ଏମାନେ କେମିତିକା ଛାତ୍ର

ଭେଙ୍କଟ ବାଲାଜୀ ବିଶ୍ୱନାଥ ଶତପଥୀ
କିଛିଦିନ ଧରି ଦିଲ୍ଲୀ ଜେଏନ୍‌ୟୁରେ କିଛି ଛାତ୍ରୀଛାତ୍ରଙ୍କ ଦ୍ୱାରା ଭୀଷଣ ମହାଭାରତ କାଣ୍ଡ ଦେଖିବାକୁ ମଳୁଛି। ଅନେକ ଗଣମାଧ୍ୟମରେ ଏ ଖବର ପ୍ରସାରିତ କରାଯାଉଛି। କୁହାଯାଏ ଯେ, ଏମିତି ଲଙ୍କାକାଣ୍ଡ କରୁଥିବା ଛାତ୍ରୀଛାତ୍ର ବାମପନ୍ଥୀ ଚିନ୍ତାଧାରାର। ସେମାନଙ୍କ ବିଚାରଧାରା, ରାଜନୈତିକ ଭାବନା ସହ ସମାଜର କିମ୍ବା ଶିକ୍ଷା ବ୍ୟବସ୍ଥାର କୌଣସି ଯାଏ ଆସେ ନାହିଁ । ହେଲେ ସେମାନଙ୍କ କୀର୍ତ୍ତି ଆଉ ବ୍ୟବହାରରୁ ଜଣାପଡ଼େ ସେମାନେ କେତେ ବିଶୃଙ୍ଖଳିତ ଆଉ ଅସାମାଜିକ। ନିତିଦିନ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଗାଳି କରିବା, ଉପକୁଳାଧିପତିଙ୍କ ନାମରେ ଅସଭ୍ୟ ଭାଷା ପ୍ରୟୋଗ କରିବା, ତାଙ୍କ ପ୍ରକୋଷ୍ଠ ସମ୍ମୁଖରେ ଅପରିଷ୍କାର କରି ଲେଖିବା, ତା’ ଛଡ଼ା ବିଶ୍ୱବିଦ୍ୟାଳୟର ସମ୍ପତ୍ତିକୁ ନଷ୍ଟ କରିବା ଆଦି। ସବୁଠୁ ଦୁଃଖଦ ଘଟଣା ହେଲା- ସେମାନେ ସେ ସ୍ଥାନରେ ଉନ୍ମୋଚନ ହେବାକୁ ଥିବା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ପ୍ରସ୍ତରରେ ଅଶାଳୀନ ଭାଷାରେ ଲେଖିବା। ଏଭଳି ରାଷ୍ଟ୍ରବିରେଧୀ ଓ ନିନ୍ଦନୀୟ କାର୍ଯ୍ୟକୁ କେବେ ମଧ୍ୟ ଗ୍ରହଣ କରାଯାଇ ନ ପାରେ।
ହେଲେ ଏତେ ଆକ୍ରୋଶର କାରଣ କ’ଣ? କାରଣ ଏତିକି ଯେ, ଆଜି ଯାଏ ଜେଏନ୍‌ୟୁରେ ଛାତ୍ରୀଛାତ୍ରଙ୍କୁ ଛାତ୍ରାବାସରେ ମାସକୁ ୧୦ ଟଙ୍କା ଆଉ ୨୦ ଟଙ୍କାରେ ରହିବା ପାଇଁ ଘର ମିଳୁଥିଲା। ଏବେ ସେମାନଙ୍କୁ ମାସକୁ ୩୦୦ ଏବଂ ୬୦୦ ଟଙ୍କା ଦେବାକୁ ପଡ଼ିବ। ଓଡ଼ିଶାର ଅନେକ ସରକାରୀ ଛାତ୍ରାବାସରେ ସାଧାରଣ ଛାତ୍ରୀଛାତ୍ର ୪୦୦ରୁ ୬୦୦ ଟଙ୍କା ମାସକୁ ଦେୟ ପଇଠ କରୁଥିବା ବେଳେ ଦିଲ୍ଲୀ ଭଳି ସହରରେ ୩୦୦ ଟଙ୍କାରେ ଛାତ୍ରାବାସରେ ରହିବା କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ। ଉକ୍ତ ଛାତ୍ରୀଛାତ୍ରମାନଙ୍କ ମାନସିକତା ବୁଝିବା ବଡ଼ କଷ୍ଟକର। ମାସରେ ହଜାର ହଜାର ଟଙ୍କା ଦାମୀ ପୋଷାକ କିଣିବାରେ ଏବଂ ଦିନକୁ ଶହ ଶହ ଟଙ୍କା ଚା, ସିଗାରେଟ୍‌ରେ ଖର୍ଚ୍ଚ କରିପାରୁଛନ୍ତି। ସେମାନଙ୍କର କ’ଣ ଏତିକି