Posted inଜାତୀୟ

ମୁମ୍ବାଇ, ଠାଣେରେ ଶିବସେନା ମେୟର

ମୁମ୍ବାଇ, ୨୩ା୧୧(ପି.ଟି.): ମହାରାଷ୍ଟ୍ର ରାଜନୀତି କଡ଼ ଲେଉଟାଇବାରେ ଲାଗିଛି। ଶିବସେନା, ଏନ୍‌ସି ଓ କଂଗ୍ରେସ ଏକାଠି ହେବାକୁ ଉଦ୍ୟମ ଜାରି ରଖିଥିବାବେଳେ ଭାଜପାକୁ ଝଟକା ଲାଗିଛି। ମେୟର ପଦ ମଧ୍ୟ ଆଶାନୁରୂପ ଭାବେ ଭାଜପା ଦଖଲ କରିପାରି ନାହିଁ। ମୁମ୍ବାଇ, ଠାଣେରେ ଶିବସେନା ପ୍ରାର୍ଥୀ ମେୟର ଓ ଉପମେୟର ପଦ ହାସଲ କରିବାରେ ସମର୍ଥ ହୋଇଛନ୍ତି। ମୁମ୍ବାଇରେ ସେନା ପ୍ରାର୍ଥୀ କିଶୋରୀ ପେଡ୍‌ନେକର ଓ ଠାଣେରେ ସେନାର ନରେଶ୍‌ ମାସ୍କେ ମେୟର ପଦ ଦଖଲ କରିଛନ୍ତି। ଭାଜପା ଲାଟୁର, ଉହ୍ଲାସନଗରରେ ଭଲ ପ୍ରଦର୍ଶନ କରିଥିଲେ ହେଁ ମେୟର ପଦ ହାତେଇବାକୁ ସମର୍ଥ ହୋଇପାରିନି। ଲାଟୁର୍‌ରେ କଂଗ୍ରେସର ବିକ୍ରାନ୍ତ ଗୋଚାମ୍‌ଗୁଣ୍ଡେ ଓ ଉହ୍ଲାସନଗରରେ ଏନ୍‌ସିପି ସହଯୋଗରେ ଶିବସେନା ପ୍ରାର୍ଥୀ ମେୟର ପଦ ହାସଲ କରିଛନ୍ତି। ତେବେ ନାସିକ୍‌ରେ ମହାରାଷ୍ଟ୍ର ନବନିର୍ମାଣ ସେନାର ସମର୍ଥନ କ୍ରମେ ଭାଜପା ମେୟର ଓ ଉପମେୟର ପଦ ହାସଲ କରିବାରେ ସମର୍ଥ ହୋଇଛି। ଏଠାରେ ସତୀଶ୍‌ କୁଲକର୍ଣ୍ଣି ମେୟର ହୋଇଛନ୍ତି। ପୁଣେରେ ଭାଜପାର ମୁରଲୀଧର ମୋହୋଲ ମେୟର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।


All Right Reserved By Dharitri.Com

ଉଦ୍ଧବଙ୍କ ଶପଥ ଗ୍ରହଣ ପୂର୍ବରୁ ଲାଗିଲା ବାଲାସାହେବ-ଇନ୍ଦିରାଙ୍କ ପୋଷ୍ଟର

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଗତ ମାସେ ହେଲ ଲାଗି ରହିଥିବା ରାଜନୀତି ଡ୍ରାମା ପରେ ଶେଷରେ ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ...

ପୃଥିବୀର ଘୂରିବା ବେଗ ଧିମା ହେଉଥିବାରୁ ଭୂମିକମ୍ପ ତୀବ୍ରତା ବଢୁଛି

ନୂଆଦିଲ୍ଲୀ: ପୃଥିବୀ ତା’ କକ୍ଷପଥରେ ୧୬୭୦ କିଲୋମିଟର ବେଗରେ ଘୂରୁଛି। ନାସାର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ପୃଥିବୀ ତା’ କକ୍ଷ ପଥରେ...

ତାମିଲ୍‌ନାଡୁର କୋୟମ୍‌ବେଡୁ ବଜାର ପାଲଟିଛି କରୋନା ହଟ୍‌ସ୍ପଟ୍‌

ଚେନ୍ନାଇ,୫।୫: ତାମିଲନାଡୁର କୋୟମ୍‌ବେଡୁ ବଜାର ଏବେ କରୋନ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି। ୬୫ ଏକର ଜମିରେ ଥିବା ଏହି ବୃହତ୍‌ ବଜାରକୁ ରାଜ୍ୟ ତଥା ରାଜ୍ୟ...

ସାରଦା ଚିଟ୍‌ଫଣ୍ଡ ମାମଲା: ରାଜୀବଙ୍କ ମୁଣ୍ଡରେ ଖଣ୍ଡା

ନୂଆଦିଲ୍ଲୀ,୧୮ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସାରଦା ଚିଟ୍‌ଫଣ୍ଡ ମାମଲାରେ...

ନିୟମ ମାନିଲେ ମୋଦି: ମାସ୍କ ପିନ୍ଧି କଲେ ଭିଡିଓ କନଫରେନ୍ସିଂ

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସକୁ ଦୂରେଇବାକୁ ହେଲେ କେତେ ଗୁଡିଏ ନିୟମ ପାଳନ କରିବାକୁ କୁହାଯାଉଛି। ଯେମିତିକି ବାରମ୍ବାର ସାବୁନରେ ହାତ ଧୋଇବା, ବାହାରକୁ ଯିବା ସମୟରେ...

ଜମ୍ମୁ-କଶ୍ମୀରରୁ ୧୪୪ ଧାରା ହଟାଇବା ଆବେଦନର ତତ୍କାଳ ଶୁଣାଣିକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୩।୮: ଜମ୍ମୁ-କଶ୍ମୀରରୁ ୧୪୪ ଧାରା ହଟାଇବା ଆବେଦନର ତତ୍କାଳ ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହା ଏକ ସମ୍ବେଦନଶୀଳ ମାମଲା। ଏଥି...

କଂଗ୍ରେସ ଏମ୍‌ପିଙ୍କ ପାଇଁ ଭୋଟ ମାଗିଲେ ମୁକେଶ ଅମ୍ବାନୀ

ମୁମ୍ବାଇ, ୧୮।୪: ଦେଶର ସବୁଠୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀ କଂଗ୍ରେସ ଟିକେଟରେ ଦକ୍ଷିଣ ମୁମ୍ବାଇରୁ ପ୍ରାର୍ଥୀ ହୋଇଥିବା ମିଲିନ୍ଦ ଦେଓରାଙ୍କୁ ଭୋଟ ଦେବାକୁ ଅପିଲ...

ମୋଦିଙ୍କୁ ଖଳନାୟକ କହିଲେ କିଛି ଲାଭ ହେବ ନାହିଁ:ଜୟରାମ

ନୂଆଦିଲ୍ଲୀ,୨୩।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ସର୍ବଦା ନକରାତ୍ମକ ଖୋଜିଲେ କିଛି ଲାଭ ନାହିଁ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ। ରାଜନୈତିକ ବିଶ୍ଲେଷକ...

Leave a comment

Your email address will not be published. Required fields are marked *