‘ଲିମ୍‌କା ବୁକ୍‌ ରେକର୍ଡସ୍‌’ରେ ୪ର୍ଥ ଥର ପାଇଁ ପେପରମ୍ୟାନ୍‌ ଶଶାଙ୍କ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ପୁଣିଥରେ ‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌’ରେ ସ୍ଥାନ ପାଇବେ ‘ପେପରମ୍ୟାନ୍‌’ ଶଶାଙ୍କ ଶେଖର ଦାଶ। ଚତୁର୍ଥ ଥର ଲାଗି ସେ ଏହି ରେକର୍ଡସ୍‌ରେ ନିଜ ନାମଦରଜ କରିବେ। ଏନେଇ ତାଙ୍କୁ ଇ-ମେଲ ଯୋଗେ ଜଣାଯାଇଛି। ସର୍ବାଧିକ ବିଦେଶୀ ଖବରକାଗଜ ସଂଗ୍ରହ କରି ସେ ଏହି ରେକର୍ଡ ହାସଲ କରିଛନ୍ତି। ‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌-୨୦୨୦’ରେ ତାଙ୍କ ନାମ ସ୍ଥାନିତ ହେବ ବୋଲି ଲିମ୍‌କା ବୁକ ଅଧିକାରୀ ଟ୍ରେସା ବେଞ୍ଜାମିନ ଜଣାଇଛନ୍ତି।
ଅର୍ନ୍ତଜାତୀୟ ଗାନ୍ଧୀ ପିସ୍‌ ଫାଉଣ୍ଡେଶନର ଅବୈତନିକ ଆମ୍ବାସାଡର ଶଶାଙ୍କ ଶେଖର ଦାଶ ‘ପେପରମ୍ୟାନ ଇଣ୍ଡିଆ’ ଭାବେ ପରିଚିତ। ୨୦୧୩ ଓ ୨୦୧୯ ଲିମ୍‌କା ବୁକରେ ତାଙ୍କ ନାମ ସ୍ଥାନିତ ହୋଇଥିଲା। ୨୦୧୩ରେ ସେ ଏକାଥରେ ଦୁଇଟି ରେକର୍ଡ କରିଥିଲେ। ଗୋଟିଏ ଦିନରେ ସର୍ବାଧିକ ଖବରକାଗଜ ଓ ଭାରତରୁ ପ୍ରକାଶିତ ଖବରକାଗଜ ମଧ୍ୟରୁ ସର୍ବାଧିକ ଦୈନିକ ଖବରକାଗଜ ସଂଗ୍ରହ କରିଥିବା ଲାଗି ତାଙ୍କୁ ଏହି ରେକର୍ଡ ପ୍ରଦାନ କରାଯାଇଥିଲା। ବିଭିନ୍ନ ନାମର ସର୍ବାଧିକ ଖବରକାଗଜ ସଂଗ୍ରହ କରି ସେ ୨୦୧୯ରେ ମଧ୍ୟ ନିଜ ନାମ ଲିମ୍‌କା ବୁକରେ ସ୍ଥାନିତ କରିଥିଲେ। ଅଧୁନା ତାଙ୍କୁ ସ୍ବୀକୃତି ମିଳିବା ସହ ସେ ୪ଟି ଲିମ୍‌କା ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଏହି ରେକର୍ଡ ଖୁସି ଆଣି ଦେଇଥିବାବେଳେ ସେ ଯେଉଁ ଖବରକାଗଜ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ଆରମ୍ଭ କରିଛନ୍ତି ତା’ର କାମ ବଢ଼ାଇଦେଲା ବୋଲି ଶଶାଙ୍କ କହିଛନ୍ତି। ତାଙ୍କ ବାପା ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଦୋଳଗୋବିନ୍ଦ ଦାଶ ଏହା ଜାଣିବା ପରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ଖୁବ୍‌ଶୀଘ୍ର ରାଜ୍ୟ ସରକାର ଖବରକାଗଜ ସଂଗ୍ରହାଳୟ ପ୍ରତିଷ୍ଠା କରିବେ ବୋଲି ଆଶାପ୍ରକାଶ କରିଛନ୍ତି।
ଏନେଇ ପତ୍ନୀ ରାଧାରାଣୀ ଏବଂ ପୁତ୍ର ସାଇବ୍ରତଙ୍କ ସହ ଶଶାଙ୍କ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍‌ କରିଛନ୍ତି। ଏହି ଅବସରରେ ସେ କିଛି ପୁରାତନ ଖବରକାଗଜର ନମୁନା କପି ରାଜ୍ୟପାଳଙ୍କୁ ଦେଖାଇଥିଲେ। ଓଡ଼ିଶାର ପ୍ରଥମ ଖବରକାଗଜ ‘ଉତ୍କଳ ଦୀପିକା’ ଦେଖି ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଥିଲେ। ପୂର୍ବରୁ ଡାକଟିକଟ, ମୁଦ୍ରା ଓ କାଗଜ ନୋଟ ସଂଗ୍ରହ ଦେଖିଥିଲି, ତେବେ ଖବରକାଗଜ ସଂଗ୍ରହ ଏକ ନୂତନ ସଂଗ୍ରହ ବୋଲି ରାଜ୍ୟପାଳ କହିଛନ୍ତି। ଏହାକୁ ବଜାୟ ରଖ ଓ ଓଡ଼ିଶାର ନାମ ଉଜ୍ଜ୍ୱଳ କର ବୋଲି ରାଜ୍ୟପାଳ ଶଶାଙ୍କଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଶଶାଙ୍କ ୨୦୦୧ରେ ପ୍ରଥମେ ଖବରକାଗଜ ସଂଗ୍ରହ ଆରମ୍ଭ କରିଥିଲେ। ଇତିମଧ୍ୟରେ ଶଶାଙ୍କ ୧୦୬ ଦେଶର ୯୧ଟି ଭାଷାରେ ପ୍ରକାଶିତ ୪୪୧୪ ଖବରକାଗଜ ସଂଗ୍ରହ କରିସାରିଛନ୍ତି। ଏହାସହ ନିଜ ଗ୍ରାମ ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦଠାରେ ବାପାଙ୍କ ନାମରେ ‘ଦୋଳଗୋବିନ୍ଦ ନ୍ୟୁଜପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌’ ଓ ‘ଇଣ୍ଡିଆ ବୁକ୍‌’ରେ ସ୍ଥାନ ପାଇଥିବା ପେପରମ୍ୟାନ ଶଶାଙ୍କ ଖୁବ୍‌ଶୀଘ୍ର ‘ଗିନିଜ୍‌ ୱାର୍ଲଡ ରେକର୍ଡସ୍‌’ରେ ସ୍ଥାନ ପାଇବେ ବୋଲି ଆଶା ରଖିଛନ୍ତି।


All Right Reserved By Dharitri.Com

ବର୍ଷାରେ ବେହାଲ ରାଜଧାନୀ: ରାସ୍ତାରେ କୃତ୍ରିମ ବନ୍ୟାର ଭ୍ରମ, ଜନଜୀବନ ପ୍ରଭାବିତ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍‌,...

୩ ବର୍ଷରେ ଓଏସ୍‌ଏଫ୍‌ଡିସି ଏସ୍‌ସି,ଏସ୍‌ଟି ଯୁବତୀଯୁବକଙ୍କୁ ୨୧୪୧.୪୬ ଲକ୍ଷ ଟଙ୍କା ସବ୍‌ସିଡି ଦେଇଛି

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ତଥା ଅନ୍ୟ ଜିଲାରେ ବାସ କରୁଥିବା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଯୁବତୀଯୁବକ ଏବଂ ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଆତ୍ମନିଯୁକ୍ତି ପାଇଁ...

ମରଣଯନ୍ତା ପାଲଟିଛି ୪୯ନଂ ଜାତୀୟ ରାଜପଥ: ଦ୍ୱାରସୁଣୀ ଘାଟିରେ ବସ୍‌କୁ ଧକ୍କା ଦେଇ ଖସିପଡ଼ିଲା ଟ୍ରକ୍‌; ୨ ଗୁରୁତର, ୫ ଆହତ

ବାଙ୍ଗିରିପୋଷି,୪।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲାର ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। କିଛିଦିନ ହେଲା ଏଠାରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟୁଥିବା...

ଭିଡିଓ କନଫେରେନ୍ସିଂରେ ସରପଞ୍ଚଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ବନ୍ତ, ୨୨।୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ମୁକାବିଲା ପାଇଁ ଗତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ଅର୍ପଣ କରିଛନ୍ତି।...

‘ଶ୍ରମିକଙ୍କ ସ୍ଥିତିକୁ ପ୍ରାଧାନ୍ୟ ଦିଅ’

ଭୁବନେଶ୍ୱର,୨୩ା୫ (ବ୍ୟୁରୋ): କରୋନା ମହାମାରୀର ମୁକାବିଲା କରିବା, ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବା, ଅଧିକରୁ ଅଧିକ ଟେଷ୍ଟ କରାଇବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ବର୍ତ୍ତମାନ...

ବୁଢ଼ୀ ମା’କେ ଦିବ୍ୟାଙ୍ଗ ଝି’ର ଭବିଷତ୍‌ ଚିନ୍‌ତା

  ବିନିକା, ୨୧।୩ (ଡି.ଏନ୍‌.ଏ.)- ମୁଇଁ ଆଏଜ୍‌ ମରେଁ କାଲ୍‌ ମରେଁ ହେଉଛେଁ। ଅନେକ ଦିନ୍‌ ହେଲା ଖଟେ ପଡ଼ିଛେଁ। ଆହା କରବାକେ କେହି ନାଇଁ।...

୧୬ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, କେନ୍ଦୁଝର,...

କାକଟପୁର ମଙ୍ଗଳାମନ୍ଦିରରେ ଫାଟ : ଦେବୋତ୍ତର ବିଭାଗର ଅଣଦେଖା

କାକଟପୁର, ୨୨ା୭(ଡି.ଏନ୍‌.ଏ.) : ପୁରୀ ଜିଲା କାକଟପୁରସ୍ଥିତ ମା’ମଙ୍ଗଳାଙ୍କ ମନ୍ଦିରରେ ଫାଟ। ପ୍ରାୟ ପଞ୍ଚଦଶ ଶତାବ୍ଦୀର ଏହି ମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଭୁଷୁଡ଼ିବା...

Leave a comment

Your email address will not be published. Required fields are marked *