Posted inଖେଳ

ସଚିନଙ୍କ ଭବିଷ୍ୟବାଣୀ: ଏହି ୪ଟି ଟିମ୍‌ ବିଶ୍ୱକପ୍‌ ସେମିଫାଇନାଲରେ ପହଞ୍ଚିବେ

ମୁମ୍ବାଇ, ୨୮।୫: କ୍ରିକେଟ ବିଶ୍ୱକପ୍‌ ଯେତିକି ପାଖେଇ ଆସୁଛି, ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ମେ ୩୦ରୁ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌ରେ କେଉଁ ୪ଟି ଦଳ ସେମିଫାଇନାଲ୍‌ ଖେଳିବେ ତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ସେ କହିଛନ୍ତି, ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲ ଖେଳିବା ନିଶ୍ଚିତ ଲାଗୁଥିଲାବେଳେ ଚତୁର୍ଥ ଦଳ ଭାବେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟ ଜଣେ କିଏ ଖେଳିବ ବୋଲି ସେ ମତ ଦେଇଛନ୍ତି। ଭାରତ ଏବଂ ଇଂଲଣ୍ଡ ଗତ କିଛିବର୍ଷ ହେଲା ଏକଦିବସୀୟରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ତେଣୁ ଏହି ଦୁଇ ଟିମ୍‌ ସେମିଫାଇନାଲ ଯିବା ଏକପ୍ରକାର ନିଶ୍ଚିତ। ଅଷ୍ଟ୍ରେଲିଆ ଦଳ ମଧ୍ୟ ଗତ କିଛି ସିରିଜ୍‌ରେ ଲୟକୁ ଫେରିବାରେ ସମର୍ଥ ହୋଇଛି। ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଟିମ୍‌ ଭଲ ପ୍ରଦର୍ଶନ କରୁଛି। ତେଣୁ ସେମିଫାଇନାଲକୁ ଏହି ୪ଟି ଟିମ୍‌ ଯାଇପାରନ୍ତି ବୋଲି ସଚିନ ଭବିଷ୍ୟବାଣୀ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଡିସ୍ପୋର୍ଟସ ରେ ପ୍ରସାରଣ ହେବ ଆଇ-ଲିଗ୍‌

ନୂଆଦିଲ୍ଲୀ, ୧୫ା୧୧ (ପି.ଟି.)-ସିଜନ ୨୦୧୯-୨୦ ଆରମ୍ଭରୁ ଆଇ-ଲିଗ୍‌ ମ୍ୟାଚଗୁଡ଼ିକ ଡିସ୍ପୋର୍ଟରେ ସିଧା ପ୍ରସାରଣ ହେବ। ଏନେଇ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଲେକ୍ସ ସ୍ପୋର୍ଟେଲ ଭିଜନ...

ଓଡ଼ିଶାରେ ଆଇଏସ୍‌ଏଲ୍‌ ଉତ୍ସାହ

ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ପ୍ରଥମଥର ପାଇଁ ଓଡ଼ିଶାର ନିଜ ଦଳ ଅଂଶଗ୍ରହଣ କରିବ। ପୂର୍ବରୁ ଦିଲ୍ଲୀ ଡାଇନାମସ ଏଫ୍‌ସି ଥିବା ଦଳ ଏବେ...

ବାଙ୍ଗରଙ୍କ ପୁଅକୁ ଟିପ୍ସ ଦେଲେ ଅରୁଣ

ମାଞ୍ଚେଷ୍ଟର,୨୬ା୬ (ପି.ଟି.)- ଭାରତୀୟ କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନଙ୍କୁ ଟିପ୍ସ ଦେଇଛନ୍ତି ଟିମ୍‌ ଇଣ୍ଡିଆ ବୋଲିଂ କୋଚ୍‌ ଭରତ ଅରୁଣ।...

ଜୀବନର ଶେଷ ଭୋଟ ଦେଲେ ବୃଦ୍ଧା: ଭୋଟ ଦେଇସାରି ମତଦାନ କେନ୍ଦ୍ରରେ ଟଳି ପଡ଼ିଲେ

ସବ୍‌ଡେଗା, ୧୯।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକର କିରାଲଗା କସ୍ତୁରବା ବାଳିକା ବିଦ୍ୟାଳୟ ଭୋଟଗ୍ରହଣ କେନ୍ଦ୍ରର ବୁଥ ନଂ. ୧୬୫ରେ ଜୀବନର ଶେଷ ଭୋଟ...

ଗୋଟିଏ ବର୍ଷରେ ସର୍ବାଧିକ ଶତକ

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅଧିକ ସଂଖ୍ୟାରେ ଶତକ ହାସଲ କରିବା ନିଶ୍ଚିତ ଭାବେ ଏକ ବଡ଼ ସଫଳତା। ଏଥିରେ ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ବିରାଟ...

ଭାରତ- ପାକ୍‌ ଡେଭିସ୍‌ କପ୍‌ ଟାଇ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୫।୧୧(ପି.ଟି.)- ନିରାପତ୍ତା ତଥା ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭାରତ- ପାକିସ୍ତାନ ଡେଭିସ କପ୍‌ ମ୍ୟାଚ୍‌ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର କରାଯାଇଛି। ବିଶ୍ୱ ଟେନିସର ସର୍ବୋଚ୍ଚ...

ଏଏଆଇ ଉପରୁ ସସ୍‌ପେଣ୍ଡ ଆଦେଶ ଉଠି ପାରିବ

ନୂଆଦିଲ୍ଲୀ,୧୦ା୮ (ପି.ଟି.):  ଭାରତୀୟ ତୀରନ୍ଦାଜୀ ଆସୋସିଏଶନ (ଏଏଆଇ) ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର ହୋଇପାରିବ। ଏଥିପାଇଁ ବିଶ୍ୱ ତୀରନ୍ଦାଜୀ ମହାସଂଘ (ଡବ୍ଲ୍ୟୁଏଏଫ୍‌) ତରଫରୁ ଏକ ସର୍ତ୍ତାରୋପ...

ସେହ୍ବାଗ ପାଳିଲେ ଜନ୍ମଦିନ

ନୂଆଦିଲ୍ଲୀ,୨୦।୧୦- ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ରବିବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ନିଜ କ୍ରିକେଟିଂ କ୍ୟାରିୟରରେ ବୋଲରଙ୍କ ଦୁଃସ୍ବପ୍ନ ପାଲଟିଥିବା ସେହ୍ବାଗ ଭାରତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *