Posted inଖେଳ

ଜାତୀୟ ବେଞ୍ଚ୍‌ପ୍ରେସ୍‌ ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର, ୨୨।୧୧(କ୍ରୀଡ଼ା ପ୍ରତିନିଧି)- ଚଳିତମାସ ୨୪ରୁ ୨୭ ପର୍ଯ୍ୟନ୍ତ ଦିଲ୍ଲୀଠାରେ ହେବାକୁଥିବା ଜାତୀୟ ବେଞ୍ଚ୍‌ପ୍ରେସ୍‌ ପ୍ରତିଯୋଗିତା ପାଇଁ ଗୁରୁବାର ୯ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ବାଦଲ ବେହେରା ଓ ଦିବାକର ଗୋଚ୍ଛାୟତ ଜୁନିୟର ବିଭାଗ, ରାକେଶ କୁମାର ଶତପଥି ଓ ସୂର୍ଯ୍ୟକାନ୍ତ ପ୍ରଧାନ ସିନିୟର ଏବଂ ସୁଜିତ କୁମାର ଗିରି, ନାରାୟଣ ସେଠୀ, ବିଜୟ ଚକ୍ରବର୍ତ୍ତୀ ଓ ଧନପତି ନାଏକ ମାଷ୍ଟର୍ସ ବିଭାଗରେ ସ୍ଥାନ ପାଇଥିବାବେଳେ କୋଚ୍‌ ଓ ମ୍ୟାନେଜର ଦାୟିତ୍ୱ ତୁଲାଇବେ ଶକ୍ତିରଞ୍ଜନ ବାରିକ। ଓଡ଼ିଶା ଦଳ ଗୁରୁବାର ଦିଲ୍ଲୀ ଯାତ୍ରା କରିଛି। ଓଡ଼ିଶା ଶକ୍ତିଉତ୍ତୋଳନ ସଂଘର ସଭାପତି କଲିକେଶ ନାରାୟଣ ସିଂଦେଓ, ଉପସଭାପତି ହରିପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ଓ ସମ୍ପାଦକ ଚିତ୍ତରଞ୍ଜନ ସ୍ବାଇଁ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ଭାରତ

ମାଞ୍ଚେଷ୍ଟର, ୨୭।୬:ଚଳିତ ବିଶ୍ୱକପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ତା’ର ଷଷ୍ଠ ଲିଗ ପର୍ଯ୍ୟାୟ ମ୍ୟାଚରେ ଗୁରୁବାର ଓ୍ବେଷ୍ଟଇଣ୍ଡିଜକୁ ଭେଟିଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌...

ଅର୍ଜୁନ ମୁଣ୍ଡା ଆର୍ଚେରୀ ଆସୋସିଏଶନ ସଭାପତି

ନୂଆଦିଲ୍ଲୀ, ୧୮ା୧ (ପି.ଟି.)-କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଶନିବାର ଆର୍ଚେରୀ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୩ଜଣ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ...

ମେଡିକାଲରେ ରୋଗୀଙ୍କୁ ଗିଫ୍ଟ ଦେଲେ ଲିଭରପୁଲ ଖେଳାଳି

ମେଲଉଡ,୧୪।୧୨- ଏଠାରେ ଲିଭରପୁଲ ଖେଳାଳି ଟ୍ରେନିଂ ଶେଷ କରିବା ପରେ କୋଚ୍‌ ଜୁର୍ଗେନ କୋପ ସମେତ ପ୍ରାୟ ସମସ୍ତ ଖେଳାଳି ଓ୍ବେଷ୍ଟ ଡର୍ବି ମେଡିକାଲରେ ରୋଗୀ...

ଟି୨୦ ପରାଜୟର ପ୍ରତିଶୋଧ ଦିନିକିଆରେ ନେଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୯।୨(ପି.ଟି.)- ଟି୨୦ ସିରିଜ ପରାଜୟର ପ୍ରତିଶୋଧ ଦିନିକିଆରେ ନେଇଛି ଘରୋଇ ନ୍ୟୁଜିଲାଣ୍ଡ। ୫-୦ ବ୍ୟବଧାନରେ ଟି୨୦ ସିରିଜରେ ହ୍ବାଇଟ୍‌ଓ୍ବାଶ୍‌ର ସମ୍ମୁଖୀନ ହୋଇଥିବା ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ...

ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଭାରତୀୟ ଅଭିଯାନ ଶେଷ

ମେଲବୋର୍ନ, ୩୦।୧ (ପି.ଟି.)- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଭାରତର ରୋହନ ବୋପାନ୍ନା ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ମିକ୍ସଡ...

ଭାରତ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନର ଫିଲ୍ଡିଂ ଚିନ୍ତା

ଟଣ୍ଟନ,୧୩।୬(ପିଟି): ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଅତ୍ୟନ୍ତ ସାଧାରଣ ଫିଲ୍ଡିଂ ପରେ ପାକିସ୍ତାନ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ ଦଳୀୟ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି। ଆମେ ସମସ୍ତ...

ରଣଜୀ ଟ୍ରଫି: କର୍ଫ୍ୟୁ ଲାଗି ୪ର୍ଥ ଦିନ ଖେଳ ବାଧାପ୍ରାପ୍ତ

ନୂଆଦିଲ୍ଲୀ, ୧୨।୧୨ (ପି.ଟି.)- ନାଗରିକତ୍ୱ ସଂଶୋଧନ ବିଲ୍‌ (ସିଏବି) ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିବା ପରେ ଉତ୍ତର-ପୂର୍ବ ସମେତ ଭାରତର ବିଭିନ୍ନ ରାଜ୍ୟରେ ଏହାକୁ ଜୋର୍‌ଦାର...

ଆଇସିସି ହସ୍ତକ୍ଷେପ ପରେ ରାଜି ହେଲା ବାଂଲାଦେଶ

ଦୁବାଇ,୧୫।୧- ପାକିସ୍ତାନରେ ପୂର୍ଣ୍ଣ ସିରିଜ୍‌ ଖେଳିବାକୁ ରାଜି ହୋଇଛି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମୁଖ୍ୟ ଶଶାଙ୍କ ମନୋହରଙ୍କ ହସ୍ତକ୍ଷେପ...

Leave a comment

Your email address will not be published. Required fields are marked *