ଓଡ଼ିଶାକୁ ସ୍ବଚ୍ଛ ରାଜ୍ୟ ପୁରସ୍କାର

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ସ୍ବଚ୍ଛତା ଲାଗି ଓଡିଶାକୁ ‘ଇଣ୍ଡିଆ ଟୁଡେ’ ଗ୍ରୁପ ପକ୍ଷରୁ ସର୍ବାଧିକ ସ୍ବଚ୍ଛ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ପଞ୍ଚାୟତିରାଜ, ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ନୂଆଦିଲ୍ଲୀଠାରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲରେ ଆୟୋଜିତ ଷ୍ଟେଟ ଅଫ ଦି ଷ୍ଟେଟ୍‌ସ କନ୍‌କ୍ଲେଭ ୨୦୧୯ରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ପୁରସ୍କାର ପ୍ରଦାନ କରିଛନ୍ତି।
ପୁରସ୍କାର ଗ୍ରହଣ ଅବସରରେ ମନ୍ତ୍ରୀ ଜେନା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ଦ୍ରୁତ ଗତିରେ ଉନ୍ନତି ପଥେ ଅଗ୍ରସର ହୋଇ ଚାଲିଛି। ବିଭିନ୍ନ କ୍ଷେତ୍ରରେ ଓଡିଶାର ଏହି ସଫଳତାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନୁକରଣ କରାଯାଇଛି। ଆଗାମୀ ଦିନରେ ସ୍ବଚ୍ଛ ଓ ସବୁଜ ସୁନ୍ଦର ଓଡ଼ିଶା ଗଠନ ଦିଗରେ ଏହା ସହାୟତା ଯୋଗାଇବ।


All Right Reserved By Dharitri.Com

ଏପ୍ରିଲ ୧ରେ ଲକ୍ଷେ ପ୍ରେରଣା ଗ୍ରୀନ୍‌ ଆର୍ମିଙ୍କ ସମାବେଶ

ବେଗୁନିଆ, ୧୩ା୨(ଡି.ଏନ୍‌.ଏ): ବିପ୍ଲବର ମାଟି ଖୋର୍ଦ୍ଧା। ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା ଖୋର୍ଦ୍ଧାରୁ। ଏବେ ସମଗ୍ର ବିଶ୍ୱର ମହାସଙ୍କଟ ହେଉଛି, କ୍ଲାଇମେଟ ଚେଞ୍ଜ,...

ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ

ବାଲିଗୁଡା,୧୬ା୮(ଡି.ଏନ.ଏ.)- କନ୍ଧମାଳ ଜିଲା ବାଲିଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ଶୁକ୍ରବାର ୮୫ ବର୍ଷରେ ପରଲୋକ ଘଟିଛି। କିଛିଦିନ ଧରି ସେ ଅସୁସ୍ଥ ଥିଲେ।...

‘ଆମ ମାଟିର କଳା-୨୦୧୯’ ମହୋତ୍ସବ ପାଳିତ: କଳାକାର ସଂସ୍କୃତିର ଶ୍ରେଷ୍ଠ ବିନ୍ଧାଣି

ଭୁବନେଶ୍ୱର,୩।୮(ବ୍ୟୁରୋ): କଳାର ପ୍ରଚାରପ୍ରସାର ସହିତ କଳାକାରକୁ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ। କଳାକାର ହେଉଛନ୍ତି ସଂସ୍କୃତିର ଶ୍ରେଷ୍ଠ ବିନ୍ଧାଣୀ ବୋଲି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ...

ପିଏମଏଓ୍ବାଇ-ବିପିଜିଏଓ୍ବାଇ ଝଗଡ଼ା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମଏଓ୍ବାଇ-ଜି) ପାଇଁ କେନ୍ଦ୍ର ସରକାର ପଇସା ଦେଉଛନ୍ତି। ସେହି ଘର ଆଗରେ ବିଜୁ ବାବୁଙ୍କ ଲୋଗୋ କାହିଁକି ଲଗାଯିବ।...

କଟକ ସୌନ୍ଦର୍ଯ୍ୟକରଣ ଅତ୍ୟାଧୁନିକ ପଦ୍ଧତିରେ କର: ମନ୍ତ୍ରୀ

ଭୁବନେଶ୍ୱର,୧।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ କଟକ ଗସ୍ତ କରି ସହରର ସୌନ୍ଦର୍ଯ୍ୟକରଣ ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସବୁଠାରୁ ପୂରୁଣା ସହର...

ରାଜ୍ୟସ୍ତରୀୟ ଯୁବସଂସଦ ପ୍ରତିଯୋଗିତା: ‘ଗଣତନ୍ତ୍ର ଓ ସଂସଦ ସମ୍ପର୍କରେ ଛାତ୍ରୀଛାତ୍ର ଜାଣିବା ଉଚିତ’

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ଶିକ୍ଷକ ଓ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ଆନୁକୂଲ୍ୟରେ ବୁଧବାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସ ସମ୍ମିଳନୀ...

ବିଧାନସଭା ଗୃହ କମିଟି : ଅରୂପ କୋଅପ୍ଟେଡ୍‌ ସଦସ୍ୟ

ଭୁବନେଶ୍ୱର,୩୦-୧୦(ବ୍ୟୁରୋ): ବମ୍ବେର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ବିଧାନସଭା ଗୃହ କମିଟି (ପରିବେଶ ପ୍ରଦୂଷଣ ସମ୍ପର୍କିତ)ର କୋଅପ୍ଟେଡ୍‌ ସଦସ୍ୟଭାବେ ମନୋନୀତ କରାଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ...

ଲାଞ୍ଜିଗଡ଼, ନର୍ଲାରେ ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ଲାଞ୍ଜିଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶରି ଆଗୁଆ ରହିଛନ୍ତି। ସେହିପରି ନର୍ଲା ବିଧାନସଭାରେ ବିଜେଡିର ଭୂପିନ୍ଦର ସିଂ ଆଗରେ ଥିବା ସୂଚନା...

Leave a comment

Your email address will not be published. Required fields are marked *