ସରିଲା ବାଲିଯାତ୍ରା: ପୁଣି ଆସନ୍ତା ବର୍ଷକୁ ଅପେକ୍ଷା

କଟକ ଅଫିସ, ୨୧।୧୧: ୯ ଦିନ ଧରି ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଛି। ଏଥିରେ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାବେଳେ ୯ ଦିନରେ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବା ପ୍ରାରମ୍ଭିକ ଆକଳନ କରାଯାଇଛି। ତନ୍ମଧ୍ୟରୁ କେବଳ ଓର୍‌ମାସ୍‌ ୮ ଦିନରେ ୧୧ କୋଟି ଟଙ୍କାର କାରବାର କରିଥିବା ଜଣାପଡ଼ିଛି। ଶେଷ ଦିନରେ ପ୍ରବଳ ଭିଡ଼ ସାଙ୍ଗକୁ ଜିନିଷପତ୍ର କିଣାବିକା ଜୋରଦାର ଚାଲିଥିଲା। ବିଭିନ୍ନ ଫାଷ୍ଟଫୁଡ ଷ୍ଟଲ୍‌ରେ ମଧ୍ୟ ଭଲ ବ୍ୟବସାୟ ହୋଇଥିଲା। ବିଭିନ୍ନ ଷ୍ଟଲ୍‌ରେ ନାନା ଅଫରର ଲୋଭ ଦେଖାଇଥିଲେ ବ୍ୟବସାୟୀ। ଆଇସ୍‌କ୍ରିମଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ମସଲା ଆଇଟମ୍‌, ବିଭିନ୍ନ ସାମଗ୍ରୀ ଲୋକେ କିଣାକିଣି କରି ନେଉଥିଲେ। ଛୋଟ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳିବାର ମଜା ଉଠାଇଥିଲେ। ଏବେ ପୁଣି ଶାନ୍ତ ହୋଇଯିବ ମହାନଦୀ ପଠା। ଆଉ ଶୁଭିବନି କୋଳାହଳ। ପୁଣି ଆସନ୍ତା ବର୍ଷ ବାଲିଯାତ୍ରାକୁ ଅପେକ୍ଷା କରିବାକୁ ପଡ଼ିବ।
ଏନ୍‌ଡିଆର୍‌ଏଫ୍‌ ଷ୍ଟଲ୍‌ରେ ଭିଡ଼
ଚଳିତବର୍ଷ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ପ୍ରଥମ ଥର ବାଲିଯାତ୍ରାରେ ଷ୍ଟଲ୍‌ ଖୋଲାଯାଇଥିବା ବେଳେ ଶେଷ ଦିନରେ ଅଧିକ ଭିଡ଼ ହୋଇଥିଲା। ଏହି ଷ୍ଟଲ୍‌ରେ ଲାଇଭ୍‌ ଡିଟେକ୍‌ଟିଭ, ଭିକ୍ଟିମ କ୍ୟାମେରା, ଥର୍ମାଲ ଇମେଜିଂ କ୍ୟାମେରା, ନେଲଗନ୍‌, ବୋଟ୍‌ ଏହିପରି ୨୫ଟି ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଥିଲା। ଏସବୁ ଅତ୍ୟାଧୁନିକ ଯନ୍ତ୍ର ସାହାଯ୍ୟରେ ବନ୍ୟା,
ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷା ଦେବା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା। ବିଶେଷକରି ବୋଟ୍‌ରେ କିପରି ଲୋକେ ବସିବେ ତାହା ବୁଝାଇ ଦିଆଯାଇଥିଲା। ଏନ୍‌ଡିଆର୍‌ଏଫ୍‌ରେ ବ୍ୟବହୃତ ହେଉଥିବା ବେସ୍‌ ଲାଇଟ୍‌ ଭୂମିଠାରୁ ୨୦ ମିଟର ଉପରକୁ ଯାଇ ସମ୍ପୂର୍ଣ୍ଣ ଅଞ୍ଚଳକୁ ଆଲୋକିତ କରିପାରିବ ବୋଲି ସବ୍‌ଇନ୍ସପେକ୍ଟର ବିଷ୍ଣୁ ପ୍ରସାଦ ବେହେରା କହିଥିଲେ।
ତାରକସି ସାମଗ୍ରୀର ଚାହିଦା
ବାହାରୁ ଆସୁଥିବା ଲୋକଙ୍କ ଭିଡ଼ ତାରକସି ଷ୍ଟଲ୍‌ରେ ଦେଖିବାକୁ ମିଳିଥିଲା। ତାରକସିରେ ନିର୍ମିତ ଇୟର ରିଙ୍ଗ୍‌, ଲକେଟ, ପାଉଁଜି, ମୁଦି, ଦେବଦେବୀଙ୍କ ପ୍ରତିମୂର୍ତ୍ତି ଓ ମୁକୁଟ, ଗ୍ଲାସ, ଥାଳି ଇତ୍ୟାଦି ଭଲ ବ୍ୟବସାୟ ହୋଇଛି। ଷ୍ଟଲ୍‌ରେ ୧୦୦ ଟଙ୍କାରୁ ଆରମ୍ଭ କରି ୨୫ହଜାର ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ରହିଥିବା ବ୍ୟବସାୟୀମାନଙ୍କଠାରୁ ଜଣାପଡ଼ିଥିଲା।
ବୋଟିଂର ମଜା ନେଲେ ଲୋକେ
ଚଳିତବର୍ଷ ମହାନଦୀ ପଠାରେ ସ୍କୁବା ଡାଇବର ସବିର ବକ୍ସଙ୍କ ନେତୃତ୍ୱରେ ବୋଟିଂ ବ୍ୟବସ୍ଥା ହୋଇଥିଲା। ସ୍ପିଡ୍‌ ବୋଟ୍‌, ଜେଟି, ପେଟେଲ ବୋଟ, ବାନାନା ବୋଟ୍‌ ଏହିପରି ୧୪ଟି ବୋଟ୍‌ରେ ବସି ଲାଇଫ ଜ୍ୟାକେଟ ପିନ୍ଧି ବୋଟିଂର ମଜା ନେଇଥିଲେ ଲୋକେ। ଏଥିପାଇଁ ୨୦୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଚଳିତବର୍ଷ ପ୍ରଚାର ପ୍ରସାର କମ୍‌ ହୋଇଥିବାରୁ ଆଶାଜନକ ବ୍ୟବସାୟ ହୋଇ ନ ଥିବା ସବିର କହିଛନ୍ତି।


