Posted inଜାତୀୟ

ଭୋର ୫ଟା ୪୭ରୁ ପ୍ରତ୍ୟାହାର କରାଗଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ,୨୩।୧୧: ମହାରାଷ୍ଟ୍ରକୁ ନେଇ ଏବେ ସବୁଠି ଚର୍ଚ୍ଚା। ଶନିବାର ସକାଳ ରାଜ୍ୟ ରାଜନୀତି ପାଇଁ ପାଲଟି ଯାଇଛି ଏକ ଅଭୁଲା ଦିନ। ମହାରାଷ୍ଟ୍ରରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନକୁ ଶନିବାର ଭୋର ୫ଟା ୪୭ରେ ପ୍ରତ୍ୟାହାର କରାଯାଇଛି। ଆଉ ଏହାପରେ ସକାଳ ୮ଟା ୧୫ରେ ଦ୍ୱିତୀୟ ଥର ଲାଗି ଭାରତୀୟ ଜନତା ପାର୍ଟି(ଭାଜପା)ନେତା ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବରରୁ ଏଠାରେ ବିଧାନସଭା ନିର୍ବାଚନ ସରିଥିବା ବେଳେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ କୌଣସି ଦଳ ମହାରାଷ୍ଟ୍ରରେ କେହି ସରକାର ଗଠନ କରିପାରି ନ ଥିଲେ। ଆଉ ରାତାରାତି ମହାରାଷ୍ଟ୍ର ରାଜନୀତିରେ ସବୁ ଓଲଟପାଲଓ ହୋଇ ଫଡନବିସ ପୁଣି ମୁଖ୍ୟମନ୍ତ୍ରୀ ଆସନରେ ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।


All Right Reserved By Dharitri.Com

ଦୁଷ୍ୟନ୍ତଙ୍କ ପାଇଁ ଖୁସି ଖବର: ଅଜୟଙ୍କୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ଭାଜପାକୁ ସମର୍ଥନ ଦେବାର ୨୪ ଘଣ୍ଟା ନ ପୁରୁଣୁ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତଙ୍କ ପାଇଁ ଆସିଛି ଖୁସି ଖବର। ତିହାର...

ମୋଦିଙ୍କ ନେତୃତ୍ୱରେ ଦେଶର ଦ୍ରୁତ ବିକାଶ ଜାରି ରହିଛି: ଅମିତ ଶାହ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାର ଦେଶବାସୀଙ୍କୁ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଅମେଠିରୁ ହାରିଲେ, ଓ୍ବାୟନାଡରେ ଜିତିଲେ

ନୂଆଦିଲ୍ଲୀ,୨୪-୫:ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଅମେଠି ଓ କେରଳର ଓ୍ବାୟନାଡ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ...

ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗରେ ଭାଜପା, ଏଏପିକୁ ନିର୍ବାଚନ କମିଶନରଙ୍କ ନୋଟିସ

ନୂଆଦିଲ୍ଲୀ,୧୩।୧: ରାଜଧାନୀରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଚାର ସଂହିତା ମଧ୍ୟ ଲାଗୁ ହୋଇଯାଇଛି। ଏହାପରେ ଶାସନ...

‘ବାୟୁ’ ପାଇଁ ଭୟ ନାହିଁ ଘରକୁ ଫେରିି ପାରିବେ ସୁରକ୍ଷିତ ସ୍ଥାନରେ ଥିବା ଲୋକେ: ରୂପାନି

ଗାନ୍ଧୀନଗର,୧୪।୬: ସାମୁଦ୍ରିକ ଝଡ଼ ‘ବାୟୁ’ ଏବେ ଆଉ ଗୁଜରାଟ ପ୍ରତି ବିପଦ ସୃଷ୍ଟି କରିବ ନାହିଁ। ଏହା ତା’ର ଦିଗ ବଦଳାଇ ସାରିଛି। ଏହା ପଶ୍ଚିମ...

ମହାରାଷ୍ଟ୍ରରେ ଆରମ୍ଭ ହେଲା ‘ଅପରେଶନ୍‌ ଲୋଟସ୍‌’, ଏହି ୪ ନେତାଙ୍କୁ ମିଳିଲା ମ୍ୟାଜିକ୍‌ ନମ୍ବର ଜୁଟାଇବା ଦାୟିତ୍ୱ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରରେ ଏନସିପି ବିଧାୟକ ଅଜିତ ପାୱାରଙ୍କ ସହ ମିଶି ସରକାର ଗଠନ କରିଛି ଭାଜପା। ଏବେ ବିଧାନସଭାରେ ଫ୍ଲୋର ଟେଷ୍ଟ ପାସ୍‌ କରିବା ମୁଖ୍ୟମନ୍ତ୍ରୀ...

ଝାଡ଼ଖଣ୍ଡ ଭିଡ଼ହିଂସା: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ରିପୋର୍ଟରୁ ଫିଟିଲା ଗୁମର:ତବ୍‌ରେଜ୍‌ଙ୍କୁ ଚିକିତ୍ସା ପାଇଁ ମନାକରିଥିଲା ପୋଲିସ

ନୂଆଦିଲ୍ଲୀ,୨୮।୬:ଝାଡ଼ଖଣ୍ଡ ଭିଡ଼ହିଂସାରେ ପ୍ରାଣ ହରାଇଥିବା ମୁସ୍‌ଲିମ୍‌ ଯୁବକ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ଆକ୍ରମଣ ପରେ ପୋଲିସ ଚିକିତ୍ସା କରାଇ ନ ଥିଲା। ରାତିସାରା ମାଡ଼ଖାଇବା ପରେ ଲହୁଲୁହାଣ...

ସୁଧୁରୁନି କଶ୍ମୀର ସ୍ଥିତି

ଶ୍ରୀନଗର,୩ା୧୦(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ୫୯ଦିନରେ ପହଞ୍ଚତ୍ଥିଲେ ହେଁ ଏପର୍ଯ୍ୟନ୍ତ ଉପତ୍ୟକାର ସ୍ଥିତି ସୁଧୁରିନାହିଁ। ବୁଧବାର ସକାଳେ...

Leave a comment

Your email address will not be published. Required fields are marked *