ଅଯୋଧ୍ୟା: ନାମ ହିଁ ଯଥେଷ୍ଟ

ସୟଦ୍‌ ସଫିର୍‌ ଅଲି
ଭାରତବର୍ଷର ସବୁଠାରୁ ଅଧିକ ସମୟ ଚର୍ଚ୍ଚିତ ଆନ୍ଦୋଳନର ନାମ ଥିଲା ରାମ ମନ୍ଦିର ଏବଂ ୯ ନଭେମ୍ବର ୨୦୧୯ରେ ଏହାର ପରିସମାପ୍ତି ଘଟିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ବାବ୍ରୀ ମସ୍‌ଜିଦ, ରାମ ମନ୍ଦିର ବିବାଦ କେବେଠାରୁ ଆରମ୍ଭହେଲା ତାହାର ଠିକ୍‌ ଉତ୍ତର ହୁଏ ତ ଦେବା ଅସମ୍ଭବ। ଏହା ଆଲୋଚନା କରିବା ପୂର୍ବରୁ ଆସନ୍ତୁ ପ୍ରଥମେ ଅଯୋଧ୍ୟାକୁ ଜାଣିବା।
୭୫ଟି ଜିଲା ଥିବା ଭାରତର ସବୁଠାରୁ ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶର ଅଯୋଧ୍ୟା ହେଉଛି ଅନ୍ୟତମ ଜିଲା। ପୂର୍ବରୁ ଏହା ଫୈଜାବାଦ ଭାବରେ ନାମିତ ଥିଲା। ଇତିହାସ କହେ ୧୭୩୦ ଖ୍ରୀଷ୍ଟାବ୍ଦରେ ବଙ୍ଗଳାର ନୱାବ ଅଲି ୱର୍ଦ୍ଦି ଖଁା ଏହାକୁ ପ୍ରତିଷ୍ଠା କରିଥିଲେ। ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ୬ ନଭେମ୍ବର ୨୦୧୮ରେ ଏହି ଜିଲାକୁ ଫୈଜାବାଦରୁ ଅଯୋଧ୍ୟାକୁ ନାମ ପରିବର୍ତ୍ତନ କରିଛନ୍ତି। ଫୈଜାବାଦ ନାମରେ ଏବେ କେବଳ ଏକ ସହର ଏହି ଅଯୋଧ୍ୟା ଜିଲା ମଧ୍ୟରେ ରହିଛି ଏବଂ ଅଯୋଧ୍ୟା ନାମକ ସହରଟି ମଧ୍ୟ ଏହି ଜିଲା ଅନ୍ତର୍ଭୁକ୍ତ ରହିଛି। ଅଯୋଧ୍ୟା ଜିଲାରେ ହିନ୍ଦୁ ଓ ମୁସଲମାନ ସଂଖ୍ୟାର ଅନୁପାତ ସଂଯୋଗବଶତଃ ସମଗ୍ର ଭାରତବର୍ଷର ହିନ୍ଦୁ ଓ ମୁସଲମାନ ସଂଖ୍ୟାର ଅନୁପାତର ପ୍ରାୟ ପାଖାପାଖି ରହିଛି। ସମଗ୍ର ଭାରତରେ ଶତକଡ଼ା ୭୯.୮ ହିନ୍ଦୁ ଓ ୧୪.୨ ମୁସଲମାନ ହୋଇଥିବା ସ୍ଥଳେ, ଅଯୋଧ୍ୟା ଜିଲାରେ ଶତକଡ଼ା ୮୪.୭୫ ହିନ୍ଦୁ ଏବଂ ୧୪.୮ ମୁସଲମାନ ରହିଛନ୍ତି। ଅବଶ୍ୟ ଅଯୋଧ୍ୟା ସହରରେ ହିନ୍ଦୁ ସଂଖ୍ୟା ଶତକଡ଼ା ୯୩.୨୩ ହୋଇଥିବା ବେଳେ ମୁସଲମାନଙ୍କ ସଂଖ୍ୟା ୬.୧୯ ଭାଗ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରୁ ପ୍ରାୟ ୧୩୦ କି.ମି. ପଶ୍ଚିମକୁ ସରଜୁ ନଦୀ କୂଳରେ ଅଯୋଧ୍ୟା ସହର ଅବସ୍ଥିତ। ଏହା ମଧ୍ୟ ଅଯୋଧ୍ୟା ଜିଲାର ସଦରମହକୁମା। ବିଭିନ୍ନ ସମୟରେ ଏହା ବିଭିନ୍ନ ନାମରେ ମଧ୍ୟ ପରିଚିତ, ଯଥା- ସାକେତ୍‌, ଅବଧ ଓ ଅବଧପୁରୀ। ପ୍ରାଚୀନ ଯୁଗରେ କୋଶଳର ରାଜଧାନୀ ଭାବରେ ମଧ୍ୟ ପରିଚିତ ଥିଲା। ହିନ୍ଦୁମାନଙ୍କ ଧର୍ମବିଶ୍ୱାସ ଅନୁଯାୟୀ, ଏହି ସ୍ଥାନରେ ପୁରୁଷୋତ୍ତମ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ ଏବଂ ସପ୍ତତୀର୍ଥ ସ୍ଥାନ ମଧ୍ୟରେ ପ୍ରଥମ ତୀର୍ଥସ୍ଥାନ ବୋଲି ଏହାକୁ ଗଣାଯାଏ।
