ମୁଖ୍ୟ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ

ଗଞ୍ଜାମ,୨୨ା୧୧(ଡି.ଏନ.ଏ.)- ଗଞ୍ଜାମ ଏନ୍‌ଏସିରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିମନ୍ତେ ସ୍ଥାନ ଚିହ୍ନଟ ହୋଇପାରୁ ନ ଥିବାରୁ ସହର ମୁଖ୍ୟରାସ୍ତା କଡ଼ ଡମ୍ପିଂୟାର୍ଡ’ପାଲଟିଛି। ଗଞ୍ଜାମ ଏନ୍‌ଏସି ଓ ତହସିଲ ଅଧୀନରେ ରହିଛି ହେକ୍ଟର ହେକ୍ଟର ସରକାରୀ ଜାଗା। ହେଲେ ସରକାରୀ ଅଧିକାରୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିମନ୍ତେ ସ୍ଥାନ ଚିହ୍ନଟ ହୋଇପାରୁନି। ବର୍ତ୍ତମାନ ସହର ମୁଖ୍ୟ ପ୍ରବେଶ ଦ୍ୱାର ଜୟଶ୍ରୀ ଛକଠାରେ ଏନ୍‌ଏସିର ୧୨ଟି ୱାର୍ଡର ଅଳିଆ ଆବର୍ଜନା ପକାଯାଉଛି। ଏଥିଯୋଗୁ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେବାସହ ଉକ୍ତ ରାସ୍ତାଦେଇ ଯାଉଥିବା ଲୋକେ ନାକ ଟେକୁଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ଅସନ୍ତୋଷ ବୃଦ୍ଧି ପାଉଛି। ଏ ସମ୍ପର୍କରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଓ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କାଇଁଚପୁର ଠାରେ ଡ଼ମ୍ପିଂୟାର୍ଡ ନିର୍ମାଣ ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଏଯାଏ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିନି ଏନ୍‌ଏସି ପ୍ରଶାସନ। ଏନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସଙ୍କୁ ପଚାରିବାରୁ ଜାଗା ଚିହ୍ନଟ ହୋଇଛି, ଖୁବ୍‌ଶୀଘ୍ର ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି କହିଥିଲେ।


All Right Reserved By Dharitri.Com

ପାଟପୁରରେ ପୁଣି ଲଜ୍ୟା: ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ; ଗ୍ରାମର ମୁଖିଆ ଅଟକ

ପାଟପୁର,୯ା୧୨- ଗଞ୍ଜାମ ଜିଲା ପାଟପୁର ଥାନା ଅଧୀନ ଏକ ଗାଁରେ ଜଣେ ୬ ବର୍ଷୀୟା ବାଳିକାଙ୍କୁୁ ବଳାତ୍କାର କରାଯାଇଥିବା ରବିବାର ଅଭିଯୋଗ ହୋଇଛି। ଏ ନେଇ...

କର୍ଲାମୁଣ୍ଡା ବ୍ଲକ: ୬ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଦେବେ ୧୨୪୧ ଛାତ୍ରୀଛାତ୍ର

କର୍ଲାମୁଣ୍ଡା,୧୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୩ଟି ହାଇସ୍କୁଲରୁ ୧୨୪୧ ଛାତ୍ରୀଛାତ୍ର ୬ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଦେବେ। ତେବେ ରିଷିଡା ସରକାରୀ ବାପୁଜୀ...

ରାଜ୍ୟ ସରକାରଙ୍କ ହାତୀ ସୁରକ୍ଷା ଚିନ୍ତା: ହେବ ଅଭୟାରଣ୍ୟ, ବେକରେ ଲାଗିବ ରେଡିଓ କଲାର

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ବିଗତ ଦିନରେ ବିଦ୍ୟୁତ୍‌ ସଂସ୍ପର୍ଶରେ ହେଉ ଅଥବା ଟ୍ରେନ୍‌ ଧକ୍କାରେ ହାତୀଙ୍କ ଅକାଳ ମୃତ୍ୟୁକୁ ନେଇ ରା୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ସରକାର...

ଟୋକନ ନାହିଁ, ମଣ୍ଡିରେ ପଡିଛି ଧାନ

ଗଣ୍ଡତୁରୁମ, ୪।୨ (ଡି.ଏନ.ଏ) – ବରଗଡ ଜିଲା ଅତାବିରା ଆରଏମସି ଅଧୀନ ଭେଡେନ ବ୍ଲକରେ ଟୋକନ ଓ ଆଲର୍ଟମେଣ୍ଟ ଅଭାବରୁ ବିକ୍ରି ହୋଇ ନ ପାରି...

ପାଳନ ହେଲା ବଡ଼ଦିନ: ବାଇବେଲ୍‌ ପାଠ ସହ ପ୍ରାର୍ଥନାରେ ପ୍ରକମ୍ପିତ ଚର୍ଚ୍ଚ ଗୃହ

ଦାରିଙ୍ଗବାଡ଼ି,୨୫।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବୁଧବାର ବଡ଼ଦିନ ଶାନ୍ତି ଶୃଙ୍ଖଳାର ସହ ପାଳନ ହେଉଛି। ଏହି ଅବସରରେ ସମସ୍ତ ଖ୍ରୀଷ୍ଟଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ...

ଶିଶୁଗୃହରେ ଦୀପାବଳି ପାଳିଲେ ଜିଲାପାଳ

ଢେଙ୍କାନାଳ ଅଫିସ୍‌, ୨୭ା୧୦- ସଦର ବ୍ଲକ ଗୋବିନ୍ଦପୁରଠାରେ ଥିବା ମହର୍ଷି ଦୟାନନ୍ଦ ଶିଶୁଗୃହରେ ଢେଙ୍କାନାଳ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଦୀପାବଳି ପାଳନ କରିଛନ୍ତି। ଛୋଟ...

ଶ୍ରୀ ନୀଳମାଧବ ଜୀଉଙ୍କ ଦେବାଭିଷେକ: ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଖଣ୍ଡପଡ଼ା,୧୧ା୧(ସ୍ବ.ପ୍ର.): ପବିତ୍ର ପୌଷ ପୂର୍ଣ୍ଣମୀ ଅବସରରେ ଶୁକ୍ରବାର ଶ୍ରୀ ନୀଳମାଧବ ଜୀଉଙ୍କ ଦେବାଭିଷେକ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି। ଭୋର ୫ଟାରେ ଶ୍ରୀ ଜୀଉଙ୍କ ପହଡ...

ବ୍ୟକ୍ତିର ବିକାଶ ପାଇଁ ମିତବ୍ୟୟିତା ଅପରିହାର୍ଯ୍ୟ

ସୋନପୁର,୩୦।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସ୍ବଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା...

Leave a comment

Your email address will not be published. Required fields are marked *