ତିଆରି ହେବ ଏମ୍‌ ଏସ୍‌ ବିଟ୍ଟାଙ୍କ ବାୟୋପିକ୍‌

ମୁମ୍ବାଇ: ଏବେ ବଲିଉଡ୍‌ରେ ବାୟୋପିକ୍‌ ଟ୍ରେଣ୍ଡ ଚାଲିଥିବା ବେଳେ ନିକଟରେ ରିଲିଜ୍‌ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌। ଏବେ ଏହି ଦୌଡ଼ରେ ସାମିଲ ହେବାକୁ ଯାଉଛି ମନିନ୍ଦରଜିତ୍‌ ସିଂ ବିଟ୍ଟାଙ୍କ ବାୟୋପିକ୍‌। ଆତଙ୍କବାଦ ବିରୋଧରେ ସ୍ବର ଉତ୍ତୋଳନ କରି ସବୁବେଳେ ଚର୍ଚ୍ଚାରେ ହରୁଥିବା ବିଟ୍ଟାଙ୍କ ଉପରେ ଏବେ ନିର୍ମାତା ଶୈଳେନ୍ଦ୍ର ସିଂ ଏକ ବାୟୋପିକ୍‌ ନିର୍ମାଣ କରିବେ ବୋଲି କହିଛନ୍ତି। ମଙ୍ଗଳବାର ତାଙ୍କ ଟିମ୍‌ ସିଦ୍ଧିବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏହି ଖବର ଦେଇଛନ୍ତି। ତେବେ ଏହି ବାୟୋପିକ୍‌ ର ନାଁ ‘ଜିନ୍ଦା ଶହୀଦ’ ରଖିବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଶୈଳେନ୍ଦ୍ର ସିଂ ଏହା ପୂର୍ବରୁ ବହୁବାର ଫିଲ୍ମ ନିର୍ମାଣ କରି ଫ୍ଲପ ହେବା ପରେ କିଛିଦିନ ହେବ ଚୁପ୍‌ ରହିଥିଲେ। ପୂର୍ବରୁ ସେ ଗ୍ଲୋବାଲ୍‌ ଡ୍ୟାନ୍ସ ଚାମ୍ପିୟନ ହୋଇଥିବା କିଙ୍ଗସ୍‌ ୟୁନାଇଟେଡ୍‌ ଟିମ୍‌କୁ ନେଇ ଏକ ବାୟୋପିକ୍‌ ନିର୍ମାଣ କିରିବାକୁ ଘୋଷଣା କରିଥିବା ବେଳେ ଏହା ହେଉଛି ତାଙ୍କ ବାୟୋପିକ୍‌ ସିରିଜ୍‌ର ଦ୍ୱିତୀୟ ଫିଲ୍ମ।


All Right Reserved By

ଭୁଲିପାରୁ ନାହାନ୍ତି ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ଠାରୁ ଦୂରେଇ ଗଲେଣି କହିଲେ କିଛି ଭୁଲ୍‌ ହେବନାହିିଁ। ନିକଟରେ ରିଲିଜ୍‌ ହୋଇଥିବା ‘ଭାରତ’ରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। ହେଲେ...

ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟରେ ଭାରତୀୟ ଗ୍ରୁପ୍‌ର ଚମତ୍କାର ପ୍ରଦର୍ଶନ, ଭାବୁକ କଲା ‘ଭି ଅନ୍‌ବିଟେବୁଲ’: ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆମେରିକୀୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ଚମତ୍କାର ପ୍ରଦର୍ଶନ କରିଛି ଭାରତୀୟ ଡ୍ୟାନ୍ସ ଗ୍ରୁପ୍‌ ‘ଭି. ଅନ୍‌ବିଟେବୁଲ’। ଏହି ଗ୍ରୁପ୍‌ର କଳାକାରଙ୍କ...

ରୋଗକୁ ନେଇ କେବେ ଚିନ୍ତିତ ହୁଅନ୍ତୁ ନାହିଁ:ସୋନାଲି ବେନ୍ଦ୍ରେ

ଗ୍ରେଡ୍‌ କ୍ୟାନ୍‌ସରରୁ ଆରୋଗ୍ୟ ଲାଭ କରିବା ପରେ ସାଧାରଣ ଜୀବନକୁ ଧୀରେ ଧୀରେ ଫେରୁଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। କ୍ୟାନସର ପୀଡ଼ିତ ହେବାର ଏକ ବର୍ଷ...

ମୋଦିଙ୍କ ଶୁଭେଚ୍ଛା ଜଣାଇ ଟ୍ରଲ ହେଲେ ଶବାନା

ମୁମ୍ବାଇ,୨୪।୫: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ମୋଦିଙ୍କ ସମର୍ଥକ ଓ ବିରୋଧୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଭଲ...

ରାକେଶଙ୍କ ପାଇଁ ଚାଲିଛି ନାୟିକା ଖୋଜା

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିବା। ଦେଖୁନାହାନ୍ତି, ଗୋଟିଏ ସିନେମା ରିଲିଜ ହେବାର ଦିନ କେଇଟା ହୋଇନି ହାତରେ ଆଉ...

ଅମୃତାଙ୍କୁ ଛାଡ଼ପତ୍ର ପରେ ସୈଫ ଦେଇଥିଲେ ଏତିକି ଟଙ୍କା

ସୈଫ୍‌ ଅଲ୍ଲୀ ଖାନ୍‌ ଆଜି ଅର୍ଥାତ ଶୁକ୍ରବାର ୪୯ ତମ ଜନ୍ମଦିବସ ପାଳନ କରୁଛନ୍ତି। ଶର୍ମିଳା ଟାଗୋର ଏବଂ ମନ୍‌ସୁର ଅଲ୍ଲୀ ଖାନ୍‌ଙ୍କ ପୁଅ ସୈଫ୍‌...

ମାଆ ହେବାକୁ ଯାଉଛନ୍ତି ଅର୍ଜୁନଙ୍କ ଗାର୍ଲଫ୍ରେଣ୍ଡ !

ଅର୍ଜୁନ ରାମପାଲ ବିବାହର ୨୦ ବର୍ଷ ପରେ ତାଙ୍କ ସ୍ତ୍ରୀ ମେହର ଜେସିୟାଙ୍କୁ ଛାଡ଼ପତ୍ର ଦେଇ ସାରିଛନ୍ତି। ଏ ଖବର କିଛିଦିନ ତଳେ ଖୁବ୍‌ ଚର୍ଚ୍ଚାରେ...

ବ୍ରେକ୍‌ଫାଷ୍ଟରୁ ଡିନର ପର୍ଯ୍ୟନ୍ତ କେଉଁ ଅଭିନେତ୍ରୀଙ୍କ କ’ଣ ପସନ୍ଦ? ଜାଣନ୍ତୁ…

ସୁସ୍ଥ ଏବଂ ସୁନ୍ଦର ଚେହେରା ପାଇଁ ବଲିଉଡ୍‌ର ଅଭିନେତ୍ରୀମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ଦୀପିକା ପାଦୁକୋନ୍‌ ହୁଅନ୍ତୁ କି ଆଲିଆ ଭଟ୍ଟ। ବ୍ରେକ୍‌ଫାଷ୍ଟରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *