Posted inଜାତୀୟ

ଲୋକେ ଭାବୁଥିବେ ମୁଁ ଖୁସି ଅଛି ପ୍ରକୃତରେ ମୁଁ ବହୁତ ଦୁଃଖି: ନିରୁପମ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଯେଉଁ ନୂଆ ମୋଡ ନେଲା ତାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସଞ୍ଜୟ ନିରୁପମ। ଦେବେନ୍ଦ୍ର ଫଡନବିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାପରେ ଶନିବାର ସେ କହିଛନ୍ତି ମହାରାଷ୍ଟ୍ର ରାଜନୀତିକୁ ନେଇ ସମସ୍ତେ ଭାବୁଥିବେ ମୁଁ ଖୁସି ଅଛି ପ୍ରକୃତ ଘଟଣା ହେଲା ଏହା ମୋତେ ବହୁତ ଦୁଃଖ ଦେଇଛି। କଂଗ୍ରେସ ଅଯଥାରେ ଶିବସେନା ସହ ମେଣ୍ଟ କରିବା ପାଇଁ ଯାଇଥିବା ସେ ପ୍ରକାଶ କରିଛନ୍ତି। ଏହା କେବଳ କଂଗ୍ରେସ ପାଇଁ ଅପବାଦ ନୁହେଁ ବରଂ ଏହା କଂଗ୍ରେସର ବଡ ଭୁଲ୍‌। ସେ ଆହୁରି ମଧ୍ୟ କହିଛନ୍ତି, ମଁୁ ଏବେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଅନୁରୋଧ କରୁଛି ସେ କଂଗ୍ରେସ ଓ୍ବାର୍କି କମିଟିକୁ ବିଲୀନ କରି ଦିଅନ୍ତୁ। ସୂଚନାଯୋଗ୍ୟ, ୨ ଦିନ ପୂର୍ବରୁ କଂଗ୍ରେସ ଯେତେବେଳେ ମହାରାଷ୍ଟ୍ରରେ ସରକାର ଗଠନ ଲାଗି ଶିବସେନା ଓ ଏନ୍‌ସିପି ସହ ମେଣ୍ଟ କରିବାକୁ ଯାଉଥିଲା ସେତେବେଳେ ନିରୁପମ କହିଥିଲେ କଂଗ୍ରେସ ବଡ ଭୁଲ୍‌ କରୁଛି। ଯଦି ଏହା ସମ୍ଭବ ହୁଏ ତେବେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାର ଫାଇଦା ଉଠାଇବ। ଆଉ ଏବେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବିସ ଦ୍ୱିତୀୟ ଥରଲାଗି ଶପଥ ନେବା ପରେ ଦୁଃଖ ପ୍ରକାଶ କରିଛନ୍ତି ନିରୁପମ।


All Right Reserved By Dharitri.Com

ଉନ୍ନାଓ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବି ଗମ୍ଭୀର, ଓକିଲ କୋମାରେ

ନୂଆଦିଲ୍ଲୀ,୭।୮: ଦିଲ୍ଲୀ ଏମ୍ସରେ ଜୀବନ ସହ ସଂଘର୍ଷ କରୁଛନ୍ତି ଉନ୍ନାଓ ବଳାତ୍କାର ପୀଡ଼ିତା। ଏବେ ବି ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଦିଲ୍ଲୀ ଏମ୍ସ...

ଦିଲ୍ଲୀରେ ପିଆଜ ଦର ଆକାଶଛୁଆଁ: କିଲୋ ପ୍ରତି ଦର୧୫୦ଟଙ୍କା

ନୂଆଦିଲ୍ଲୀ,୧୭।୧୨: ନିକଟରେ ଦେଶର ବିଭିନ୍ନ ଅଞ୍ଚଳରେ ହୋଇଥିବା ବର୍ଷା ଯୋଗୁ ପିଆଜ ଦର ପୁଣି ଆକାଶଛୁଆଁ ହୋଇଛି। କାରଣ ବର୍ଷା ଯୋଗୁ ମଣ୍ଡିରେ ପର୍ଯ୍ୟାପ୍ତ ପରିମାଣର...

ଆଜିର ଆହ୍ବାନ ଜନସଂଖ୍ୟା ନିୟନ୍ତ୍ରଣ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଗର୍ଭନିରୋଧ ପ୍ରତି ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ପାଳନ କରାଯାଉଛି ଗର୍ଭ ନିରୋଧକ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର...

ରାଷ୍ଟ୍ରପତି ରେସ୍‌ରେ ଶରଦଙ୍କ ନାଁ

ନୂଆଦିଲ୍ଲୀ,୬।୧: ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ୨୦୨୨ରେ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ନିଜ ନିଜର ଆଶାୟୀ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାକୁ ଏବେଠାରୁ ଯୋଜନା କରୁଛନ୍ତି।...

୧୪୩ ପିଟିଶନର ଶୁଣାଣି ଆଜି

ନୂଆଦିଲ୍ଲୀ,୨୨ା୧(ପି.ଟି.): ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ୧୪୩ଟି ପିଟିଶନର ଶୁଣାଣି ବୁଧବାର ସୁପ୍ରିମକୋର୍ଟରେ ହେବ। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ...

ଅଗଷ୍ଟ ତୃତୀୟ ସପ୍ତାହରେ ରୁଷ ଯିବେ ଯୋଗୀ

ଲକ୍ଷ୍ନୌ,୩୦।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗଷ୍ଟ ତୃତୀୟ ସପ୍ତାହରେ ରୁଷ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି ୨ ଦିନିଆ ଗସ୍ତରେ...

ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ: ମୃତ୍ୟୁସଂଖ୍ୟା ୧୦୦ ଟପିଲା

ଗୁଆହାଟୀ, ୨୧ା୭(ପି.ଟି.) : ଆସାମ୍‌ରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ ଖେଳାଇଛି। ଶନିବାର ଏଥିରେ ପୁଣି ୪ ଜଣଙ୍କ ଜୀବନ ଯାଇଥିବାବେଳେ ମୃତ୍ୟୁସଂଖ୍ୟା ୧୦୧ରେ ପହଞ୍ଚିଛି। ଉଦଲ୍‌ଗୁଡ଼ିି,...

ଉନ୍ନାଓରେ ୩ ବର୍ଷର ଶିଶୁକୁ ବଳାତ୍କାର

ଉନ୍ନାଓ,୯ା୧୨(ଆଇଏଏନ୍‌ଏସ୍‌): ଉନ୍ନାଓ ଗଣବଳାତ୍କାର ପୀଡ଼ିତାଙ୍କୁ ପୋଡି ମାରିଦେବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ପୁଣି ସେହି ଜିଲାରେ ଜଣେ ୩ ବର୍ଷର...

Leave a comment

Your email address will not be published. Required fields are marked *