ପିଡିଏସ୍‌ ସାମଗ୍ରୀ ହେରଫେର: ଥାନାରେ ଏତଲା ଦେଲେ ବିଡିଓ

ଶଙ୍କରାଖୋଲ,୨୧ା୧୧(ଡି.ଏନ୍‌.ଏ.) – ଚକାପାଦ ବ୍ଲକ ଚାହାଳି ପଞ୍ଚାୟତରେ ହିତାଧିକାରୀ ୩ ମାସର ସାମଗ୍ରୀ ପାଇ ନ ଥିବା ଅଭିଯୋଗ ହୋଇଥିଲା। ସାମଗ୍ରୀ ହେରଫେର କରିଥିବା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟନାରାୟଣ ସାହୁ ଓ ଯୋଗାଣ ସହାୟକ ସାରଥୀ କହଁରଙ୍କ ନାମରେ ଚକାପାଦ ଥାନାରେ ବିଡିଓ ଅନିଲ କୁମାର ପଟ୍ଟନାୟକ ଏତଲା ଦେଇଛନ୍ତି। ପ୍ରକାଶ ଯେ, ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଆଗୁଆ ୩ ମାସର ପିଡିଏସ୍‌ ସାମଗ୍ରୀ ଦେବାର ନିୟମ ରହିଛି। ଉକ୍ତ ପଞ୍ଚାୟତର ୫ଟି ଓ୍ବାର୍ଡର ହିତାଧିକାରୀ ସାମଗ୍ରୀ ପାଇ ନ ଥିବା ବିଡିଓଙ୍କୁ ଅଭିଯୋଗ କରିଥିଲେ। ବୁଧବାର ବିଡିଓ ପଟ୍ଟନାୟକ ଓ ଯୋଗାଣ ନିରୀକ୍ଷକ ମଳୟ କୁମାର ବେହେରା ଉକ୍ତ ପଞ୍ଚାୟତକୁ ଯାଇ ତଦନ୍ତ କରିଥିଲେ। ପିଡିଏସ୍‌ ସାମଗ୍ରୀ ସହ ୨ଲକ୍ଷ ୯୨ହଜାର ୮୧୨ଟଙ୍କା ଜମା ପାଣ୍ଠିରୁ ହେରଫେର ହୋଇଥିବାବେଳେ ୨୨ ରାଶନ କାର୍ଡରେ ହିତାଧିକାରୀଙ୍କୁ ସାମଗ୍ରୀ ଦିଆ ଯାଇ ନ ଥିବା ଜଣାପଡିଥିଲା। ଏହାପରେ ବିଡିଓ ପଟ୍ଟନାୟକ ଉଭୟଙ୍କ ନାମରେ ଥାନାରେ ଏତଲା ଦେଇଥିଲେ।


All Right Reserved By Dharitri.Com

ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ, ଯୁବକ ମୃତ

ଶେରଗଡ଼,୨୪ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ବାଦଗଡ଼ ଗ୍ରାମ ଶିବ ମନ୍ଦିର ରାସ୍ତାରେ ବୁଧବାର ଖଣ୍ଡା ଚୋଟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ...

ବକେୟା ପଡ଼ିଲାଣି ୭୦ ଲକ୍ଷ, ମଧ୍ୟାହ୍ନଭୋଜନରେ ଅଣ୍ଡା ବନ୍ଦ

ଜୟପୁର,୧୮।୧(ଡି.ଏନ୍‌.ଏ.) ଫୌଜଦାରୀ ମାମଲାରେ କୋରାପୁଟ ଜିଲା ଶିକ୍ଷାଧିକାରୀ ଗିରଫ ଓ ନିଲମ୍ବିତ ହେବା ପରେ ମଧ୍ୟାହ୍ନଭୋଜନ ଖର୍ଚ୍ଚ ବାବଦକୁ ଟଙ୍କା ଉଠାଣ ହୋଇପାରୁ ନାହିଁ। ଫଳରେ...

କୁର୍ତ୍ତମଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ସୁଧାରିବାକୁ ପୁରାତନ ଛାତ୍ରୀଛାତ୍ରଙ୍କ ଦାବି

ବାଲିଗୁଡ଼ା,୫।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲାର ସର୍ବ ପୂରାତନ ବିଦ୍ୟାଳୟ ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ବ୍ଲକ ସ୍ଥିତ କୁର୍ତ୍ତମଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ୧୮୧୭ ମସିହାରେ ସ୍ଥାପିତ...

ପୁଅକୁ ତାଲା ପକାଇ ରଖୁଥିଲେ ମା’

କଟକ ଅଫିସ,୧୮ା୧୧: ୯ ବର୍ଷର ନାବାଳକଙ୍କୁ ଘର ଭିତରେ ରଖି ବାହାର ପଟୁ ତାଲା ଦେଇ କର୍ମକ୍ଷେତ୍ରକୁ ଯାଉଥିଲେ ମା’। ସିଡିଏ ବିରେନ ମିତ୍ର ପାର୍କ...

ମାଲକାନଗିରିରେ ଲଗାଣ ବର୍ଷା: ୨ ଦିନ ପାଇଁ ସବୁ ସ୍କୁଲ ଛୁଟି

ମାଲକାନଗିରି, ୨।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାର ସମସ୍ତ ସ୍କୁଲକୁ ଦୁଇଦିନ ଅର୍ଥାତ୍‌ ଶୁକ୍ରବାର ଓ ଶନିବାର ପାଇଁ ଜିଲାପାଳ...

ବଡ଼ସାହି ଜଙ୍ଗଲରେ ଘୂରିବୁଲୁଛି ଦନ୍ତାହାତୀ: ଲୋକେ ଭୟଭୀତ

ବଡ଼ସାହି,୧୦।୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି-ଉଦଳା ରାସ୍ତାର ସୁହାଗପୁର ଜଙ୍ଗଲରେ ଶୁକ୍ରବାର ଭୋର୍‌ରୁ ଏକ ଦନ୍ତାହାତୀ ବାଟବଣା ହୋଇ ଘୂରିବୁଲୁଛି। ରାସ୍ତାରେ ଚଳପ୍ରଚଳ କରୁଥିବା ଦେଖି ଲୋକମାନେ...

ଡକାୟତି ଉଦ୍ୟମ ପଣ୍ଡ : ୫ କୋର୍ଟ ଚାଲାଣ,୩ ଫେରାର

ସୋରଡ଼ା,୭।୭(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଲାଠିପଡ଼ା ଅଞ୍ଚଳରେ ଡକାୟତି ଉଦ୍ୟମ କରୁଥିବା ୮ ଜଣିଆ ଡକାୟତ ଦଳ ମଧ୍ୟରୁ ୫ ଜଣଙ୍କୁ ପୋଲିସ...

ସେକ୍ସ ର଼୍ୟାକେଟ: ବାଂଲାଦେଶୀ ମହିଳା ଅଟକ

ବାଲିଆପାଳ, ୨୮ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଛକ ନିକଟ ଏକ ଘରେ ସେକ୍ସ ର଼୍ୟାକେଟ ଚାଲିଥିବା ଖବର ପାଇ ରବିବାର ବିଳମ୍ବିତ ରାତିରେ...

Leave a comment

Your email address will not be published. Required fields are marked *