କୋଇଲା ଅନ୍‌ଲୋଡ ବେଳେ ଶ୍ରମିକ ଗୁରୁତର: ଟ୍ରେନ ଚଳାଚଳ ବନ୍ଦ

ବାହାନଗା,୨୮।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡାସ୍ଥିତ ରେଳଷ୍ଟେଶନରେ ଲୋପ୍‌ଲାଇନରେ କୋଇଲା ବୋଝେଇ ଟ୍ରେନରୁ ମଙ୍ଗଳବାର ଶ୍ରମିକମାନେ କୋଇଲା ଅନ୍‌ଲୋଡ କରୁଥିଲେ। ଏହି ସମୟରେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ସେ ହେଲେ ନଈଛଣପୁର ଗ୍ରାମର ଉମେଶ ମଲ୍ଲିକ (୩୦)। ଗୁରୁତର ଅବସ୍ଥାରେ ତାଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତ ପରିବାରକୁ କ୍ଷତିପୂରଣ ଦାବିରେ ଶ୍ରମିକଙ୍କ ପକ୍ଷରୁ ଆନ୍ଦୋଳନ ହୋଇଥିଲା। ଫଳରେ ଦେଢ ଘଣ୍ଟା କାଳ ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ରେଳବାଇ ଇନ୍ସପେକ୍ଟର ଜଗନ୍ନାଥ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଅନ୍‌ଲୋଡ ବେଳେ ଲୋପ ଲାଇନରେ କ’ଣ ପାଇଁ ବିଦ୍ୟୁତ କାଟ କରାଯାଇ ନ ଥିଲା ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହିତ ଉମେଶଙ୍କୁ ଠିକାଦାର ସମସ୍ତ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା। ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା। ପରମୁହୂର୍ତ୍ତରେ ଶ୍ରମିକମାନେ କୋଇଲା ଅନ୍‌ଲୋଡରେ ସହଯୋଗ କରିଥିଲେ।


All Right Reserved By Dharitri.Com

ପିକ୍‌ନିକ୍‌ ବସ୍‌କୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌: ୭ ଗୁରୁତର

ଜଳେଶ୍ବର,୨୦।୧(ଡି.ଏନ.ଏ): ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ନନ୍ଦିକା ଛକ ନିକଟରେ ଏକ ପିକନିକ୍‌ ବସ୍‌କୁ ଧକ୍କା ଦେଇଛି ଗୋରୁ...

ଓଭରବ୍ରିଜ୍‌ ସୁରକ୍ଷା ଚିନ୍ତା: ଅଣ୍ଟା ଭିଡ଼ିଲା ସିଭିଲ ସୋସାଇଟି

ବାଲେଶ୍ୱର ଅଫିସ,୩।୯ – ବାଲେଶ୍ୱର ଫକୀରମୋହନ ଗୋଲେଇଠାରୁ ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଗତ ୧୯୮୪ରେ ଲୋକାର୍ପିତ ଓଡ଼ିଶାର ପ୍ରଥମ ଓଭରବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର...

ସହାୟିକା ଚୟନରେ ଅନିୟମିତତା ଘଟଣା ସିଡିପିଓଙ୍କୁ ଘେରିଲେ ମହିଳା

ବାହାନଗା, ୧୭ା୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧୀନରେ ଥିବା ବିଷ୍ଣୁପୁର ଅଙ୍ଗନୱାଡି କେନ୍ଦ୍ର-୧ରେ ସହାୟିକା ଚୟନରେ ଅନିୟମିତତା ହୋଇଥିବା...

ଘଷିପୁରାରେ ବଦ୍ରି ୭୦୬୪ ଭୋଟ ଆଗରେ

ଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩।୫: କେନ୍ଦୁଝର ଜିଲାର ବହୁ ଚର୍ଚ୍ଚିତ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଦ୍ୱାଦଶ ପର୍ଯ୍ୟାୟ ଭୋଟ ଗଣତି ସରିଛି। ବିଜେଡିର ବଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩।୫: କେନ୍ଦୁଝର...

ସେବାରେ ଲାଗୁନି ମାର୍କୋଣା ଶାଖା ଡାକଘର

ସିମୁଳିଆ, ୨ା୮- କେନ୍ଦ୍ର ସରକାର ଡାକସେବାକୁ ଅଧିକ ଗୁରୁତ୍ୱ ଦେବା ସହିତ ଜନସାଧାରଣଙ୍କ ପାଇଁ ବିଭିନ୍ନ ଲାଭଦାୟକ ଯୋଜନା ପ୍ରଣୟନ କରିଛନ୍ତି| ତେବେ ବିଭାଗୀୟ ଅଧିକାରୀଙ୍କ...

ତିହିଡି, ଚାନ୍ଦବାଲି ମଦମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଗଣଧାରଣା, ପ୍ରତିବାଦ ସଭା

ତିହିଡ଼ି, ୧୪।୫(ଡି.ଏନ୍‌.ଏ.)- ଭଦ୍ରକ ଜିଲାର  ତିହିଡ଼ି ଓ ଚାନ୍ଦବାଲିରେ ବିଷାକ୍ତ ମଦ ପିଇ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଲିସ ଓ ପ୍ରଶାସନ ଏଯାଏ କୌଣସି...

ବେଆଇନ ପଥର ବୋଝେଇ ୮ ଡମ୍ପର ଜବତ: ଆଦାୟ ହେଲା ୧.୪୪ ଲକ୍ଷ ଜରିମାନା

ଜଳେଶ୍ୱର, ୯।୧(ସ୍ବ.ପ୍ର.)-ବିଭିନ୍ନ ସମୟରେ ଜଳେଶ୍ୱର ତହସିଲ ଅଞ୍ଚଳରେ ବେଆଇନ ବୋଝେଇ ଟ୍ରକ୍‌ ଚଳାଚଳ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ...

ଅଂଶୁଘାତରେ ଚାଷୀଙ୍କ ପ୍ରାଣ ଗଲା

ଝୁମ୍ପୁରା, ୨୬।୫ (ଡି.ଏନ.ଏ.)- କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ନହବେଡା ଗ୍ରାମରେ ୨୩ ତାରିଖ ମଧ୍ୟାହ୍ନ ସମୟରେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ଜଣେ ଚାଷୀଙ୍କ...

Leave a comment

Your email address will not be published. Required fields are marked *