Posted inଜାତୀୟ

ମୌସୁମୀ ନେଇଛି ୨,୩୯୧ ଜୀବନ

ନୂଆଦିଲ୍ଲୀ,୧୯ା୧୧(ପି.ଟି.):ଚଳିତବର୍ଷ ମୌସୁମୀ ଋତୁରେ ବର୍ଷା, ବନ୍ୟା ଓ ତଜ୍ଜନିତ କାରଣରୁ ୨,୩୯୧ ଜଣଙ୍କ ଜୀବନ ଯାଇଥିବାବେଳେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଯାଇଛି। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ମଙ୍ଗଳବାର ଲୋକ ସଭାରେ ଏହି ସୂଚନା ଦେଇଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯୋଗୁ ବିଭିନ୍ନ ରାଜ୍ୟରେ ବାଦଲଫଟା ବର୍ଷା, ଭୂସ୍ଖଳନ ଓ ବନ୍ୟା ଦେଖାଦେଇଥିବାବେଳେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଯବାନମାନଙ୍କୁ ବ୍ୟାପକ ଭାବେ ମୁତୟନ କରାଯାଇଥିଲା। ୧୭୬ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ୯୮,୯୬୨ ଜଣଙ୍କୁ ଉଦ୍ଧାର କରିଥିବାବେଳେ ୨୩,୮୬୯ ଜଣଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇଥିଲେ। ସେହିପରି ୬୧୭ ପ୍ରାଣୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଚିକିତ୍ସା ଯୋଗାଇ ଦିଆଯାଇଥିଲା। ୬୩.୯୭୫ ଲକ୍ଷ ହେକ୍ଟର ଚାଷଜମିର ଫସଲ ନଷ୍ଟ ହୋଇଯାଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ରିପୋର୍ଟ ମିଳିଥିବା ନିତ୍ୟାନନ୍ଦ ଉତ୍ତର ଦେଇଛନ୍ତି।


All Right Reserved By Dharitri.Com

ଫୁଟପାଥରେ ଶୋଇଥିବା ୩ ଶିଶୁଙ୍କ ଉପରେ ଚଢିଗଲା ଗାଡି

ପାଟନା, ୨୬।୬: ବିହାରର ଅଗମାକୁଆଁ ଥାନା ଅନ୍ତର୍ଗତ କୁମହରାରରେ ଏକ ଅଭାବନୀୟ ଘଟଣା ଘଟିଛି। ଫୁଟପାଥରେ ଶୋଇଥିବାବେଳେ ୩ ଶିଶୁଙ୍କ ଉପରେ ଗାଡି ଚଢିଯାଇଛି। ଫଳରେ...

ହିନ୍ଦୀକୁ ଶାହଙ୍କ ଗୁରୁତ୍ୱ ପ୍ରସଙ୍ଗ: ୟେଦୁରାପ୍ପା, କମଲ ହାସନ୍‌ଙ୍କ ବିରୋଧ

ନୂଆଦିଲ୍ଲୀ, ୧୭ା୯ (ପି.ଟି.): ହିନ୍ଦୀକୁ ଗୁରୁତ୍ୱ ଦେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗୋଟିଏ ରାଷ୍ଟ୍ର ଗୋଟିଏ ଭାଷା କଥା କହିଥିବାବେଳେ ଏହାକୁ ଆଞ୍ଚଳିକ ଦଳଗୁଡ଼ିକ ତୀବ୍ର...

ଭାରତରେ ବୟସ୍କଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ: ଦେଢ଼ କୋଟି ବିତାଉଛନ୍ତି ନିଃସଙ୍ଗ ଜୀବନ

ନୂଆଦିଲ୍ଲୀ,୧।୧୦: ପ୍ରତିବର୍ଷ ଅକ୍ଟୋବର ୧କୁ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ ହୋଇଥାଏ। ଭାରତରେ ୧୦କୋଟି ୪୦ ଲକ୍ଷରୁ ଅଧିକ ବୟସ୍କ ଲୋକ ରହିଛନ୍ତି। ସେମାନଙ୍କ ସଂଖ୍ୟା...

ଏନ୍‌ଡିଏ ସହ ମିଶି ୨ଶହ ବିଧାନସଭା ଆସନରେ ଜିତିବ ଜେଡିୟୁ: ନୀତୀଶ

ପାଟନା,୧।୩: ବିହାର ବିଧାନସଭା ନିର୍ବାଚନ ଚଳିତ ବର୍ଷ ହେବାକୁ ଯାଉଛି। ଏବେଠାରୁ ଏହାକୁ ନେଇ ରାଜନୀତି ହେଲାଣି ସରଗରମ। ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର...

ଶ୍ରମିକ ଟ୍ରେନ୍‌ରେ ୯୦% ଯାତ୍ରୀଙ୍କୁ ଅନୁମତି

ନୂଆଦିଲ୍ଲୀ,୪ା୫(ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକିଥିବା ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ପାଇଁ ରେଲଓ୍ବେ ପକ୍ଷରୁ ଶ୍ରମିକ ସ୍ପେଶିଆଲ୍‌ ଟ୍ରେନ୍‌ ଚଳାଚଳ କରୁଛି। ଏହି...

ଏନ୍‌ଡିଏ ନେତା ଭାବେ ମୋଦି ନିର୍ବାଚିତ

ନୂଆଦିଲ୍ଲୀ,୨୫ା୫: ନବନିର୍ବାଚିତ ଏନ୍‌ଡିଏ ଏମ୍‌ପିମାନେ ସର୍ବସମ୍ମତିକ୍ରମେ ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରିଛନ୍ତି। ସଂସଦର କେନ୍ଦ୍ରୀୟ ସଭାଗୃହରେ ଅନୁଷ୍ଠିତ ବୈଠକରେ ଦଳର...

ଅଜିତ ଯୋଗୀଙ୍କ ପୁଅ ଗିରଫ

ବିଳାସପୁର,୪ା୯(ପି.ଟି.): ନିର୍ବାଚନ ସତ୍ୟପାଠରେ ଜାଲିଆତି ଅଭିଯୋଗରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ଅମିତ୍‌ଙ୍କୁ ମଙ୍ଗଳବାର ବିଳାସପୁର ଜିଲାରୁ ଗିରଫ କରାଯାଇଛି। ୨୦୧୩ ଛତିଶଗଡ଼...

ମିଗ୍‌-୨୧ ବିମାନ ଉଡାଇ କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ବାୟୁସେନାର ମୁଖ୍ୟ

ଚଣ୍ଡିଗଡ଼,୨୭।୫: ଭାରତୀୟ ବାୟୁସେନାର ମୁଖ୍ୟ ବିଏସ୍‌ ଧନଓ୍ବା କାରଗିଲ ଶହୀଦଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ୩ ଦିନିଆ ଗ୍ରସ୍ତରେ କାରଗିଲ ଯାଇଥିବା ବିଏସ୍‌ ଧନଓ୍ବା...

Leave a comment

Your email address will not be published. Required fields are marked *