ସ୍କୁଲରେ ପଢ଼ାଇଲେ ଜିଲାପାଳ

ଫୁଲବାଣୀ ଅଫିସ, ୨୦ା୧୧- ଫୁଲବାଣୀ ବ୍ଲକ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ଜିଲାପାଳ ଡା. ବୃନ୍ଦା ଡି ମଙ୍ଗଳବାର କରିଛନ୍ତି। ଦୁର୍ଗମ ପଞ୍ଚାୟତ ଦୁଡୁକି ଓ କଟ୍ରିଙ୍ଗିଆ ଗସ୍ତକରି ବିଜୁ କନ୍ଧମାଳ ଯୋଜନାରେ ନିର୍ମାଣାଧୀନ କଲଭର୍ଟ, ଏମ୍‌ଜିଏନ୍‌ଆରଇଜିଏସ୍‌ରେ ରାସ୍ତା କାମ ତଦାରଖ କରିବା ସହ ହିତାଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ଅବସରରେ ଜିଲାପାଳ ଉଖୁସୁଗାଣ୍ଡା ଅଙ୍ଗନୱାଡି କେନ୍ଦ୍ର ଓ ପିପାଲି ପ୍ରାଥମିକ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନ ଯାଞ୍ଚ କରିଥିଲେ। ପରେ ସେଠାରେ ପିଲାମାନଙ୍କୁ ପଢ଼ାଇଥିଲେ। ବିଦ୍ୟାଳୟରେ ଥିବା ଶୌଚାଳୟକୁ ପରିସ୍କାର ରଖିବା ପାଇଁ ପ୍ରଧାନଶିକ୍ଷକ ଭିକାରୀ ଚରଣ ପ୍ରଧାନଙ୍କୁ ତାଗିଦ୍‌ କରିଥିଲେ। ଏହାପରେ ଅରାପାଜୁ ଗ୍ରାମର ପାନୀୟ ଜଳ ପ୍ରକଳ୍ପ, ଉର୍ମାଗଡ ଜଳପ୍ରପାତରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ଆଗାମୀ ଦିନରେ ଏମ୍‌ଜିଏନ୍‌ଆରଇଜିଏସ୍‌ରୁ ଅଧିକ ଜଳ ସଂରକ୍ଷଣ ପ୍ରକଳ୍ପ ନେବା ପାଇଁ ବିଡିଓ ସୁବ୍ରତ କୁମାର ଜେନା ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।


All Right Reserved By Dharitri.Com

ନିଟ୍‌ ପରୀକ୍ଷାରେ କେନ୍ଦୁଝରର ଦିବ୍ୟଜ୍ୟୋତି ଉତ୍ତୀର୍ଣ୍ଣ: ଡାକ୍ତର ହୋଇ ରୋଗୀସେବା କରିବା ପାଇଁ ଲକ୍ଷ୍ୟ

କେନ୍ଦୁଝର:୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପସି ପଞ୍ଚାୟତ ଆହାରପସି ଗ୍ରାମର ଶୈରେନ୍ଦ୍ରୀ ମହାନ୍ତଙ୍କ ପୁଅ ଦିବ୍ୟଜ୍ୟୋତି ନିଟ୍‌ ପରୀକ୍ଷାରେ ୬୦୦ ନମ୍ବର ରଖି...

ବସ୍‌ ଚକାତଳେ ଚାପି ହୋଇ ସ୍କୁଟି ଆରୋହୀ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଖଲ୍ଲିକୋଟ,୨ା୧୧(ଡି.ଏନ.ଏ.)-ଖଲ୍ଲିକୋଟ ସହର କରଣ ସାହି ରାସ୍ତାରେ ଶୁକ୍ରବାର ଅପରାହ୍ନରେ ବସ୍‌ ଚକାତଳେ ଚାପିହୋଇ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୋଦଳା ମାଗୁରା...

ଟ୍ରେନ୍‌ରୁ ପଡି ଯୁବକ ଗୁରୁତର

ଯାଜପୁର ରୋଡ,୧୪ା୧୦(ନି.ପ୍ର.):  ଯାଜପୁର ରୋଡ ଷ୍ଟେଶନ ନିକଟରେ ରବିବାର ଜଣେ ଯୁବକ ଟ୍ରେନ୍‌ରୁ ଖସି ପଡି ଗୁୁରୁତର ହୋଇଛନ୍ତି। ଯୁବକ ଜଣଙ୍କ ବିହାର ରାଜ୍ୟର ଶୁମନ୍ତ...

ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପ୍ରେମିକଙ୍କ ଟେର ପାଉନି ପୋଲିସ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ଧଉଳି ଥାନା ଅଧୀନ ଲିଙ୍ଗିପୁର ବିଜୟବିହାରରେ ଭଡ଼ାରେ ରହୁଥିବା ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା(୨୯)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଏବେବି ସସ୍‌ପେନ୍ସ ଲାଗିରହିଛି।...

ଶିମିଳିପାଳରେ ପର୍ଯ୍ୟଟକଙ୍କୁ ଆକ୍ରମଣ କଲା ବବ୍‌ଲୁ, ଭିଡିଓ ଭାଇରାଲ

ବାରିପଦା ଅଫିସ,୨୫।୧୨- ମୟୂରଭଞ୍ଜ ଜିଲା ସ୍ଥିତ ଶିମିଳିପାଳ ଅଭୟାରଣ୍ୟ ତଥା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧୀନ ଲୁଲୁଙ୍ଗଠାରେ ବନ ବିଭାଗର ପୋଷା ହାତୀ ବବ୍‌ଲୁ ପର୍ଯ୍ୟଟକମାନଙ୍କୁ...

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା

ଖଇରା, ୧୨।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାଦିକପୁର ୟୁଜିୟୁପି ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ବଦଳି ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ବିରୋଧ...

ହାଇକୋର୍ଟ ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ପ୍ରସଙ୍ଗ: ୧ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ

କଟକ ଅଫିସ,୨୨ା୧୦: ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଅଦାଲତରେ ରହିଥିବା ସମସ୍ୟାର ସମାଧାନ ନେଇ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ କୋର୍ଟ ବର୍ଜନ ଆନ୍ଦୋଳନ...

ପାଟଣାଗଡ଼ ଶିଶୁମନ୍ଦିରରେ ଯୋଗ ଦିବସ

ପାଟଣାଗଡ଼,(ଡି.ଏନ୍‌.ଏ.): ପାଟଣାଗଡ ସରସ୍ବତୀ ଶିଶୁମନ୍ଦିରରେ ଶୁକ୍ରବାର ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଶିକ୍ଷକ ପ୍ରଦୀପ ସିଂ ବାବୁଙ୍କ ନେତୃତ୍ୱରେ ବିଦ୍ୟାଳୟର ୯୦୦ ଜଣ...

Leave a comment

Your email address will not be published. Required fields are marked *