‘ଟାଇମ୍ସ’ ହାୟର ଏଜୁକେଶନ ୱାର୍ଲଡ୍‌ ର଼୍ୟାଙ୍କିଙ୍ଗ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ) : ‘ଟାଇମ୍ସ’ ହାୟର ଏଜୁକେଶନ ୱାର୍ଲଡ୍‌ ର଼୍ୟାଙ୍କିଙ୍ଗ୍‌ରେ ପୁଣି ସ୍ଥାନ ପାଇଛି ସୋଆ ବିଶ୍ୱବିଦ୍ୟାଳୟ। ପୂର୍ବ ଭାରତରେ ସୁଖ୍ୟାତି ଅର୍ଜନ କରିଥିବା ସୋଆ ବିଶ୍ୱବିଦ୍ୟାଳୟ ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଟାଇମ୍ସ ହାୟର ଏଜୁକେଶନ ୱାର୍ଲଡ୍‌ ରାଙ୍କିଙ୍ଗ୍‌ରେ ଭାରତରୁ ମନୋନୀତ ୯ ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ଲାଭ କରିପାରିଛି। ରାଙ୍କିଙ୍ଗ୍‌ରେ ବିଶ୍ୱର ୭୭୫ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନେଇ ଅନୁଧ୍ୟାନ କରିବା ପରେ ସୋଆକୁ ୬୦୧ ପ୍ଲସ କ୍ୟାଟେଗୋରିରେ ସ୍ଥାନିତ କରାଯାଇଛି। ସମଗ୍ର ପୂର୍ବ ଭାରତରେ କେବଳ ସୋଆ ହିଁ ଏହି ତାଲିକାରେ ସ୍ଥାନ ପାଇପାରିଛି। ସେହିଭଳି ତାଲିକାଭୁକ୍ତ ଭାରତର ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା ଅମୃତା ବିଶ୍ୱ ବିଦ୍ୟାପୀଠମ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ମନିପାଲ ଏକାଡେମୀ ଅଫ୍‌ ହାୟର ଏଜୁକେଶନ, ପଞ୍ଜାବ ବିଶ୍ୱବିଦ୍ୟାଳୟ, ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ, ଆମିଟୀ ବିଶ୍ୱବିଦ୍ୟାଳୟ, ଆନ୍ନାମାଲାଇ ବିଶ୍ୱବିଦ୍ୟାଳୟ ଓ ଏସଆର୍‌ଏମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲଜି। କିଛିଦିନ ପୂର୍ବରୁ ସୋଆ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଫ୍ୟାକଲଟି ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲଜିକୁ ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ରାଙ୍କିଙ୍ଗ୍‌ରେ ୬୦୧-୮୦୦ କ୍ୟାଟେଗୋରିରେ ସ୍ଥାନ ମିଳିଥିବାବେଳେ ଫ୍ୟାକଲଟି ଅଫ୍‌ କମ୍ପ୍ୟୁଟର ସାଇନ୍ସକୁ ୬୦୧ ପ୍ଲସ କ୍ୟାଟେଗୋରିରେ ସ୍ଥାନିତ କରାଯାଇଥିଲା।


All Right Reserved By Dharitri.Com

ଉତ୍କର୍ଷତା ପାଇଁ ବଣିକ୍‌ ପୁରସ୍କୃତ

ଭୁବନେଶ୍ୱର, ୩ା୩: ଛାତ୍ରୀଛାତ୍ରଙ୍କୁ କୋଚିଂ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ତଥା ଉତ୍କର୍ଷତା ଲାଗି ପ୍ରମୁଖ ଅନୁଷ୍ଠାନ ବଣିକ ପୁରସ୍କୃତ ହୋଇଛି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ...

ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ନୂଆବର୍ଷ ପାଳିବେନି। ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକରେ ବ୍ୟକ୍ତିଗତ ଶୋକ ପାଳନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି।...

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ଉଚ୍ଛେଦ ପ୍ରକ୍ରିୟା ଜାରି, ବାସେଳିସାହି ମୌଜାରେ ଭଙ୍ଗା ଯାଉଛି କୋଠା

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବୁଧବାର ଗଡ଼ନ୍ତି ଛକରେ ଥିବା ଦୁଇଟି ଲଜ୍‌ ଓ ଗୋଟିଏ ବ୍ୟକ୍ତିଗତ କୋଠା...

ଘାରିଛି ହେଲ୍‌ମେଟ୍‌ ଭୟ: ବଢ଼ିଛି ବ୍ୟବସାୟ

କଟକ ଅଫିସ,୧୦।୯: ନିଦ ହଜାଇ ସାରିଲାଣି ମୋଟର ଯାନ ଆଇନ-୨୦୧୯। ନିୟମ ଉଲ୍ଲଂଘନ କରି ଯାତାୟତ କରୁଥିବା ବାଇକ ଚାଳକମାନେ ଏବେ ଟ୍ରାଫିକ ପୋଲିସକୁ ଦେଖି...

ଭୁବନେଶ୍ୱରରେ ହୋମ୍‌ ଡେଲିଭରି କରିବେ ୨୮ ଷ୍ଟୋର୍‌

ଭୁବନେଶ୍ୱର,୨୭ା୩(ବ୍ୟୁରୋ)ଭୁବନେଶ୍ୱରର ଲୋକଙ୍କ ଘରେ ପହଞ୍ଚତ୍ବ ଅତ୍ୟାବଶ୍ୟକ ସାମଗ୍ରୀ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ବ୍ୟବସ୍ଥ ହୋଇଥିବାବେଳେ ରିଲାଏନ୍ସ ଫ୍ରେଶ, ବିଗ୍‌ ବଜାର, ବିଶାଲ...

ଓଡ଼ିଶା ପ୍ରଗତିର ସଫଳ ପ୍ରୟୋଗଶାଳା: ରାଜ୍ୟପାଳ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଓଡ଼ିଶା ହେଉଛି ଏକ ଦିବ୍ୟଭୂମି। ଏଠାରେ ପ୍ରତ୍ୟେକ ଲୋକ ଦିବ୍ୟତାର ପ୍ରତୀକ। ସାଧାରଣ ଲୋକମାନଙ୍କ ଜୀବନଶୈଳୀରେ ଅଧ୍ୟାତ୍ମ ଭାବ ପ୍ରତିଫଳିତ ହୋଇଥାଏ। ସାମାଜିକ...

ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ବିଶ୍ୱରେ ଉଦାହରଣ ପାଲଟିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ‘ତିତ୍‌ଲି’ ହେଉ ଅବା ‘ଫନୀ’, ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ବିଶ୍ୱପାଇଁ ରାଜ୍ୟ ବେଞ୍ଚମାର୍କ ପାଲଟିଛି। ମଙ୍ଗଳବାର ସ୍ଥାନୀୟ ରବିନ୍ଦ୍ର...

‘ଜୀବନରେ ଶାନ୍ତି ଆଣେ ସଙ୍ଗୀତ’

ରେମୁଣା, ୫।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣାସ୍ଥିତ କ୍ଷୀରଚୋରା ସଂଗୀତ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ରବିବାର ସନ୍ଧ୍ୟାରେ ରେମୁଣା ମନ୍ଦିର ଛକ ନିକଟରେ ଅନୁଷ୍ଠିତ ହୋଇଛି ା...

Leave a comment

Your email address will not be published. Required fields are marked *