ଅପହୃତା ଛାତ୍ରୀ ଭୁବନେଶ୍ୱରରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୨୨ା୧୧- ବ୍ରହ୍ମପୁର ଟାଉନ ଥାନା ପୋଲିସ ଗୁରୁବାର ସକାଳେ ଜଣେ ଅପହୃତା ଛାତ୍ରୀଙ୍କୁ ଭୁବନେଶ୍ୱରରୁ ଉଦ୍ଧାର କରିଛି। ସେହିପରି ଅଭିଯୁକ୍ତ ପି.ଅନିଲ ଓରଫ ଆଳୁ (୨୭)ଙ୍କୁ ମାମଲା ନଂ. ୮୪/୧୮ରେ ଗିରଫ କରିଛି। ପୋଲିସ ଉଭୟ ପୀଡ଼ିତା ଓ ଅପହରଣକାରୀ ଆଳୁଙ୍କର ଏମ୍‌କେସିଜି ମେଡିକାଲରେ ଡାକ୍ତରୀମାଇନା କରିଥିଲା। ପରେ ଆଳୁଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ କହିଛି। ସେହିପରି ପୀଡିତାଙ୍କର ଧାରା ୧୬୪ ଅନୁସାରେ କୋର୍ଟରେ ବୟାନ ରେକର୍ଡ କରାଯାଇଛି। ପ୍ରକାଶ ଯେ, ୨୦୧୮ ଏପ୍ରିଲ ୧୮ ରେ ଆଳୁ ଜଣେ ଛାତ୍ରୀଙ୍କୁ ଅପହରଣ କରି ନେଇଥିଲେ। ପୀଡିତାଙ୍କ ମା’ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ଦେଢ଼ ବର୍ଷ ପରେ ବୁଧବାର ବିଳମ୍ବିତ ରାତିରେ ଆଳୁ ଭୁବନେଶ୍ୱରରେ ରହି ବିଏମ୍‌ସିର ଗାଡି ଚଲାଉଥିବା ଜାଣିବାକୁ ପାଇଥିଲା। ପୋଲିସର ଏକ ଟିମ୍‌ ଗୁରୁବାର ସକାଳେ ଭୁବନେଶ୍ୱରରେ ପହଞ୍ଚି ନାବାଳିକା ଅପହରଣ ଓ ବଳାତ୍କାର ଅଭିଯୋଗରେ ଆଳୁଙ୍କୁ ଗିରଫ କରିଥିଲା। ଅନ୍ୟପଟେ ପୀଡ଼ିତା ଛାତ୍ରୀଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରିଥିଲା ବୋଲି ସୂଚନା ଦେଇଛି।


All Right Reserved By Dharitri.Com

୬୪ ଗ୍ରାମସଭାରେ ଏନ୍‌ପିଆର ବିରୋଧରେ ରିଜୋଲ୍ୟୁଶନ୍‌ ପାସ

ବ୍ରହ୍ମପୁର ଅଫିସ,୬ା୩- ନାଗରିକତ୍ୱ ସଂଶୋଧନ ଆଇନ-୨୦୧୯(ସିଏଏ), ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି), ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର)କୁ ନେଇ ଏବେ ସାରାଦେଶରେ ହିଂସା ଦେଖାଦେଇଛି। ଓଡ଼ିଶାରେ ଏନ୍‌ପିଆର, ଏନ୍‌ଆରସି,...

ଜାତୀୟ ରାଜପଥରେ ଅଟକିଛି ଶତାଧିକ ଟ୍ରକ : ୫ ଦିନ ହେଲା ଟ୍ରାଫିକ ବିପର୍ଯ୍ୟସ୍ତ

ଛତ୍ରପୁର,୧୮ା୭(ଡି.ଏନ.ଏ)-ଗଞ୍ଜାମରୁ ଆରମ୍ଭ କରି ଛତ୍ରପୁର- କାଳିବାଲି ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ଶତାଧିକ ଆଇରନ୍‌ ଓର୍‌ ବୋଝେଇ ଟ୍ରକ୍‌ ୫ ଦିନ ହେଲା ଅଟକି...

ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ନିମାପଡ଼ା, ୨୧।୮(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ ବନ୍ତୁ ଗ୍ରାମରେ ବୁଧବାର ମଧ୍ୟାହ୍ନରେ ବଜ୍ରପାତ ଘଟିଥିଲା। ବିଲରେ ଚାଷ କାମ କରୁଥିବା ସମୟରେ ଜଣେ...

କୌଳିକ ବୃତ୍ତି ଦେଇଛି ସମ୍ମାନ: ଗୋପାଳନରୁ ଛେନାପୋଡ଼ ବ୍ୟବସାୟୀ

ଭାପୁର,୫।୧(ଶୁଭେନ୍ଦ୍ର କୁମାର ପଟ୍ଟନାୟକ): ଅଭାବ ଅନଟନ ସତ୍ତ୍ୱେ ନିଜର କୌଳିକ ବୃତ୍ତିକୁ ଆଦରି ଗୁଜୁରାଣ ମେଣ୍ଟାଉଥିବା ୨ ପରିବାର ନିଷ୍ଠା ଓ ପରିଶ୍ରମ ବଳରେ ଆଜି...

ଚିନିକଳ ପୁନଃ ଚାଲୁ ଦାବିରେ ନୟାଗଡ଼ରେ ବନ୍ଦ ପାଳନ

ନୟାଗଡ଼ ଅଫିସ,୬।୩: ଚିନିକଳ ପୁନଃ ଚାଲୁ ଦାବିରେ ଶୁକ୍ରବାର ନୟାଗଡ଼ରେ ବନ୍ଦ ପାଳନ ହୋଇଛି । ଆନ୍ଦୋଳନକାରୀମାନେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥର ନୟାଗଡ଼ ଟାଉନ...

୨୦ନଂ.ଏନ୍‌ଏଚ୍‌ରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୩ ଟ୍ରକ୍‌, ଚାପିହୋଇ ରହିଛନ୍ତି ୨ ଡ୍ରାଇଭର, ଜଣେ ଗୁରୁତର

କେନ୍ଦୁଝର,୧୮।୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ୨୦ନଂ. ଜାତୀୟ ରାଜପଥରେ ଶନିବାର ସକାଳେ ସିରିଜ୍‌ ଟ୍ରକ୍‌ ଦୁର୍ଘଟଣା ଘଟିଛି। ପଛକୁ ପଛ ୩ ଆଇରନ ବୋଝେଇ ଟ୍ରକ୍‌...

ବ୍ରିଜ୍‌ ତଳକୁ ଖସିଲା ବସ୍‌: ୩ ମୃତ, ୨୭ରୁ ଊର୍ଦ୍ଧ୍ୱ ଆହତ

ବ୍ରହ୍ମପୁର ଅଫିସ,୨୯।୧: ଗଞ୍ଜାମ ଜିଲା ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ବୁଧବାର ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ବ୍ରିଜ୍‌ ତଳକୁ...

ବାହାନଗା ଲେବଲକ୍ରସିଂରେ ଓଭରବ୍ରିଜ୍‌ ନିର୍ମାଣ ଦାବିକେନ୍ଦ୍ର, ରାଜ୍ୟଯନ୍ତ୍ରୀଙ୍କ ମିଳିତ ଅନୁଧ୍ୟାନ

ବାହାନଗା, ୧୯ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସଦରମହକୁମା ଦେଇ ଯାଇଥିବା ରେଲୱେ ବିଭାଗର ଲେଭଲ କ୍ରସିଂରେ ଓଭରବ୍ରିଜ୍‌ ନିର୍ମାଣ ହେବା ନେଇ ଦୀର୍ଘଦିନ ହେଲା ଦାବି...

Leave a comment

Your email address will not be published. Required fields are marked *