ଟୋକନ ବ୍ୟବସ୍ଥା ବିରୋଧରେ ଚାଷୀ ଏକାଠି

ଜୟପୁର,୨୦ା୧୧(ନି.ପ୍ର.): ଧାନ ବିକିବାକୁ ଅନଲାଇନ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଏହାକୁ ଜିଲାସ୍ତରୀୟ କରିବା ପାଇଁ ଦାବି କରିଛନ୍ତି ଜୟପୁରର ଚାଷୀ। ମନୋଜ ପାତ୍ରଙ୍କ ଆହ୍ବାନରେ ଚାଷୀମାନେ ଜୟପୁର ଆରଏମ୍‌ସିରେ ଏଥିପାଇଁ ଏକାଠି ହୋଇଛନ୍ତି। ଜୟପୁର ଉପଖଣ୍ଡର କୁନ୍ଦୁରା, ବୈପାରିଗୁଡ଼ା, ବୋରିଗୁମ୍ମା, କୋଟପାଡ଼ ଓ ସଦର ଚାଷୀମାନେ ଏଥିରେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ଜଳସେଚିତ ଜମିରୁ ୧୯ କୁଇଣ୍ଟାଲ ଓ ଅଣସେଚିତ ଜମିରୁ ୧୩ କୁଇଣ୍ଟାଲ ଧାନ କିଣିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଚାଷୀମାନେ ବିରୋଧ କରିଛନ୍ତି। ବର୍ଷାଦିନର ଚାଷରେ ଜଳସେଚିତ ଓ ଅଣ ଜଳସେଚିତ କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଆନାଲିସିସ ମେଶିନ ଦ୍ୱାରା ଧାନ କଟାଯାଉ ଥିବାରୁ ମୋଟରଚାଳିତ ମେଶିନ ମଣ୍ଡିରେ ଲଗାଇବା ପାଇଁ ଦାବି ହୋଇଛି। ଦାବି ସବୁ ପୂରଣ ନ ହେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଉପଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଟୋକନ ବ୍ୟବସ୍ଥା ଉଚ୍ଛେଦ, ମଣ୍ଡିରେ ହିଁ ଭେଣ୍ଡର ରସିଦ ଦେବାର ବ୍ୟବସ୍ଥା କରିବା ଭଳି ଦାବି ରହିଛି। ଦାବିପତ୍ର ପ୍ରଦାନ ବେଳେ ନରେନ୍ଦ୍ର ପ୍ରଧାନ, ଜୟନ୍ତ ପଟ୍ଟନାୟକ, ଝାଡେଶ୍ୱର ସାହୁ, ସ୍ବରୂପ ସାନ୍ତ୍ରା, ରାଧାକାନ୍ତ ଭଟ୍ଟ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଆକର୍ଷିତ କରୁଛି ପୁରାତନ ସାମଗ୍ରୀ

କଟକ ଅଫିସ,୯।୮: ବିଦେଶୀଙ୍କୁ ଆକୃଷ୍ଟ କରୁଛି କଟକ ଜିଲା ଖପୁରିଆସ୍ଥିତ ଆଇଟିଆଇ ସରକାରୀ କଲେଜ। ଏଠାରେ ଏକ ଦକ୍ଷତା ସଂଗ୍ରହାଳୟ ରହିଛି। ଏହା ରାଜ୍ୟର କୌଣସି...

ବାରିପଦା, ବଲାଙ୍ଗୀରରେ କୋଭିଡ୍‌-୧୯ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ଦାବିକଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୩ା୪: ସମଗ୍ର ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରଭାବରେ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି। ତେବେ ଭାରତରେ କରୋନା...

ଭୁବନେଶ୍ୱରର ସବୁଘରେ ହେବ ବର୍ଷାଜଳ ସଂଗ୍ରହଣ ପ୍ରକଳ୍ପ

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ):୬ ମାସ ମଧ୍ୟରେ ଭୁବନେଶ୍ୱରର ସମସ୍ତ ଘରେ ବର୍ଷା ଜଳ ସଂଗ୍ରହଣ ପ୍ରକଳ୍ପ (ରେନ୍‌ ଓ୍ବାଟର ହାର୍ଭେଷ୍ଟିଂ) କାର୍ଯ୍ୟ ସରିବ। ନଚେତ୍‌ ଭୁବନେଶ୍ୱର ଉନ୍ନୟନ...

କରୋନା ମୁକାବିଲା: ସରପଞ୍ଚଙ୍କ ପାଇଁ ୫୦ ଲକ୍ଷ

ଭୁବନେଶ୍ୱର,୧୪ା୫(ବ୍ୟୁରୋ)- କରୋନା(କୋଭିଡ-୧୯) ସଂକ୍ରମଣ ରୋକିବା କ୍ଷେତ୍ରରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହେଲେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର...

ତିନିରଥର ପଟାଗୁଜ ଖୋଦେଇ ଆରମ୍ଭ

ପୁରୀ ଅଫିସ,୧୯ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥ ନିର୍ମାଣ। ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ୪ ନାହାକ ଉଠିଥିଲା। ମଙ୍ଗଳବାର ତିନି ରଥରେ...

ଭାଜପାରେ ରାଜ୍ୟ ପରିଷଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ସଭାପତି ପଦ ପାଇଁ ଦିଲ୍ଲୀ ଦୌଡୁଛନ୍ତି ନେତା

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଭାଜପାର ରାଜ୍ୟ ସଭାପତି ଚୟନ ଚଳିତ ମାସ ଶେଷସୁଦ୍ଧା ଶେଷ ହେବ। ଏଥିପାଇଁ ଦଳର ସାଙ୍ଗଠନିକ ନିର୍ବାଚନ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ଦଳ...

ଏଟିଏମ୍‌ରୁ ଟଙ୍କା ଉଠାଣ, ଗ୍ରାହକ ଭୟଭୀତ: ଛାତ୍ରଙ୍କ ଆକାଉଣ୍ଟରୁ ୧ଲକ୍ଷ ଗାଏବ

ବ୍ରହ୍ମପୁର ଅଫିସ,୧୦ା୧୧- ଗ୍ରାହକଙ୍କ ପାଖରେ ଅଛି ଏଟିଏମ୍‌ କାର୍ଡ। ନମ୍ବର କାହାରିକୁ ଦିଆଯାଇନାହିଁ କି ପିନ୍‌ ନମ୍ବର ମଧ୍ୟ କେହି ଜାଣିନାହାନ୍ତି। କିନ୍ତୁ ଅପଣାଛାଏ ଉଠୁଛି...

ଖରାପ ପରୀକ୍ଷା ଫଳକୁ ନେଇ ଗଣଶିକ୍ଷା ବିଭାଗର କଡ଼ା ଆଭିମୁଖ୍ୟ:ଶୂନ, ୫୦%ରୁ କମ୍‌ ଫଳ କରିଥିବା ହାଇସ୍କୁଲ ଶିକ୍ଷକଙ୍କ ଦରମା ବନ୍ଦ ହେବ

ଭୁବନେଶ୍ୱର,୨୮ା୮(ବ୍ୟୁରୋ):ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଖରାପ ପରୀକ୍ଷା ଫଳକୁ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ୨୦୧୯ ହାଇସ୍କୁଲ ସାର୍ଟିଫିକେଟ୍‌...

Leave a comment

Your email address will not be published. Required fields are marked *