ଇତିହାସ ଅନୁଯାୟୀ ୧୫୨୬ ଖ୍ରୀଷ୍ଟାବ୍ଦରେ ମୋଗଲ ସମ୍ରାଟ ବାବର ଭାରତରେ ମୋଗଲ ସାମ୍ରାଜ୍ୟର ଭିତ୍ତି ସ୍ଥାପନ କରିଥିଲେ। ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା ହେବାର ଦୁଇ ବର୍ଷ ପରେ ୧୫୨୮ ଖ୍ରୀଷ୍ଟାବ୍ଦରେ ବାବର ଏକ ମସ୍‌ଜିଦ ନିର୍ମାଣ କରାଇଥିଲେ, ଯାହାକି ବାବ୍ରୀ ମସ୍‌ଜିଦ ନାମରେ ନାମିତ। ପାଖାପାଖି ଦୁଇଶହ ବର୍ଷ ପରେ ୧୭୧୭ ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ରାଜସ୍ଥାନ ରାଜପୁତ୍‌ ଜୟସିଂହ ଦ୍ବିତୀୟ ସମଗ୍ର ପରିସରକୁ ନିଜ ଆୟତ୍ତକୁ ନେଇ ଯାଇଥିଲେ ଏବଂ ପୁରୁଷୋତ୍ତମ ରାମଙ୍କ ଅନ୍ତୁଡ଼ିଶାଳ ଓ ପୂଜାପଦ୍ଧତି ଅନ୍ୟାନ୍ୟ ପରିବେଶ ଥିବାର ଦାବି କରିଥିଲେ। ଏହାର ସତ୍ୟାସତ୍ୟ ଉନ୍ମୋଚନ କରିବା ପାଇଁ ପ୍ରାୟ ଅର୍ଦ୍ଧଶତାବ୍ଦୀ ପରେ ଜୋଶେଫ୍‌ ଟିଫେନ୍ଥାଲର୍‌ ନାମକ ଜଣେ ଖ୍ରୀଷ୍ଟିଆନ ପାଦ୍ରୀ କେତେକ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ତାହାର ବ୍ୟବସାୟ ବିସ୍ତାର କରି ସାରିଥିଲା। ୧୮୧୩ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଜଣେ ସର୍ବେକ୍ଷକ ଫ୍ରାନ୍ସିସ୍‌ ବୁଚାନାନ୍‌ ପ୍ରଥମେ ବାବ୍ରୀ ମସ୍‌ଜିଦ କାନ୍ଥରୁ ଏକ ଶିଳାଲିପି ପାଇଲେ ବୋଲି ଦାବି କରିଥିଲେ। ଏହାର ପଚିଶ ବର୍ଷ ପରେ ପୁନର୍ବାର ଆଉ ଜଣେ ବ୍ରିଟିଶ ସର୍ବେକ୍ଷକ ମଣ୍ଟେଗୋମେରି ମାର୍ଟିନ୍‌ ପ୍ରକାଶ କଲେ ଯେ, କଥିତ ମସ୍‌ଜିଦର କିଛି ସ୍ତମ୍ଭ ହିନ୍ଦୁ ମନ୍ଦିରର ସ୍ତମ୍ଭ ପରି ଜଣାପଡ଼ୁଛି। କିନ୍ତୁ ସମୟକ୍ରମେ ରାମ ମନ୍ଦିର ଆନ୍ଦୋଳନ ତୀବ୍ରରୂପ ଧାରଣ କରି ୬ ଡିସେମ୍ବର ୧୯୯୨ରେ କରସେବକମାନଙ୍କ ଦ୍ବାରା ଧ୍ୱଂସ ପାଇଥିଲା।
ରାମ ମନ୍ଦିର ଓ ବାବ୍ରୀ ମସ୍‌ଜିଦର ଆଇନଗତ ଯୁଦ୍ଧ ପ୍ରଥମେ ୧୮୮୫ ମସିହାରୁ ଆରମ୍ଭ ହେଲା। ମହନ୍ତ ରଘୁବୀର ଦାସ ତତ୍କାଳୀନ ଫୈଜାବାଦ ଜିଲା ଅଦାଲତରେ ଏକ କେସ୍‌ ଦାଏର କରିଥିଲେ। ୧୯୫୯ରେ ନିର୍ମୋହୀ ଆଖଡା ଏବଂ ୧୯୮୧ରେ ସୁନ୍ନି ସେଣ୍ଟ୍ରାଲ ୱାକଫ୍‌ ବୋର୍ଡ ନିଜ ନିଜର ଦାବି ଉପସ୍ଥାପନ କରି କେସ୍‌ ଦାଏର କରିଥିଲେ। ବିଭିନ୍ନ ଗତିବିଧି ଦେଇ ନିକଟ ଅତୀତରେ ୯ ନଭେମ୍ବର ୨୦୧୯ରେ ଏହାର ଐତିିହାସିକ ନିର୍ଣ୍ଣୟ ଆସିଛି। ଏହି ରାୟକୁ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ଭାବରେ ଗ୍ରହଣ କରି ସ୍ବାଗତ କରାଯାଇଛି।
ତେବେ ଦୀର୍ଘଦିନର ଏହି ବିବାଦକୁ ସୁପ୍ରିମକୋର୍ଟର ୫ ଜଣ ବିଚାରପତି ଯେ ଅତି ଚତୁରତାର ସହ ନିର୍ଣ୍ଣୟ କରିଦେଇଛନ୍ତି ଏଥିରେ ଦ୍ବିମତ ହେବାର ନାହିଁ। ଭାରତର ଦୀର୍ଘ କାଳର ଐତିହ୍ୟ ପରମ୍ପରା ଭିନ୍ନତା ମଧ୍ୟରେ ଏକତା ସୂତ୍ରକୁ କାଏମ ରଖିବାର ପ୍ରୟାସ ଏଥିରେ ପ୍ରସ୍ଫୁଟିତ ହୋଇଛି। ଧର୍ମ ନିର୍ବିଶେଷରେ ଧର୍ମଗୁରୁମାନେ ଓ ଦଳମତ ନିର୍ବିଶେଷରେ ରାଜନୈତିକ ନେତାମାନେ ଏହାକୁ ମାନିନେବା ଉଚିତ। ବିବାଦ ଆଉ ଆଗକୁ ନ ବଢ଼ାଇବାର ଏହା ଏକମାତ୍ର ଉପାୟ। ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁଯାୟୀ ମୁସଲମାନ ପକ୍ଷକୁ ଯେଉଁ ୫ ଏକର ପରିମିତ ଜାଗା ସରକାରଙ୍କ ତରଫରୁ ପ୍ରଦାନ କରିବା ବ୍ୟବସ୍ଥା କରାଯାଇଛି, ତାହାକୁ ମଧ୍ୟ ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଗ୍ରହଣ କରିନେବା ଉଚିତ। ଉକ୍ତ ଜାଗାରେ ଏକ ପ୍ରତୀକାତ୍ମକ ମସ୍‌ଜିଦଟିଏ ନିର୍ମାଣ କରି ସମଗ୍ର ଅଞ୍ଚଳକୁ ଏକ ଆଦର୍ଶ ବ୍ୟବସାୟିକ ପେଣ୍ଠ ଓ ଏକ ସାମାଜିକ ସେବା ଅନୁଷ୍ଠାନ ଭାବରେ ମଧ୍ୟ ବ୍ୟବହାର କରାଯାଇପାରେ। ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଥିବା ବେକାର, ଅନଗ୍ରସର ତଥା ଅସହାୟମାନଙ୍କ ସାମାଜିକ, ଅର୍ଥନୈତିକ ଓ ଶୈକ୍ଷିକ ଉନ୍ନତି ତଥା ଥଇଥାନ ନିମିତ୍ତ ଏକ ଭିନ୍ନ ପରିବେଶ ସୃଷ୍ଟି କରାଯାଇପାରେ। ତେବେ ସମସ୍ତ କାର୍ଯ୍ୟ ପାଇଁ ଆନ୍ତରିକତା, ସେବା ମନୋଭାବ ଓ ସହାବସ୍ଥାନ ମାନସିକତାର ଆବଶ୍ୟକତା ରହିଛି। ଏହାଦ୍ବାରା ସାରା ବିଶ୍ୱରେ ଅଯୋଧ୍ୟା ହେବ ଭାରତ ପାଇଁ ଧର୍ମନିରପେକ୍ଷତା ଓ ଏକତା ନୀତିର ନିଦର୍ଶନ ସ୍ବରୂପ ଏକ ଆଦର୍ଶ ଜିଲା।
ମୀନାବଜାର, ଢେଙ୍କାନାଳ, ମୋ-୯୪୩୯୬୨୫୬୧୦


