Posted inଜାତୀୟ

ହତ୍ୟାର ତୃତୀୟ କାରଣ ପ୍ରେମ

ନୂଆଦିଲ୍ଲୀ,୨୦-୧୧:ଭାରତରେ ହତ୍ୟାର ତୃତୀୟ ବଡ଼ କାରଣ ହେଉଛି ପ୍ରେମ ବ୍ୟାପାର। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟାନୁସାରେ ୨୦୦୧ରୁ ୨୦୦୭ ମଧ୍ୟରେ ପ୍ରେମକୁ ନେଇ ହତ୍ୟାକାଣ୍ଡ ସବୁଠୁ ବେଶି ବୃଦ୍ଧି ପାଇଛି। ବିଶ୍ୱର ଅଧିକାଂଶ ଦେଶ ଭଳି ଭାରତରେ ମଧ୍ୟ ହତ୍ୟାର ହାର ବିଗତ କିଛି ବର୍ଷ ମଧ୍ୟରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ଯେତିକି ହତ୍ୟାକାଣ୍ଡ ଘଟୁଛି ତା’ ପଛରେ ତୃତୀୟ ମୁଖ୍ୟ କାରଣ ସାଜିଛି ପ୍ରେମ ବ୍ୟାପାର। ନିକଟରେ ଜାରି ହୋଇଥିବା ଏନ୍‌ସିଆର୍‌ବି ତଥ୍ୟରୁ ଜଣାପଡ଼ିଛି ଯେ, ୨୦୦୧ରେ ୩୬,୨୦୨ ହତ୍ୟା ମାମଲା ରୁଜୁ ହୋଇଥିଲା। କିନ୍ତୁ ୨୦୧୭ ବେଳକୁ ଏହି ସଂଖ୍ୟା ୨୮,୬୫୩କୁ ଖସିଯାଇଥିଲା। ଅର୍ଥାତ୍‌ ଏହି ଅବଧି ମଧ୍ୟରେ ହତ୍ୟା ମାମଲା ୨୧% ହ୍ରାସ ପାଇଥିଲା। ଏହି ହତ୍ୟାକାଣ୍ଡଗୁଡ଼ିକ ପଛର କାରଣ ବ୍ୟକ୍ତିଗତ ଶତ୍ରୁତା ୪.୩% ଏବଂ ସମ୍ପତ୍ତି ବିବାଦ ୧୨% ଦାୟୀ। ସେହିପରି ପ୍ରେମ ବ୍ୟାପାର ଓ ଅନୈତିକ ସମ୍ପର୍କ ଯୋଗୁ ୨୮% ହତ୍ୟାକାଣ୍ଡ ଘଟିଥିବା ଏନ୍‌ସିଆର୍‌ବି ରିପୋର୍ଟର ବିଶ୍ଳେଷଣରୁ ଜଣାପଡ଼ିଛି।

୧୪ ରାଜ୍ୟରେ ନଂ.୧
ହତ୍ୟାକାରୀ ପ୍ରେମ
୨୦୧୭ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ହାରାହାରି ୩୮୪ ଲୋକ ପ୍ରେମଜନିତ ହିଂସା କାରଣରୁ ହତ୍ୟାର ଶିକାର ହୋଇଛନ୍ତି। ଅର୍ଥାତ୍‌ ଆନ୍ଧ୍ର ଓ ତେଲଙ୍ଗାନାରେ ଦିନକୁ ଅନୂ୍ୟନ ଜଣଙ୍କ ଜୀବନ ପ୍ରେମ ଯୋଗୁ ଯାଉଛି।
ସବୁଠୁ ଆଗରେ ଉତ୍ତରପ୍ରଦେଶ
ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ସବୁଠୁ ଆଗରେ ରହିଛି ଉତ୍ତରପ୍ରଦେଶ। ଏହା ପଛକୁ ରହିଛି ତାମିଲନାଡ଼ୁ, କର୍ନାଟକ ଓ ଦିଲ୍ଲୀ। ଅଧିକାଂଶ ରାଜ୍ୟରେ ପ୍ରେମ ବ୍ୟାପାର ହତ୍ୟା ପଛର ତୃତୀୟ କିମ୍ବା ଚତୁର୍ଥ ବଡ଼ କାରଣ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ ଓ ଆସାମ।
କେରଳ, ପଶ୍ଚିମବଙ୍ଗରେ ସବୁଠୁ କମ୍‌
କେରଳ ଓ ପଶ୍ଚିମବଙ୍ଗରେ ଯେତିକି ହତ୍ୟାକାଣ୍ଡ ଘଟୁଛି ତା’ର ଟପ୍‌ ୫ କାରଣ ମଧ୍ୟରେ ପ୍ରେମ ରହିଛି। ଏହାସତ୍ତ୍ୱେ ଏହି ଦୁଇ ରାଜ୍ୟରେ ସବୁଠୁ କମ୍‌ ପ୍ରେମଜନିତ ହତ୍ୟାକାଣ୍ଡ ଘଟିଛି।
ଅନର୍‌ କିଲିଂ: ୨୦୧୬ରେ ୭୧, ୨୦୧୭ରେ ୯୨
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ପ୍ରେମକୁ ନେଇ ହତ୍ୟାର ମୁଖ୍ୟ କାରଣ ହେଉଛି ତ୍ରିକୋଣୀୟ ପ୍ରେମ ବା ଅନୈତିକ ସମ୍ପର୍କ। ସେହିପରି ଅନର୍‌ କିଲିଂ ମଧ୍ୟ ଏହାର ଅନ୍ୟତମ ପ୍ରମୁଖ କାରଣ। ୨୦୧୬ରେ ସମ୍ମାନ ପାଇଁ ୭୧ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ୨୦୧୭ରେ ଅନରକିଲିଂ ଯୋଗୁ ୯୨ ଜଣଙ୍କ ଜୀବନ ଯାଇଥିଲା। ଭିନ୍ନ ଜାତି, ବର୍ଗ ଓ ଧର୍ମରେ ବିବାହ ଯୋଗୁ ପ୍ରେମୀ ଯୁଗଳ ପରିବାର ଏବଂ ସମ୍ପର୍କୀୟ ଲୋକଙ୍କ ହତ୍ୟାର ଶିକାର ହେଉଛନ୍ତି।


