ଶାରୀଶୁଆ ପାହାଡ଼ ଖଣି ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟ ବନସଂରକ୍ଷକ, ଜିଲାପାଳ

ଖଇରା,୨୦।୧୧(ଡି.ଏନ.ଏ.):  ଦୁଇ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠି ଓ ହରିଶଙ୍କର ଉପାଧ୍ୟାୟ ଏବଂ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବୁଧବାର ଖଇରା ଓ କପ୍ତିପଦା ତହସିଲ ଅଧୀନ ଶାରିଶୁଆ ପାହାଡ଼ର ବିଭିନ୍ନ ଖଣି ପରିଦର୍ଶନ କର ଫେରିିଛନ୍ତି। କପିଳଝୁରୀ ବନ୍ଧନଟା ମୌଜାର ୬୦, ୮୮, ୫୭, ୧୦, ୭୦ ନମ୍ବର ସମେତ ମୋଟ୍‌ ୧୧ଟି ଖଣି ବୁଲି ସ୍ଥିତି ପରଖିଥିଲେ।
ଶାରୀଶୁଆ ପାହାଡରେ ଥିବା ୯୭ ଖଣି ମଧ୍ୟରୁ ମାତ୍ର ୫୦ଟି ବିଧିବଦ୍ଧ ଭାବେ ନିଲାମ ଦିଆଯାଇଥିବାଜଣାପଡିଥିଲା। ବାଦ ପଡିଥବବା ଅନ୍ୟ ୪୬ଟି ସ୍ଥାନରେ ଚୋରା କାରବାର ହେଉଥିବା ଦେଖି ବନସଂରକ୍ଷକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବନସଂରକ୍ଷକଙ୍କ ପରିଦର୍ଶନ ବେଳେ ବାରିପଦା ଡିଏଫ୍‌ଓ ସ୍ବୟଂ ମଲ୍ଲିକ, ବାଲେଶ୍ୱର ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା, ଖଇରା ତହସିଲଦାର ପ୍ରଦୀପ କୁମାର ସାହୁ, କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।
ଉଲ୍ଲେଖନୀୟ ଯେ, ପରିବେଶ ନିୟମ ଉଲ୍ଲଂଘନ କରାଯାଇ ଖଣି ନିଲାମ ଦିଆଯିବା ସଂକ୍ରାନ୍ତ ମାଲାରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଏଠାରେ ଖଣି ଖୋଳା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୪ ତାରିଖ ସୁଦ୍ଧା ଆବଶ୍ୟକ କାଗଜପତ୍ର ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ ପକ୍ଷରୁ ପ୍ରଶାସନକୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଶାସନିକ ଅଧିକାରୀଙ୍କ ଖଣି ଅଞ୍ଚଳ ପରିଦର୍ଶନ ଗୁରୁତ୍ୱ ରଖୁଛି।


All Right Reserved By Dharitri.Com

ଜଳସଙ୍କଟରେ ଗୋଚ୍ଛାୟତସାହିବାସୀ

ବଅଁରପାଳ, ୨୪ା୫(ଡି.ଏନ.ଏ.)- ବଅଁରପାଳ ବ୍ଲକ ଗିରାଙ୍ଗ ଗୋଚ୍ଛାୟତ ସାହିରେ ଲାଗି ରହିଛି ପାନୀୟ ଜଳ ସଙ୍କଟ। ସାହିବାସୀ ପାଣି ମୁନ୍ଦେ ପାଇଁ ନାହିଁ ନ ଥିବା...

‘ବରିଷ୍ଠ ନାଗରିକ ବୋଝ ନୁହନ୍ତି’

ଔପଦା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ହାଇସ୍କୁଲ ପଡ଼ିଆରେ ରମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ବରିଷ୍ଠ ନାଗରିକ ମଞ୍ଚର ୭ତମ ଅଧିବେଶନ ନିର୍ଦ୍ଧାରିତ କାର୍ଯ୍ୟସୂଚୀ...

ବାରୁଆଁରୁ ଭାଲୁ ଛୁଆ ଉଦ୍ଧାର

ଆନନ୍ଦପୁର,୧୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ବାରୁଆଁ ଗ୍ରାମରୁ ମଙ୍ଗଳବାର ଏକ ଭାଲୁ ଛୁଆ ଉଦ୍ଧାର କରାଯାଇଛି। ସ୍ଥାନୀୟ ଜଙ୍ଗଲରୁ ଭାଲୁ ଛୁଆଟି...

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୬ ଗିରଫ

ବାଲେଶ୍ୱର ଅଫିସ, ୩୦।୮-ବାଲେଶ୍ୱର ସହଦେବଖୁଣ୍ଟା ଥାନା ଗୋଳାପୋଲ ଅଞ୍ଚଳରେ ଦୀର୍ଘଦିନ ଧରି ଜୁଆ ଆଡ୍ଡା ଚାଲୁଥିବା ଅଭିଯୋଗ ହୋଇଥିଲା। ବୁଧବାର ମଧ୍ୟରାତ୍ରିରେ ସହଦେବଖୁଣ୍ଟା ମଡ଼େଲ ଥାନା...

ଶିକାରୀ ଗୁଳିରେ ଆହତ ହରିଣ ଉଦ୍ଧାର

ସୋରଡା,୧୦ା୪(ଡି.ଏନ୍‌.ଏ.)- ସୋରଡା ବ୍ଲକ ଅସୁରବନ୍ଧ ବନାଞ୍ଚଳ ଖାରିକୋଟି ଜଙ୍ଗଲରୁ ଶିକାରୀ ଗୁଳିରେ ଗୁରୁତର ହୋଇ ଦୌଡୁଥିବା ଏକ ମାଈ ହରିଣକୁ ବନ ବିଭାଗ କର୍ମଚାରୀ ଶୁକ୍ରବାର...

ଜେଲରୁ ମୁକୁଳିଲେଣି ୭୨୫୫ କଏଦୀ

କଟକ ଅଫିସ୍‌,୧୫।୫: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜେଲ୍‌ରୁ କଏଦୀଙ୍କୁ ମୁକୁଳାଇବା ନେଇ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ପୋଖରୀରେ ବୁଡି ଯୁବକ ମୃତ

ଠାକୁରମୁଣ୍ଡା,୬ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ରରୁଆଁ ଥାନା ଅନ୍ତର୍ଗତ ଜାମୁଦାପାଳ ଗ୍ରାମ ପୋଖରୀରେ ବୁଡ଼ି ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ...

ବର୍ଷା ଆସିଲାଣି, ଡ୍ରେନ୍‌ ସଫେଇ ସରୁନି

ସମ୍ବଲପୁର,୪ା୬(ବ୍ୟୁରୋ) ସମ୍ବଲପୁରରେ ନାଳନର୍ଦ୍ଦମା ସଫା କାମ ଶେଷ ହେଉନାହିଁ। ଫଳରେ ଏଥର ବର୍ଷା ଦିନେ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି...

Leave a comment

Your email address will not be published. Required fields are marked *