ଢେଙ୍କିକୋଟରେ ସଚେତନତାର ବାର୍ତ୍ତା ଦେଲେ ଅରବିନ୍ଦ

ଢେଙ୍କିକୋଟ, ୨୩।୧୧(ଡି.ଏନ୍‌.ଏ.)-ଦିବ୍ୟାଙ୍ଗହେଲେ ବି ମନରେ ଅଦମ୍ୟ ସାହସ। ‘ଝିଅ ବଞ୍ଚାଅ- ଦେଶ ବଞ୍ଚାଅ’, ‘ରକ୍ତଦାନ – ମହାପୁଣ୍ୟ’ ଏବଂ ‘ଯେକୌଣସି ଗାଡ଼ି ଚଳାଇବାବେଳେ ମୋବାଇଲ୍‌ ଫୋନ୍‌ରେ କଥା ହୁଅନ୍ତୁ ନାହିଁ ’ଏଭଳି ସଚେତନତାର ବାର୍ତ୍ତା ପ୍ରଚାର ଲାଗି ବିହାର ପାଟଣା ଦାନପୁର ଗ୍ରାମର ଦିବ୍ୟାଙ୍ଗ ଯୁବକ ଅରବିନ୍ଦ କୁମାର ମିଶ୍ର ଏକ ୩ ଚକିଆ ରିକ୍ସାରେ ଦେଶ ଭ୍ରମଣ କରୁଛନ୍ତି। ତା୧୯ା୨ା୨୦୧୮ରିଖରେ ସେ ଶ୍ରୀକ୍ଷେତ୍ର ଧାମ ପୁରୀ ଜଗନ୍ନାଥ ମନ୍ଦିରର ସମ୍ମୁଖରୁ ଏହି ବାର୍ତ୍ତା ପ୍ରଚାର ଆରମ୍ଭ କରି ଏହାମଧ୍ୟରେ ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି। ୨୦ ନଂ. ଜାତୀୟ ରାଜପଥ ଦେଇ ଆସିବା ବାଟରେ ଅରବିନ୍ଦ ଘଟଗାଁ ବ୍ଲକ ମା’ ତାରିଣୀ ପୀଠ ଦେଇ ଶୁକ୍ରବାର ସନ୍ଧ୍ୟାରେ ଢେଙ୍କିକୋଟଠାରେ ପହଞ୍ଚିଥିଲେ। ତାଙ୍କୁ ଏଠାରେ ସରପଞ୍ଚ ଗୌରୀ ବାରିକ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅରବିନ୍ଦ ପଞ୍ଚାୟତ କାର୍ଯ୍ୟାଳୟରେ ରାତ୍ରିଯାପନ କରି ଶନତବାର ସାପ୍ତାହିକ ହାଟରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେବେ। ଘଟଗାଁ କୋଦଣ୍ଡଧର ସେବା ଫାଉଣ୍ଡେସନର ସଭାପତି ରବୀନ୍ଦ୍ର କୁମାର ଦେହୁରୀ ଏବଂ ଢେଙ୍କିକୋଟର ସାମାଜିକ ବ୍ୟକ୍ତି ଅମରସିଂ ତାଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ଲାଗି ଏକ କମଳ ଦେବା ସହ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି।


All Right Reserved By Dharitri.Com

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ୩୧୪ ବ୍ଲକ ପରିକ୍ରମା : ଯୋଡ଼ାରେ ପହଞ୍ଚିଲେ ସତ୍ୟବ୍ରତ

ଯୋଡ଼ା,୨୦।୧୦(ଡି.ଏନ୍‌.ଏ.): ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ପଦଯାତ୍ରା ଆରମ୍ଭ କରିଥିବା ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଭଗବାନସିଂଘ ଗ୍ରାମର ସତ୍ୟବ୍ରତ ଦାସ...

ସୀତା ନଦୀ ପୋଲ ଉପରେ ଜଳ ପ୍ରବାହିତ, ୪ ପଞ୍ଚାୟତ ଲୋକେ ପ୍ରଭାବିତ

ପାଟଣା,୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ କପାସପଡ଼ା ଆରଡି ରାସ୍ତାର ନୂଆପଡ଼ା ନିକଟରେ ସୀତାନଦୀ ପୋଲ ଉପରେ ମଙ୍ଗଳବାର ସକାଳୁ ୪ ଫୁଟ ଉଚ୍ଚର...

ନିର୍ମାଣାଧୀନ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କଲେ ସିଇସି

ଯୋଡ଼ା/ଚମ୍ପୁଆ,୩୦।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡରେ ନିର୍ମାଣାଧୀନ ପ୍ରକଳ୍ପର କ୍ଷେତ୍ରକୁ ବୁଧବାର ପୂର୍ବାହ୍ନରେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି(ସିଇସି) ପରିଦର୍ଶନ କରିଛନ୍ତି ।...

ଅସୁରକ୍ଷିତ ଐତିହ୍ୟ: ଦିନେ ଏହା ଥିଲା ରାଜାଙ୍କ ସଭାଗୃହ

କେନ୍ଦୁଝର, ୧୩ା୧୦ (ସ୍ବ.ପ୍ର.)- ଗଡ଼ଜାତ ଶାସନ ସମୟରେ ନିର୍ମିତ ପୁରାତନ ଐତିହ୍ୟ ସମ୍ପନ୍ନ କୋଠାରେ ଚାଲିଛି କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ। ଗଡ଼ଜାତ ଶାସନବେଳେ ଏହାକୁ ରାଜା...

ବେଲଗାମ ହେଲାଣି ନିଶା ଓଷଧ କାରବାର

ଯୋଡ଼ା,୩୧।୮(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରରେ ନିଶା ଓଷଧ କାରବାର ଅହେତୁକ ପରିମାଣରେ ବୃଦ୍ଧି ପାଇଛି ା ବାହାର ରାଜ୍ୟରୁ ଏହାକୁ ଆଣି ସହରରେ ବିକ୍ରୟ...

ବିକାଶଠୁ ଦୂରରେ ସୁଲେଇଖମାର ଗାଁ

କେନ୍ଦୁଝର, ୧୮ା୯(ଡି.ଏନ.ଏ.)-କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ୧ନଂ ୱାର୍ଡ ଭିତରେ ଥିବା ଗାଁ ସୁଲେଇଖମାର। ପୁରୁଣାସହରଠାରୁ ୨କି.ମି. ଦୂରରେ ଅବସ୍ଥିତ ଏହି ଗାଁ ବିଭିନ୍ନ ସମସ୍ୟା ଭିତରେ...

ଦେଶର ବିଭିନ୍ନ ସମସ୍ୟା ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କେନ୍ଦୁଝର,୨୨।୧୧( ସ୍ବ.ପ୍ର.): ଦେଶରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି ମାନ୍ଦାବସ୍ଥା ଓ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ବେରୋଜଗରୀ ସମସ୍ୟା ଆଦି ପ୍ରତିବାଦରେ କେନ୍ଦୁଝର...

୪ ଲକ୍ଷ ଲୁଟ୍‌ ଘଟଣା : ଅଭିଯୁକ୍ତ କୋର୍ଟ ଚାଲାଣ

ବଡ଼ବିଲ,୧୫।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ ଆଣ୍ଡ୍‌ ପାୱାର ଲିଃ କାରଖାନାର ପାର୍କିଂସ୍ଥଳୀର ପରିବହନକାରୀ ମା’ ସନ୍ତୋଷୀ ଟ୍ରାନ୍ସପୋର୍ଟ...

Leave a comment

Your email address will not be published. Required fields are marked *