ଘରେ ଏକୁଟିଆ ପାଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତକୁ ଗିରଫ କଲା ଦୈତାରୀ ଥାନା ପୋଲିସ

କେନ୍ଦୁଝର,୨୦।୧୧(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦୈତାରୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେ ହେଲେ ସିକନ ପିଙ୍ଗୁଆ। ପୋଲିସ ଅଭିଯୋଗ ଆଧାରରେ ସିକନଙ୍କୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇଥିବା ଜଣାପଡ଼ିଛି।

ଉକ୍ତ ଯୁବକ ଘରେ କେହି ନ ଥିବାର ସୁଯୋଗ ନେଇ ଦୂଆର ବନ୍ଧ ଭାଙ୍ଗି ପଶି ଉକ୍ତ ବିଧବା ମହିଳାଙ୍କୁ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ଏକଥା କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ଦୈତାରୀ ଥାନାରେ ମହିଳାଜଣଙ୍କ ଅଭିଯୋଗ କରିବା ପରେ ଦୈତାରୀ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମେଡିକାଲ ଯାଞ୍ଚ କରାଯାଇ ତଦନ୍ତ କରାଯାଉଥିବା ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ବିଦ୍ୟାଳୟରେ ତାଲା ପକାଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ: ଅପରାହ୍ନରେ ହେଲା ଷାଣ୍ମାସିକ ପରୀକ୍ଷା

ଖୁଣ୍ଟା,୨ା୧୧(ଡି.ଏନ୍‌.ଏ.)- ଖୁଣ୍ଟା ବ୍ଲକ ଅଧୀନ ଜଡ଼ାବାଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଦଳି ଦାବି କରାଯାଇଥିବା ଜଣେ ଶିକ୍ଷୟିତ୍ରୀଙ୍କ ପୁନଃ ଯୋଗଦାନକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏଥିନେଇ...

ଦାଦାବଟିକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡା ଚୋଟ

ବ୍ରହ୍ମପୁର ଅଫିସ,୧୫ା୧୦-ଦାଦାବଟି ମାଗିବା ସହ ଜଣେ ଯୁବକଙ୍କୁ ରବିବାର ରାତିରେ ଝରଣାନଗରରେ ୨ ଅଭିଯୁକ୍ତ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଆହତ ଯୁବକ ହେଲେ ରାଧାକାନ୍ତ ସାହିର...

ଇଭିଏମ୍‌ ଭଙ୍ଗାରୁଜା ଘଟଣା: ନୀଳମଣିଙ୍କ ଜାମିନ ଶୁଣାଣି ୨କୁ ଘୁଞ୍ଚିଲା

ଭଞ୍ଜନଗର/ସୋରଡା,୨୬।୪ (ଡି.ଏନ.ଏ.)- ସୋରଡା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ୍‌ ମେଶିନ ଭାଙ୍ଗିବା ଅଭିଯୋଗରେ ଗତ ୧୮ ତାରିଖରୁ ସୋରଡା ଜେଲରେ...

୧୪ ବର୍ଷର ବାଳିକା ୮ ମାସର ଗର୍ଭବତୀ: ୬୦ ବର୍ଷର ବ୍ୟକ୍ତି କୋର୍ଟ ଚାଲାଣ

ଜୁନାଗଡ଼,୧।୬(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି। ୧୪ ବର୍ଷର ବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ୬୦ ବର୍ଷର ବ୍ୟକ୍ତିଙ୍କୁ...

କୋଇଲା ତଳେ ଦବିଗଲେ ୪

ତାଳଚେର,୨୫ା୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ଭରତପୁର କୋଇଲା ଖଣିରେ ମଙ୍ଗଳବାର ରାତିରେ ଘଟିଛି ଦୁର୍ଘଟଣା। ବ୍ଲାଷ୍ଟିଂ ପରେ ଏହି...

ରାଜଧାନୀରେ ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ) ମଞ୍ଚେଶ୍ୱର ଥାନା ଅଧୀନ ଜରିପାଟଣା ଗ୍ରାମ ପାର୍ଶ୍ୱରେ ଥିବା କୁଆଖାଇ ନଦୀପଠାରେ ମଙ୍ଗଳବାରଠାରୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବାଲିଯାତ୍ରା ଅନୁଷ୍ଠିତ ହେବ।...

ମୋବାଇଲ ଟର୍ଚ୍ଚ ଲାଇଟ୍‌ରେ ଖାତାଦେଖା ମିଛ: ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ

ଭୁବନେଶ୍ୱର, ୪।୬(ବ୍ୟୁରୋ): ବାରିପଦାସ୍ଥିତ ଏମ୍‌ପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ ମୋବାଇଲ ଫୋନ୍‌ ଟର୍ଚ୍ଚ ଲାଇଟ୍‌ରେ ଯୁକ୍ତ୨ ଖାତାଦେଖା ଘଟଣା ମିଛ। ସେହି ଘଟଣାକୁ ଯୋଜନାବଦ୍ଧ ଭାବେ ତିଆରି...

ବିଦ୍ୟାଳୟ ବନ୍ଦ ନିର୍ଦ୍ଦେଶକୁ ଅଭିଭାବକଙ୍କ ବିରୋଧ

ବାଲିଆ,୬।୬: ବିରିଡ଼ି ବ୍ଲକ ୨୨ ମୌଜା ବାରେଡ଼ିଆ ପଞ୍ଚାୟତର ଢିଅସାହିବିରି ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ର ସଂଖ୍ୟା କମ୍‌ ଥିବା ଦର୍ଶାଇ ବନ୍ଦ କରିବା ପାଇଁ ବିଭାଗ...

Leave a comment

Your email address will not be published. Required fields are marked *