All Right Reserved By Dharitri.Com

କୃଷକଙ୍କ ସମସ୍ୟାକୁ ନେଇ ୬ଟି ରାଲିରେ ଯୋଗଦେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୦।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ଦିନରେ ଉତ୍ତରପ୍ରଦେଶରେ ୬ଟି ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମସ୍ତ ରାଲି କୃଷକଙ୍କ...

ସଙ୍କଟରେ କୁମାରସ୍ବାମୀ ସରକାର: ଦୁଇ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ବେଙ୍ଗାଲୁରୁ,୨ା୭(ଆଇଏଏନ୍‌ଏସ୍‌): କର୍ନାଟକ ବିଧାନସଭାରୁ ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ଫଳରେ ଏଚ୍‌.ଡି. କୁମାରସ୍ବାମୀ ସରକାରରେ ସଙ୍କଟ ଦେଖାଦେଇଛି। ବିଦ୍ରୋହୀ ବିଧାୟକ ରମେଶ ଜରକିହୋଲି...

କରୋନା ଭାଇରସ ଭୟରେ ବନ୍ଦ ହେଉଛି ସ୍କୁଲ

ନୂଆଦିଲ୍ଲୀ,୩।୩: ରାଜଧାନୀ ଦିଲ୍ଲୀ ନଏଡାର ସେକ୍ଟର ୧୩୫ରେ ଥିବା ଜଣେ ୬ଷ୍ଠ ଶ୍ରେଶୀ ପିଲାଙ୍କ ପରିବାରରେ ଜଣେ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିବା...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ,୧୧।୬: ଜମ୍ମୁ-କଶ୍ମୀର ସୀମାର ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ କିଛି...

କରୋନାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ମୁମ୍ବାଇ,୨୪।୩: ଦେଶରେ କରୋନା ପ୍ରକୋପ ଥମିବାର ନାଁ ନେଉନି। ଦିନକୁ ଦିନ ମହାରାଷ୍ଟ୍ରରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ସେଠାରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର: ଏସ୍‌ଆଇଟି ଗଠନ ପାଇଁ ସୁପ୍ରିମ୍‌କୋର୍ଟରେ ଆବେଦନ; ଜୟା ବଚ୍ଚନ ଏବଂ ସ୍ବାତୀ ମାଲିଓ୍ବାଲଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୭।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ସପକ୍ଷରେ ମତାମତ ଦେଇଥିବା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନ ଏବଂ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ବାତୀ ମାଲିଓ୍ବାଲଙ୍କ ପାଇଁ...

ଗଗନୟାନ ଲାଗି ପ୍ରସ୍ତୁତି ଜୋର୍‌ଦାର

ବେଙ୍ଗାଲୁରୁ, ୭ା୯(ପି.ଟି.) : ଚନ୍ଦ୍ରୟାନ-୨ ପରେ ଗଗନୟାନ ଲାଗି ଭାରତର ପ୍ରସ୍ତୁତି ଜୋର୍‌ ଧରିବାରେ ଲାଗିଛି। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ଭାରତୀୟ ମହାକାଶଚାରୀଙ୍କ ଚୟନ ଶେଷ...

କରୁଣାନିଧି- ଜୟାଲଳିଥାଙ୍କ ବିନା ତାମିଲନାଡୁ ରାଜନୀତି ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧୬।୪: ତାମିଲନାଡୁ ରାଜନୀତିରେ ପ୍ରଥମଥର ଲାଗି ଦ୍ରାବିଡ ଆନ୍ଦୋଳନର ମହତ୍ୱପୂର୍ଣ୍ଣ ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧି ଓ ଜେ ଜୟାଲଳିଥାଙ୍କ...

Leave a comment

Your email address will not be published. Required fields are marked *