ସ୍ବାଭିମାନ ନାହଁି ଯେ, ନିଜ ଚା, ସିଗାରେଟ୍‌ ଭଳି ବଦଭ୍ୟାସ ଛାଡି ଛାତ୍ରାବାସର ଦେୟ ଦେବା ପାଇଁ? ଆରାମ, ଅୟସ ପାଇଁ ଯେଉଁ ଅଯଥା ଖର୍ଚ୍ଚ କରୁଛନ୍ତି ତାକୁ କାଟି ଛାତ୍ରାବାସ ଦେୟ ଦେବା କ’ଣ ଉଚିତ ନୁହେଁ? ସେମାନଙ୍କ ମଧ୍ୟରେ ସେତିକି ସଦ୍‌ଭାବନା ନାହଁି, ଯେତିକି ସମୟ ଉକ୍ତ ଗଙ୍ଗା ଢାବାରେ ଆଡ୍ଡା ଜମେଇ ସମୟ ନଷ୍ଟ କରୁଛନ୍ତି, ସେହି ସମୟରେ ଅନ୍ୟତ୍ର ଘରୋଇ ଶିକ୍ଷା ଦେଇ କିଛି ଅର୍ଥ କମେଇ ସେଥିରେ ଦେୟ ଭରିବା ପାଇଁ? ଗଣମାଧ୍ୟମରେ କିଛି ବନ୍ଧୁ ବୟାନ ଦେଉଛନ୍ତି ଯେ, ସେମାନେ ଏତେ ଗରିବ ଯେ ୧୦ ଟଙ୍କାରୁ ଅଧିକ ଦେୟ ହେଲେ ଛାତ୍ରାବାସ ଛାଡ଼ିଦେବେ। ସେମାନଙ୍କ ରଙ୍ଗଢଙ୍ଗ, ପୋଷାକ ଶୈଳୀରୁ ଜଣାପଡୁଛି ସେମାନେ କେତେ ଦରିଦ୍ର। ନିଜ କେଶସଜାରୁ ଲାଗୁଛି ଯେମିତି ସେମାନଙ୍କର ମାସକୁ ଏଥିରେ ଯେତିକି ଖର୍ଚ୍ଚ ହେଉଛି, ସେଥିରେ ଦୁଇ ମାସର ଦେୟ ପଇଠ ହୋଇପାରିବ।
ମାଗଣା ବଞ୍ଚିବା ଜୀବନ ମଣିଷକୁ ଅଳସୁଆ ଆଉ କୁପଥଗାମୀ କରିବାର ବାଟ ଦେଖାଏ। ଯାହାର ପରିଣାମ ସ୍ବରୂପ ଜେଏନ୍‌ୟୁରେ ନିଶା କାରବାର, ଅଶ୍ଳୀଳତା, ଯୌନ କେଳେଙ୍କାରି ଭଳି ଅନେକ ଅସାମାଜିକ କାର୍ଯ୍ୟ ଘଟିବାର ଖବର ମିଳେ। ତା’ ସହ ଅଧିକାଂଶ ଛାତ୍ର ନିଜର ଅଧ୍ୟୟନ ଶୀଘ୍ର ସାରିବାରେ ଅକ୍ଷମ ହୁଅନ୍ତି। ରାଜନୀତି, ନାରାବାଜି, ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସି ନିଜ ଅସ୍ତିତ୍ୱ ଜାହିର କରନ୍ତି। ନିଜର ମୂଳ ଲକ୍ଷ୍ୟ ଅଧ୍ୟୟନ ଓ ଅନୁସନ୍ଧାନ ଦିଗରୁ ଦୂରେଇ ଯାଆନ୍ତି। ସେଥିପାଇଁ ୩୪ରୁ ୩୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ହୋଇ ମଧ୍ୟ ସେମାନେ ବ୍ୟକ୍ତି ନ ହୋଇ ଛାତ୍ରର ପରିଚୟ ନେଇ ବୁଲୁଛନ୍ତି! ସେମାନଙ୍କ ପାଇଁ ନୂତନ ଛାତ୍ରୀଛାତ୍ରମାନେ ମଧ୍ୟ ସ୍ଥାନ ପାଇପାରୁ ନାହାନ୍ତି।
ପ୍ରଶ୍ନ ଉଠେ, ନିଜକୁ ରାଷ୍ଟ୍ରବାଦୀ ବୋଲାଉଥିବା ଭାରତ ସରକାର ଦେଶବିରୋଧୀ ଚିନ୍ତାଧାରାର ଏହି ଅସାମାଜିକ ଛାତ୍ରୀଛାତ୍ରଙ୍କୁ କେତେଦିନ ଏମିତି ସହ୍ୟ କରି ଅନ୍ୟ ଆଦର୍ଶ ମେଧାବୀ ଛାତ୍ରୀଛାତ୍ରଙ୍କୁ ସୁବିଧାରୁ ବଞ୍ଚିତ କରୁଥିବେ?
ଗୋପାଳପୁର, ଯାଜପୁର, ମୋ- ୬୩୭୧୨୫୪୦୦୫


All Right Reserved By Dharitri.Com

ସାନବାବୁଙ୍କ ସଂରକ୍ଷଣ ନିୟମ

କମଳାକାନ୍ତ ଜେନା ସୁନ୍ଦରଗଡ଼ କଲେଜରେ ଅଧ୍ୟାପନା କରିବା ସମୟରେ ସାନବାବୁ ମତେ ପଚାରିଲେ, ”ଆପଣ ଶକ୍ତି ସଂରକ୍ଷଣ ନିୟମ ପଢ଼ାନ୍ତି ପରା?“ ମୁଁ କହିଲି, ”ହଁ,...

ସେମାନେ ପଣ୍ଡିତ ପୁଅ

ଛନ୍ଦା ମିଶ୍ର ଅ।ମେ କହୁ ଆଇନ ଓ ସମ୍ବିଧାନ ଆଖିରେ ସମସ୍ତେ ସମାନ, କିନ୍ତୁ ପ୍ରକୃତରେ ଆମ ଦେଶରେ ଗରିବଙ୍କ ପାଇଁ ଯେଉଁ ନିୟମ, ଧନୀଙ୍କ...

ଏଇ ଭାରତରେ

ଭାରତରେ ପୁଣି ତାଲିବାନୀ ନିଷ୍ପତ୍ତି- ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ପୂରା ସତ। ବିହାରର ମଧୁବନୀ ଜିଲାର ହତ୍ଥାପୁର ପରସା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ...

କୂଟନୈତିକ ରାଜନେତା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ କେନ୍ଦ୍ରରେ ୩୦ ମେ ୨୦୧୯ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ଲାଗି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର...

ସଂହତି ରକ୍ଷାକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିରେ କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀ ଜାତୀୟ ଅଖଣ୍ଡତା ସମ୍ମାନ ପ୍ରତିଷ୍ଠା କରାଯାଇଥିଲା। ଜାତୀୟ...

ମୋ ଘର

ଅଲେଖ ଚନ୍ଦ୍ର ମିଶ୍ର ଚାରିକାନ୍ଥ ଓ ଛପର ଦ୍ୱାରା ଆବଦ୍ଧ କ୍ଷେତ୍ର ଗୃହ, ବାସସ୍ଥାନ, ବସାଘର ବା ଭଡ଼ାଘର ହୋଇପାରେ (ହାଉସ)। କିନ୍ତୁ ଘର (ହୋମ୍‌)...

ନିର୍ବାଚନ ସଂସ୍କାର

ଶରତ ଚନ୍ଦ୍ର ମିଶ୍ର ସପ୍ତଦଶ ଲୋକ ସଭା ନିର୍ବାଚନ ନିର୍ବାଚନ କମିଶନ, ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀଙ୍କ ନିଷ୍ଠା ଓ କର୍ତ୍ତବ୍ୟ...

ଜିଏସ୍‌ଟିର ସମୀକ୍ଷା ଲୋଡ଼ା

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା ଦେଶରେ ଜିଏସ୍‌ଟି ଲାଗୁହେବା ପରେ ପ୍ରଥମ ପାଞ୍ଚବର୍ଷ ପାଇଁ ରାଜ୍ୟଗୁଡିକ ଯଦି ଜିଏସ୍‌ଟି କମ୍‌ ପାଆନ୍ତି ତେବେ କେନ୍ଦ୍ର ତାହା ଦେବାକୁ...

Leave a comment

Your email address will not be published. Required fields are marked *