Posted inଜାତୀୟ

କଂଗ୍ରେସରେ ଇସ୍ତଫା ନାଟକ: ସଙ୍କଟରେ ୩ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପାଇଁ ଅଡି ବସିଥିଲେ। ଏହାକୁ ନେଇ ରାଜସ୍ଥାନ, ମଧ୍ୟପ୍ରଦେଶ ତଥା ଛତିଶଗଡ଼ ଆଦି ୩ ରାଜ୍ୟ ସରକାରଙ୍କ ଲାଗି ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି। ଗାନ୍ଧୀ ପରିବାରକୁ ଛାଡି ଅନ୍ୟ କେହି ଦଳର ମଙ୍ଗ ଧରିବା ଲାଗି ରାହୁଲ ପ୍ରସ୍ତାବ ଦେଇଥିଲେ। ଏହାକୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତଥା କଂଗ୍ରେସ ରାଷ୍ଟ୍ରୀୟ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସମର୍ଥନ କରିଥିଲେ। ବର୍ତ୍ତମାନ ଦଳରେ ରାହୁଲଙ୍କ ବିକଳ୍ପ ନ ଥିବାରୁ ସେ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ ବୋଲି ଏକ ଦଳୀୟ ବୈଠକରେ ସ୍ଥିର ହୋଇଥିଲେ ମଧ୍ୟ ରାହୁଲଙ୍କ ଯୋଗୁ ସମସ୍ୟା ଘନଉଛି। ଏହାଦ୍ୱାରା ବିରୋଧୀଙ୍କ ପାଇଁ ସୁଯୋଗ ସୃଷ୍ଟି ହେଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ରାହୁଲ କେତେକ ସର୍ତ୍ତ ଆଧାରରେ ଏହି ପଦବୀରେ ରହିବେ ବୋଲି ସୂଚନା ଦେଇଛନ୍ତିି। ସଂଗଠନ ଉପରେ ସମ୍ପୂର୍ଣ୍ଣ ଅଧିକାର ସର୍ତ୍ତ ରାହୁଲ ଉପସ୍ଥାପନ କରିଥିବା କୁହାଯାଉଛି।


All Right Reserved By Dharitri.Com

କରୋନା ଭାଇରସ: ସାଇବାବା ସଂସ୍ଥାନ ଟ୍ରଷ୍ଟ ଦାନ କଲା ୫୧ କୋଟି ଟଙ୍କା

ସିରିଡି,୨୭।୩: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବେଳକୁ ବେଳ ବଢିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ଏବେ ସମସ୍ତେ ଏକାଠି ହୋଇଛନ୍ତି। ମହାରାଷ୍ଟ୍ର ଓ...

ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ମାମଲା: ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨।୨ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ...

ମୃତ ଏବଂ ଜେଲ୍‌ରେ ଥିବା ଉତ୍ତରପ୍ରଦେଶ ମାଫିଆ ଡନ୍‌ ଫେସ୍‌ବୁକ୍‌ରେ ସକ୍ରିୟ

ନୂଆଦିଲ୍ଲୀ,୧।୧: ଉତ୍ତରପ୍ରଦେଶର କେତେକ ମୃତ ଏବଂ ଜେଲରେ ଥିବା ମାଫିଆ ଡନ୍‌ ଫେସ୍‌ବୁକ୍‌ରେ ସକ୍ରିୟ ରହିଛନ୍ତି। ସେମାନଙ୍କ ପୋଷ୍ଟଗୁଡ଼ିକୁ ଫେସବୁକ୍‌ ବନ୍ଧୁମାନେ ବିଭିନ୍ନ ସମୟରେ ନାନା...

ଲକ୍‌ଡାଉନ୍‌ ସମୟ ସୀମା ବୃଦ୍ଧିକୁ ସମର୍ଥନ କଲା କଂଗ୍ରେସ: କରୋନା ଲଢ଼େଇର ରୋଡ୍‌ମ୍ୟାପ୍‌ ସମ୍ପର୍କରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩...

୩୫ ଲକ୍ଷ ଶ୍ରମିକଙ୍କୁ ୧ହଜାର ଲେଖାଏଁ ସହାୟତା ଦେବେ ଯୋଗୀ ସରକାର

ଲକ୍ଷ୍ନୌ,୨୧।୩: କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱ ଏକ ପ୍ରକାର ଠପ୍‌ ହୋଇଯାଇଛି କହିଲେ ଚଳେ। ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...

ଅଫେରା ରାଇଜରେ ସାହିତ୍ୟକାର, ଅଭିନେତା ଗିରିଶ କନ୍ନଡ଼

ବେଙ୍ଗାଲୁର୍‌,୧୦।୬: ସାହିତ୍ୟକାର ତଥା ଲୋକପ୍ରିୟ ଅଭିନେତା ଗିରିଶ କନ୍ନଡ଼ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ମଲ୍ଟିପୁଲ୍‌ ଅର୍ଗାନ୍‌ ଫେଲ୍ୟୁର ଯୋଗୁ...

ହିନ୍ଦୁ ଆତଙ୍କବାଦ ରୂପ ଦେବାକୁ ହୋଇଥିଲା ଚକ୍ରାନ୍ତ

ମୁମ୍ବାଇ,୧୯ା୨(ପି.ଟି.): ୨୬/୧୧ ମୁମ୍ବାଇ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦ ରୂପ ଦେବା ଲାଗି ଲଶ୍କର-ଇ-ତୋଇବା ଯୋଜନା ପ୍ରସ୍ତୁତ କରିଥିଲା ବୋଲି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ରାକେଶ...

ବିଏଚ୍‌ୟୁରେ ‘ଭୂତ ବିଦ୍ୟା’ ଉପରେ ଆରମ୍ଭ ହେବ ୬ ମାସିଆ ପାଠ୍ୟକ୍ରମ

ବାରାଣସୀ,୨୫।୧୨: ବିଏଚ୍‌ୟୁରେ ଖୁବ୍‌ ଶୀଘ୍ର ‘ଭୂତ ବିଦ୍ୟା’ ଉପରେ ୬ ମାସିଆ ପାଠ୍ୟକ୍ରମ ଆରମ୍ଭ ହେବ। ଲୋକମାନଙ୍କ ମଧ୍ୟରେ ରହିଥିବା ଅନ୍ଧବିଶ୍ୱାସକୁ କିପରି ଦୂର କରାଯାଇପାରିବ...

Leave a comment

Your email address will not be published. Required fields are marked *