ବସ୍‌ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍‌

ଦାରିଙ୍ଗବାଡ଼ି,୨୩।୧୧(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ କେରଳରୁ ଫେରୁଥିବା ଜଣେ ଶ୍ରମିକଙ୍କୁ ନିଶାଦେଇ ଦୁର୍ବୃତ୍ତମାନେ ଲୁଟ୍‌ କରିଛନ୍ତି। ଲୁଟର ଶୀକାର ହୋଇଥିବା ଶ୍ରମିକ ଦାରିଙ୍ଗବାଡ଼ି ଥାନା ସିର୍କାବର୍ଗ ପଞ୍ଚାୟତର ଆତିନବାଡ଼ି ଗ୍ରାମର ମନୁ ଦିଗାଳ। ତାଙ୍କଠାରୁ ୨୦ ହଜାର ଟଙ୍କାଥିବା ଏକ ବ୍ୟାଗ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଏନେଇ ଗୁରୁତର ମନୁଙ୍କ ବଡ଼ଭାଇ ପିଟର ଦାରିଙ୍ଗବାଡ଼ି ଥାନାକୁ ଜଣାଇଥିଲେ। ଆଇଆଇସି କୌଶିକ ମାଝୀ ପହଞ୍ଚତ୍ ଘଟଣାର ତଦନ୍ତ କରୁଛନ୍ତି।
ପ୍ରକାଶ ଯେ, ମନୁ କେରଳରୁ ଟ୍ରେନରେ ଆସି ଶୁକ୍ରବାର ଭୋର ୩ଟାରେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚତ୍ଥିଲେ। ୫ଟାରେ ସେଠାରୁ ଏକ ଘରୋଇ ବସ୍‌ରେ ଦାରିଙ୍ଗବାଡ଼ି ଅଭିମୁଖେ ବାହାରିଥିଲେ। କେହି ଦୁର୍ବୃତ୍ତ ତାଙ୍କୁ ନିଶାଦେଇ ୨୦ ହଜାର ଟଙ୍କା ସହ ବିଭିନ୍ନ ବ୍ୟବହାର ସାମଗ୍ରୀ ଥିବା ବ୍ୟାଗକୁ ଲୁଟି ନେଇଥିଲେ। ବସ୍‌ ଦାରିଙ୍ଗବାଡ଼ି ଚାରିଛକରେ ପହଞ୍ଚତ୍ବାପରେ ଭାଇ ପିଟର ପହଞ୍ଚତ୍ ମନୁଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପିଟର ପଚାରିବାରୁ ସେ ଟଙ୍କା ଲୁଟ୍‌ ହୋଇଥିବା କହିଥିଲେ। ଆଇଆଇସି ମାଝୀ କହିଛନ୍ତି ମନୁ ଏବେ ସଂଜ୍ଞାହୀନ ଅବସ୍ଥାରେ ଅଛନ୍ତି। ଚେତା ଫେରିଲେ ପଚରାଉଚରା ପରେ ପ୍ରକୃତ ଘଟଣା ଜଣାପଡିବ। ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ସେ କହିଛନ୍ତି।


All Right Reserved By Dharitri.Com

ଦୁର୍ଘଟଣାରୁ ବର୍ତ୍ତିଲା ବସ୍‌, ୫୦ ପର୍ଯ୍ୟଟକ ସୁରକ୍ଷିତ

ଦାରିଙ୍ଗବାଡ଼ି/ ସୋରଡା, ୫।୨(ଡି.ଏନ.ଏ.) -କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ୯ ନଂ.ଘାଟି ବୁଲାଣୀ ରାସ୍ତାରେ ବୁଧବାର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି ଏକ ଘରୋଇ ବସ୍‌। ୫୦ପର୍ଯ୍ୟଟକଙ୍କୁ...

ଗାଁଠୁ ସହର ସବୁଠି କରୋନା ଭୟ: ଜୀବିକା ଆଗରେ ପଡ଼ିଛି ଫିକା

ରାଇକିଆ,୨୮।୩(ଡି.ଏନ୍‌.ଏ.): ଗାଁଠାରୁ ସହର ସବୁଠି କରୋନା ଭୟ। ଦୋକାନ ବଜାର ବନ୍ଦ। ରାସ୍ତାଘାଟ ଶୂନଶାନ୍‌ । ଘରୁ ପଦାକୁ ବାହାରିବାକୁ କଡ଼ା କଟକଣା। କେବଳ ସକାଳ...

ବି.ଡକେବାଡ଼ିରେ ଜ୍ୱର, ଝାଡ଼ା ଘଟଣା: ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଦାବି କଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୩୦ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ବି.ଡକେବାଡ଼ି ଗ୍ରାମରେ ୧୦ ଦିନ ହେବ ୨୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ଜ୍ୱର ହେବା ସହ ପତଳା ଝାଡ଼ା ଲାଗି...

ମାଓବାଦୀଙ୍କଠାରୁ ସାମାଜିକ ଦୂରତା ରକ୍ଷା ପାଇଁ ନିବେଦନ

ବାଲିଗୁଡା,୨୬ା୪(ଡି.ଏନ୍‌.ଏ.)- ବିଶ୍ୱରେ ମହାମାରୀ କରୋନାର ଭୟାବହତା ଜାରି ରହିଛି। ଏପରି ସ୍ଥଳେ ସାମାଜିକ ଦୂରତ୍ୱକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ଏନେଇ ଦେଶରେ ଲକ୍‌ଡାଉନ୍‌ କଟକଣା ଜାରି...

ଜି.ଉଦୟଗିରି: ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଆବେଦନ

ଜି.ଉଦୟଗିର,୨୧।୧୧(ଡି.ଏନ୍‌.ଏ)- ଜି.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନଙ୍କ ବିରୋଧରେ ୧୩ ଜଣ ସଦସ୍ୟ ଅନାସ୍ଥା ପ୍ରସ୍ତାବ ନିମନ୍ତେ ବାଲିଗୁଡ଼ା ଉପଜିଲାପାଳଙ୍କ ନିକଟରେ ଆବେଦନ କରିଛନ୍ତି।...

ସଙ୍ଗରୋଧ ଗୃହରେ ଭୁବନେଶ୍ୱର ଫେରନ୍ତା

ଦାରିଙ୍ଗବାଡ଼ି,୭।୪(ଡି.ଏନ.ଏ)- ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ୩ ପରିବାରର ପ୍ରାୟ ୧୪ ଜଣ ଗଁାରେ ପହଞ୍ଚତ୍ଛନ୍ତି। ଦାରିଙ୍ଗବାଡ଼ିର ଡବେରୀ ଗ୍ରାମଠାରେ ପହଞ୍ଚତ୍ବା ପରେ...

ଗଦଡ଼ି ନିକଟରେ କାର୍‌ ଦୁର୍ଘଟଣା: ୪ ଗୁରୁତର, କାର୍‌ରୁ ମିଳିଲା ମୟୂର ମୃତଦେହ

ଦାରିଙ୍ଗବାଡ଼ି,୧୪।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଗଦଡ଼ି ନିକଟରେ ଶୁକ୍ରବାର ଏକ କାର୍‌ ଦୁର୍ଘଟଣା ଘଟିଛି । ଏଥିରେ ୪ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ପରିଚୟ...

ସିମନବାଡ଼ିରେ ଭାରତମାତା ପୂଜନ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୨୬।୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ଏକ ନିଆରା ଢ଼ଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ସକାଳୁ ଜାତୀୟ...

Leave a comment

Your email address will not be published. Required fields are marked *