୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଓ ଅଫିସର କର୍ମଚାରୀମାନେ ତାଙ୍କୁ ବହୁ ବୁଝାସୁଝା କରିଥିଲେ। ହେଲେ ଯୁବତୀ ଜଣକ କାହାରି କଥା ଶୁଣି ନ ଥିଲେ। ପରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ମ୍ୟାନେଜର ପ୍ରତିଶୃତି ଦେବା ପରେ ଯୁବତୀ ଜଣଙ୍କ ତଳକୁ ଓହ୍ଲାଇଥିଲେ।


All Right Reserved By Dharitri.Com

ହେଲ୍‌ମେଟ ନ ପିନ୍ଧି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୧।୧୦: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀ ଓ ଲେପ୍ଟନାଣ୍ଟ ଗଭର୍ନର କିରଣ ବେଦୀଙ୍କ ମଧ୍ୟରେ ପୁଣିଥରେ ତୁତୁ ମେମେ ଆରମ୍ଭ ହୋଇଯାଇଛି। କିରଣ ବେଦୀ ନୂଆ ମୋଟର...

ଚେନ୍ନାଇରେ ପହଞ୍ଚିଲେ ଚାଇନା ରାଷ୍ଟ୍ରପତି

ଚେନ୍ନାଇ,୧୧।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ବୈଠକ ପାଇଁ ଚେନ୍ନାଇରେ ପହଞ୍ଚି ସାରିଛନ୍ତି। ମହାବଳିପୁରମ ଗସ୍ତ କରି...

ନୂଆ ଶିକ୍ଷାନୀତି କାର୍ଯ୍ୟକାରୀ ଲାଗି ବୈଠକ: ପାଣ୍ଠି ପ୍ରସଙ୍ଗ ଉଠାଇଲେ ରାଜ୍ୟ

ନୂଆଦିଲ୍ଲୀ,୭ା୧୦(ପି.ଟି.): କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପ୍ରସ୍ତାବିତ ନୂତନ ଶିକ୍ଷାନୀତି କାର୍ଯ୍ୟକାରିତା ଲାଗି ବିଭିନ୍ନ ରାଜ୍ୟ ପାଣ୍ଠି ପ୍ରସଙ୍ଗ ଉଠାଇଛନ୍ତି। ସରକାରଙ୍କ ଚିଠା ନୀତିରେ...

କରୋନା ଭାଇରସ: ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୧

ନୂଆଦିଲ୍ଲୀ,୬।୩: କରୋନା ଭାଇରସ ଏବେ ଦେଶରେ କୋକୁଆ ଭୟ ସୃଷ୍ଟି କରିଛି। ଦିଲ୍ଲୀରେ ଶୁକ୍ରବାର ଆଉ ଜଣେ ପଜିଟିଭ ମିଳିବା ପରେ ଏବେ ଭାରତରେ କରୋନା...

ଖଣ୍ଡେ ପାନର ଦାମ୍‌ ୫ ହଜାର…

ପାନ ଭାରତୀୟ ସଂସ୍କୃତି ସହିତ ଅତି ନିବିଡ଼ ଭାବେ ଜଡିତ। ତେବେ ପାନର ଦାମ ୫ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା...

ଝାଡ଼ଖଣ୍ଡରେ ଭାଜପା ନେତାଙ୍କ ସମେତ ସ୍ତ୍ରୀ ଓ ପୁଅଙ୍କୁ ଗୁଳିକରି ହତ୍ୟା

ରାଞ୍ଚି,୨୩।୭: ଝାଡ଼ଖଣ୍ଡରେ ଜଣେ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସ୍ଥାନୀୟ ଖୁଣ୍ଟି ଅଞ୍ଚଳର ହେଥାଗୋଓ୍ବାରେ ଏହା ଘଟିଛି। କିଛି ଅଜଣା ଲୋକ ଭାଜପା ନେତା...

ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ଡ୍ରୋନ୍‌: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର,୨୦।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆର.ଏସ୍‌.ପୁରା ସେକ୍ଟରରେ କିଛି ସମୟ ପାଇଁ ଭାରତୀୟ ସୀମା ଭିତରକୁ...

ଶୋପିଆନ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୯।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ ଜିଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ରେବାନ ଖାଜରପୋରା ଅଞ୍ଚଳରେ କିଛି ଆତଙ୍କବାଦୀ...

Leave a comment

Your email address will not be published. Required fields are marked *