ତେଜରାତି ଦୋକାନରେ ଅଗ୍ନିକାଣ୍ଡ: ଜଳିଗଲା ସମସ୍ତ ସାମଗ୍ରୀ

ବ୍ରହ୍ମପୁର ଅଫିସ,୨୨।୧୧: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଦାବରୀଶନଗର ତୃତୀୟ ଲାଇନରେ ଥିବା ଏକ ତେଜରାତି ଦୋକାନରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଦୋକାନର ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଏହାର ମୂଲ୍ୟ ୫୦ ହଜାର ହେବ ବୋଲି ଦୋକାନ ମାଲିକ କହିଛନ୍ତି। ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଦୋକାନରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ କର୍ମଚାରୀ ସହ ଦୋକାନ ମାଲିକ କବିଚନ୍ଦ୍ର ପଣ୍ଡାଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।


All Right Reserved By Dharitri.Com

ବାତ୍ୟା ‘ବୁଲ୍‌ବୁଲ୍‌’: ଯାଜପୁର ବିଦ୍ୟୁତ୍‌ ବିଭାଗର ପ୍ରସ୍ତୁତି

ଯାଜପୁର,୮।୧୧(ନି.ପ୍ର.): ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’କୁ ନେଇ ଯାଜପୁର ଜିଲା ବିଦ୍ୟୁତ୍‌ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଜରୁରିକାଳୀନ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଶିକ୍ଷକ ପଦବୀ ପୂରଣ ଦାବିରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

ଦାରିଙ୍ଗବାଡ଼ି,୫।୨(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ହାତୀମୁଣ୍ଡାର ତାମାଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ସହ ବିଭିନ୍ନ ସମସ୍ୟାର...

ପୁରୀ ସେବା ସମିତିର ବସନ ସେବା: ବସ୍ତ୍ର ପାଇ ଖୁସିରେ ଫେରିଲେ ୨ ବନ୍ଧୁ

ପୁରୀ ଅଫିସ,୨ା୧: ନୂତନ ବର୍ଷ ଅବସରରେ ପୁରୀ ସେବା ସମିତି ପକ୍ଷରୁ ମରିଚିକୋଟ ସ୍ଥିତ କାର୍ଯ୍ୟାଳୟ ଆଗରେ ବସନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବହୁ...

ଏମ୍‌କେସିଜି କରୋନା ୱାର୍ଡରୁ ସନ୍ଦିଗ୍ଧ ଫେରାର

ବ୍ରହ୍ମପୁର ଅଫିସ,୧୬ା୩: ବ୍ରହ୍ମପୁର ବଡ ମେଡିକାଲରେ ଗତ ୧୪ ତାରିଖରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିଲେ। ଶନିବାର ବିଳମ୍ବିତ ରାତିରେ ସେ ଫେରାର ହୋଇଯାଇଛନ୍ତି ।...

ପରିବେଶ ପର୍ଯ୍ୟଟନ ଗ୍ରାମ ବାଢୁନଝରିଆ ସରଫଗଡ : ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଜମୁଛି ଗହଳି

ଲେଫ୍ରିପଡା, ୩।୧୨(ଡି.ଏନ.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଗିରିଙ୍ଗକେଲା ପଞ୍ଚାୟତର ବାଢୁନଝରିଆ ଗ୍ରାମରେ ରହିଛି ସରଫଗଡ ପରିବେଶ ପର୍ଯ୍ୟଟନ ସ୍ଥଳୀ। ସ୍ଥାନୀୟ ଜିଲା ପ୍ରଶାସନ...

୧୩୦ ଏକର ଗଞ୍ଜେଇ ଗଛ ନଷ୍ଟ

ଫିରିଙ୍ଗିଆ,୧୬ା୧୧: ଫିରିଙ୍ଗିଆ ଥାନା ଅଞ୍ଚଳରେ ଶନିବାର ୧୩୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୁଲ୍ୟ ୧୩୦ କୋଟି...

ସମସ୍ୟା ବୁଝିଲେ ଜେଏମ୍‌ଏଫ୍‌ସି: ଦଳିତ ସାହିରେ ଜଳିବ ବିଜୁଳି

ଭୁବନ, ୨୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ଗ୍ରାମର ଦଳିତ ସାହିରେ ଖୁବ୍‌ଶୀଘ୍ର ଜଳିବ ବିଜୁଳି। ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚତ୍ତ ୩୫ ଦଳିତ ପରିବାରର ଭାଗ୍ୟ...

କୁଆପଥର ବର୍ଷା, ବ୍ୟାପକ କ୍ଷୟକ୍ଷତି

ରାଇକିଆ,୧୩।୬(ଡ଼ି.ଏନ.ଏ)-ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଧବାର ରାତ୍ରରେ ପ୍ରବଳ ବର୍ଷା ସହ କୁଆପଥର ପଡିଥିଲା। ଏଥିରେ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାଣିକେଶ୍ୱର ପଞ୍ଚାୟତରେ...

Leave a comment

Your email address will not be published. Required fields are marked *