All Right Reserved By Dharitri.Com

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ବାଙ୍ଗିରିପୋଷି,୩ା୧୨(ଡି.ଏନ୍‌.ଏ.)- ବାଙ୍ଗିରିପୋଷି ବ୍ଲକ ଅଧୀନ ଚନ୍ଦନପୁର ଗ୍ରାମର ଚନ୍ଦନପୁର ଯୁବକ ସଂଘ ଆନୁକୂଲ୍ୟରେ ନେହେରୁ ଯୁବକେନ୍ଦ୍ର ମୟୂରଭଞ୍ଜ,ବାରିପଦା ତରଫରୁ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୨ ଦିନ...

ପାଉଣା ପାଇ ନ ଥିବାରୁ ସେବାୟତ କ୍ଷୁବ୍ଧ:ଶ୍ରୀଜୀଉଙ୍କ ନୀତିକାନ୍ତି ୨ ଘଣ୍ଟା ବିଳମ୍ବ

ପୁରୀ ଅଫିସ,୨୦-୯ :ସେବାୟତଙ୍କ ପ୍ରାପ୍ୟ ପାଉଣାକୁ ନେଇ ଗୁରୁବାର ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହୋଇଛି। ଜଣେ ସେବାୟତଙ୍କୁ ୩ମାସର ପାଉଣା ମିଳି ନ ଥିବାରୁ ସେ...

ସ୍ବାବଲମ୍ବୀ ହେଲେ ଦୁଇ ‘ସ୍ବୟଂସିଦ୍ଧା’

ବାରିପଦା ଅଫିସ,୨୮।୭- ଆଦିବାସୀ ଅଧ୍ୟୁଷିିତ ମୟୂରଭଞ୍ଜ ଜିଲା ସବୁବେଳେ ବାଲ୍ୟବିବାହକୁ ନେଇ ଚର୍ଚ୍ଚାରେ ରହିଆସିଛି। ବାଲ୍ୟବିବାହର ଶିକାର ହେଉଥିବା ନାବାଳିକାଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ନେଇ...

ମଠଖାଇ ମହୋତ୍ସବ ଉଦ୍‌ଘାଟିତ

ବଲାଙ୍ଗୀର ଅଫିସ,୨୦ା୧ : ସର୍ବଭାରତୀୟସ୍ତରୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବ ରବିବାର ଉଦ୍‌ଘାଟିତ ହୋଇଛି ା ମଠଖାଇ ମହୋତ୍ସବ କମିଟି ଅଧ୍ୟକ୍ଷ ବିଧାୟକ ନରସିଂହ...

ପୃଥକ୍‌ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ଦାରିଙ୍ଗବାଡ଼ି,୫।୧(ଡି.ଏନ.ଏ) -ଦାରିଙ୍ଗବାଡ଼ି ଅଞ୍ଚଳରେ ଘନକୁହୁଡି ଯୋଗୁ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଦାରିଙ୍ଗବାଡ଼ି ଥାନା କାଜୁରିପାଙ୍ଗା...

ଜଗତ୍‌ସିଂହପୁର ଜିଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ୧୨୬ ବିଦ୍ୟାଳୟରେ ନାହାନ୍ତି ପ୍ରଧାନଶିକ୍ଷକ

ଜଗତ୍‌ସିଂହପୁର ଅଫିସ,୧ା୮: ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବରେ ସରକାରୀ ଉଦାସୀନତା ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ...

୬ ଦୋକାନରୁ ସିରିଜ ଚୋରି

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ୬ଟି ଦୋକାନରେ ଚୋରି ହୋଇଛି। ଚକେଇଶିଆଣୀ ଅଞ୍ଚଳରେ ୩ଟି ଦୋକାନ ଏବଂ ଇଡ୍‌କୋ ମାର୍କେଟରେ...

ଜବରଦସ୍ତ ଚାନ୍ଦା ଆଦାୟ:ରାଜ୍ୟର ବିଭିନ୍ନ ସ୍ଥାନରୁ ୧୩ ଗିରଫ

କଟକ ଅଫିସ, ୪ା୯:ଆରମ୍ଭ ହୋଇଛି ପାର୍ବଣ ଋତୁ। ତେଣୁ ସବୁଠି ଖୁସିର ମାହୋଲ। ତେବେ ଏହି ସୁଯୋଗରେ ପୂଜା ନାମରେ କେତେକ ଅସାଧୁ ଯୁବକ ବଳପୂର୍ବକ...

Leave a comment

Your email address will not be published. Required fields are marked *