Posted inଜାତୀୟ

ଶିଶୁ କନ୍ୟାକୁ ବିକି ଫୋନ କିଣିଲେ ବାପା

ଚେନ୍ନାଇ, ୨୩ା୧୧(ପି.ଟି.): ତାମିଲନାଡ଼ୁରେ ନିଜ ନବଜାତ ଶିଶୁକନ୍ୟାକୁ ଦଲାଲ୍‌ଙ୍କ ସହଯୋଗରେ ଜଣେ ବ୍ୟକ୍ତି ବିକ୍ରିକରି ସେହି ଟଙ୍କାରେ ଫୋନ୍‌ କିଣିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାର ଖୋଳତାଡ୍‌ ପରେ ଅଭିଯୁକ୍ତ ବାପାଙ୍କୁ ଗିରଫ କରାଯାଇଛି। ତଥ୍ୟ ଅନୁଯାୟୀ, ୟେସୁରୁଧୟରାଜ୍‌ଙ୍କ ପୂର୍ବରୁ ୨ ଝିଅ ଓ ଗୋଟିଏ ପୁଅ ଥିଲେ। ପରେ ତାଙ୍କ ସ୍ତ୍ରୀ ପୁଷ୍ପଲତା ଦୁଇଟି ଯାଆଁଳା ଶିଶୁ ଜନ୍ମ ଦେଇଥିଲେ। ଗୋଟିଏ ପୁଅ ଓ ଗୋଟିଏ ଝିଅ। ପୁଣି ଝିଅ ଜନ୍ମ ହେବାରୁ ୟେସୁରୁଧୟରାଜ୍‌ ଚିନ୍ତାଗ୍ରସ୍ତ ଥିଲେ। ସ୍ତ୍ରୀଙ୍କୁ ନ ଜଣାଇ ଦଲାଲ୍‌ଙ୍କ ସାହାଯ୍ୟରେ ଗତ ୧୮ରେ ସେ ନବଜାତ ଶିଶୁକନ୍ୟାଟିକୁ ୨,୫୦୦ ଡଲାରରେ ବିକ୍ରି କରିଥିଲେ। ସେହି ଟଙ୍କାରେ ନିଜ ପାଇଁ ଏକ ଫୋନ ଓ ନବଜାତ ଶିଶୁପୁତ୍ର ଲାଗି ସୁନାର ଏକ ଚେନ୍‌ କିଣିଥିଲେ। ବାକି ଟଙ୍କାରେ ଋଣ ଶୁଝିଥିଲେ। ହସ୍ପିଟାଲକୁ ଚେକ୍‌ଅପ୍‌ ଲାଗି ନ ନେବାରୁ ଡାକ୍ତର ଆସି ପଚାରିଥିଲେ। ପରେ ସବୁ ସତ ଲୋକଲୋଚନକୁ ଆସିଥିଲା। ପରେ ୟେସୁରୁଧୟରାଜ ଓ ଦଲାଲ୍‌ଙ୍କୁ ପୋଲିସ ଗିରଫ କରି ଶିଶୁକନ୍ୟାକୁ ସାମୟିକ ଭାବେ ଏକ ଏନ୍‌ଜିଓ ଅଧୀନରେ ଦେଇଥିଲା।


All Right Reserved By Dharitri.Com

ଗୋଟିଏ ମାସରେ କୋଟା ହସ୍ପିଟାଲରେ ୧୦୦ ଶିଶୁ ମୃତ୍ୟୁ, କଂଗ୍ରେସ ଉପରେ ବର୍ଷିଲା ଭାଜପା

କୋଟା,୨।୧: ରାଜସ୍ଥାନ କୋଟା ସ୍ଥିତ ଜେ.କେ. ଲୋନ ହସ୍ପିଟାଲରେ ଗତ ଡିସେମ୍ବର ମାସରେ ୧୦୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଲାଣି। ଗତ ୨ ଦିନ ମଧ୍ୟରେ...

ନଭେମ୍ବର ୯ରେ ସରିବ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ: ୬ ଦିନ ମଧ୍ୟରେ ସରକାର ଗଠନ ନ ହେଲେ ହେବ ରାଷ୍ଟ୍ରପତି ଶାସନ ଜାରି !

ମୁମ୍ବାଇ,୩।୧୧: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକରେ ଘୋଡ଼ା ଛୁଟୁଛି। ସରକାର ଗଠନ ପାଇଁ ଶିବସେନା-ଭାଜପା ମଧ୍ୟରେ ଭିଡ଼ା ଓଟରା ଜାରି ରହିଛି। ତେବେ ଆଉ ୬ ଦିନ...

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନକୁ ନେଇ ଭାଜପା ଖୁବ୍‌ ଆଶାବାଦୀ ଥିବା ବେଳେ ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଏହି ମସୟରେ ଏକ ଚମକାଇବା...

ରବିବାର ଶପଥ ନେଇପାରନ୍ତି ହେମନ୍ତ

ରାଞ୍ଚି,୨୭।୧୨: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌), କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମେଣ୍ଟକୁ ବହୁମତ ମିଳିଛି। ବହୁମତ ମିଳିବା ପରେ ସରକାର...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୨।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ସୋମବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଜୌରୀ ଜିଲାର ନିୟନ୍ତ୍ରଣ ରେଖାଠାରେ ଥିବା ସୁନ୍ଦରବାଣୀ ସେକ୍ଟରର ଭାରତୀୟ ଫରଓ୍ବାର୍ଡ...

ଜେଲରେ ପ୍ରତିଷେଧକ ବ୍ୟବସ୍ଥା ନେଇ ରିପୋର୍ଟ ତଲବ

ନୂଆଦିଲ୍ଲୀ,୧୭।୩(ପି.ଟି.): କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ସାରା ଦେଶରେ ଥିବା ଜେଲ୍‌ଗୁଡ଼ିକରେ ଅତ୍ୟଧିକ ବନ୍ଦୀଙ୍କୁ ନେଇ ସର୍ବୋଚ୍ଚ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି।...

ମସଜିଦ୍‌ ପରିସରରେ ବିବାହ କଲେ ହିନ୍ଦୁ ଯୁବତୀ, ମୁଖ୍ୟମନ୍ତ୍ରୀ ଶେୟାର କଲେ ଫଟୋ

କୋଚି,୨୦।୧: କେରଳର ଆଲାପୁଝାରେ ମୁସଲମାନ ସମ୍ପ୍ରଦାୟ ଲୋକେ ମସଜିଦ୍‌ ପରିସରରେ ଜଣେ ହିନ୍ଦୁ ଯୁବତୀଙ୍କ ବିବାହ କରିଛନ୍ତି। ଆଲାପୁଝାର ଚେରୁଭଲ୍ଲୀସ୍ଥିତ ଜୁମା ମସଜିଦ୍‌ରେ ସମ୍ପୂର୍ଣ୍ଣ ହିନ୍ଦୁ...

ଲୋକ ସଭା ବାଚସ୍ପତି ଦୌଡ଼ରେ ୫ ବରିଷ୍ଠ ସଦସ୍ୟ

ନୂଆଦିଲ୍ଲୀ,୧୭।୬: ନୂଆ ଲୋକ ସଭାର ବାଚସ୍ପତି ନିର୍ବାଚନ ଜୁନ୍‌ ୧୯ରେ ହେବ। ଏହି ପଦବୀ ପାଇଁ ଭାଜପାର ୫ ସଦସ୍ୟଙ୍କ ନାମ ନେଇ ବେଶ୍‌ ଚର୍ଚ୍ଚା...

Leave a comment

Your email address will not be published. Required fields are marked *