All Right Reserved By Dharitri.Com

କାହାକୁ କହିବା ସୁଶାସନ

ଶରତ ଚନ୍ଦ୍ର ମିଶ୍ର ମହାଭାରତ ଯୁଦ୍ଧ ସମାପ୍ତ। ପିତାମହ ଭୀଷ୍ମ ଶରଶଯ୍ୟାରେ। ଯୁଧିଷ୍ଠିର ଯାଇ ପ୍ରଶ୍ନ କଲେ- ”ପିତାମହ! ସୁଶାସନ କାହାକୁ କହନ୍ତି?“ ପିତାମହ କହିଲେ-...

ଏଇ ଭାରତରେ

ଲିଙ୍ଗଗତ ପ୍ରଭେଦ ଦୂର କରି ମହିଳାମାନଙ୍କୁ ବିକାଶରେ ଭାଗୀଦାରି କରିବା ଲାଗି ପ୍ରୟାସ ହେଉଛି ସତ କିନ୍ତୁ ଧାର୍ମିକ କ୍ଷେତ୍ରରେ ସେମାନଙ୍କ ପାଇଁ ଲାଗୁ ହେଉଛି...

ଏଇ ଭାରତରେ

କୁକୁର ବିବାହ କରାଇଲେ ଗ୍ରହ ଦୋଷ ଖଣ୍ଡନ ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଯେଉଁ ପରିବାର ଏହି କୁକୁର ବିବାହ କରିଥାଆନ୍ତି ସେମାନଙ୍କ ଘରେ...

ମୂଲ୍ୟବୋଧଭିତ୍ତିକ ଶିକ୍ଷା ଓ କର୍ତ୍ତବ୍ୟ ସଚେତନତା

ରମେଶ ପୋଖରିଆଲ ‘ନିଶଙ୍କ’ ଭାରତ କେବଳ ବିଶ୍ୱର ସର୍ବବୃହତ୍‌ ଲୋକତନ୍ତ୍ର ନୁହେଁ, ଏହା ମଧ୍ୟ ସର୍ବବୃହତ୍‌ ଶିକ୍ଷାତନ୍ତ୍ରର ଅଧିକାରୀ। ଏହି ଗୌରବର ଅଧିକାରୀ ହେବା ସହ...

ଫେରୁଛି ପୁରୁଣା ଦିନ

ଉପେନ୍ଦ୍ର ବିଶ୍ୱାଳ ସକାଳ ସ୍ନାନ ସାରି ସାଧୁ ଜଣକ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟାଞ୍ଜଳି ଦେଉଥାନ୍ତି ନଦୀର ଅଣ୍ଟାଏ ପାଣିରେ। ଛଞ୍ଚାଣର ପଞ୍ଝାରୁ ଆକାଶରୁ ଅକସ୍ମାତ୍‌ ଖସିଆସି ଆଞ୍ଜୁଳାରେ...

ଏଇ ଭାରତରେ

ଏପରି ସମୟ ଆସେ ଯେତେବେଳେ କୌଣସି ଘଟଣା ପାଇଁ ଜଣେ ବ୍ୟକ୍ତି ଚର୍ଚ୍ଚାର ପରିସରକୁ ଆସନ୍ତି। ଯାହା ସେ ନିଜେ ମଧ୍ୟ ପୂର୍ବରୁ କଳ୍ପନା କରି...

ବାବୁଙ୍କ ଉପରେ ଭରସା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ପ୍ରଥମ ପାଳିରେ ଯାହା ଦେଖିବାକୁ ମିଳିଥିଲା ତାହା ଏବେ ଦ୍ୱିତୀୟ ପାଳିରେ ବି ଦେଖିବାକୁ...

ବନଜୀବନ ଓ ଜନଜୀବନ

ରାଧାମୋହନ ମହାପାତ୍ର ବନ ସହିତ ଜନର ସମ୍ପର୍କ ଓତପ୍ରୋତ ଭାବେ ଜଡିତ। ବନ ହେଉଛି ବିଶ୍ୱର ସର୍ବବୃହତ୍‌ ଓ ସର୍ବଶ୍ରେଷ୍ଠ ଗନ୍ତାଘର। ବନ ମଣିଷର ଆଦିଭୂମି।...

Leave a comment

Your email address will not be published. Required fields are marked *